PM-Awas Yojana: ପିଏମ୍-ଆବାସ ଯୋଜନା ସହ ମିଶିବ ପିଏମ୍-ସୂର୍ଯ୍ୟଘର: ଭୂତଳ କେବୁଲ୍ ବିଛାଇବାକୁ ଖର୍ଚ୍ଚ ହେବ ୩୭୦୮ କୋଟି
ଭୁବନେଶ୍ୱର: ରାଜ୍ୟରେ ପିଏମ୍-ସୂର୍ଯ୍ୟଘର ଯୋଜନାର ବିସ୍ତାର ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍-ଆବାସ)ରେ ପିଏମ୍-ସୂର୍ଯ୍ୟଘରକୁ ଯୋଡ଼ିଛନ୍ତି। ଅର୍ଥାତ୍ ଯେଉଁଠି ପିଏମ୍-ଆବାସରେ ଘର ନିର୍ମାଣ ହେବ ସେଠାରେ ପିଏମ୍-ସୂର୍ଯ୍ୟଘର ଯୋଜନାରେ ସୌରଶକ୍ତି ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କରାଯିବ। କେବଳ ପିଏମ୍-ଆବାସ ନୁହେଁ, ରାଜ୍ୟ ସରକାର ଯେଉଁ ସବୁ ଯୋଜନାରେ ଗରିବ ଓ ଆର୍ଥିକ ଦୁର୍ବଳବର୍ଗଙ୍କୁ ଘର ଯୋଗାଉଛନ୍ତି ସେହି ସବୁ ଯୋଜନାରେ ବି ଏହାକୁ ସାମିଲ୍ କରାଯିବ। ହେଲେ ହିତାଧିକାରୀ ପିଏମ୍-ସୂର୍ଯ୍ୟଘର ଯୋଜନାରେ ସାମିଲ୍ ହେବେ କି ନାହିଁ ତାହା ଇଚ୍ଛାଧୀନ ରହିବ। ଏ ନେଇ ଆଜି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଘୋଷଣା କରିଛନ୍ତି। ଏହି ଯୋଜନାରେ ସହରାଞ୍ଚଳରେ ୧ କିଲୋୱାଟ୍ ବିଶିଷ୍ଟ ଛାତ ଉପର ସୌର ଶକ୍ତି ପ୍ୟାନେଲ୍ ସ୍ଥାପନ ପାଇଁ କେନ୍ଦ୍ରରୁ ୩୦,୦୦୦ ଟଙ୍କା ଏବଂ ରାଜ୍ୟରୁ ୨୫,୦୦୦ ଟଙ୍କା ସବ୍ସିଡି ସହାୟତା ଦିଆଯାଉଛି। ହିତାଧିକାରୀ ମାତ୍ର ୧୮୭୫ ଟଙ୍କା ପୈଠ କରି ଏହି ସୁବିଧା ପାଇପାରିବେ।
Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ
ସୂଚନାଯୋଗ୍ୟ, ରାଜ୍ୟ ସରକାର ଏବେ ପିଏମ୍-ଆବାସ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଯେଉଁ ଘର ଆବଣ୍ଟନ କରୁଛନ୍ତି ସେଠାରେ ମାଗଣାରେ ବିଦ୍ୟୁତ୍ ଯୋଗାଣ ଦେଉଛନ୍ତି। ତେଣୁ ଏବେ ପିଏମ୍-ସୂର୍ଯ୍ୟଘର ଯୋଜନାରେ ସୌର ପ୍ୟାନେଲ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଲୋକଙ୍କ ବିଜୁଳି ବିଲ୍ କମିବା ସହ ୨୪ ଘଣ୍ଟା ବିଦ୍ୟୁତ୍ ସେବା ପାଇବେ ବୋଲି କୁହାଯାଇଛି। ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ବୈଠକରେ ନିଷ୍ପତ୍ତି ହୋଇଛି ଯେ ରାଜ୍ୟର ସମସ୍ତ ୪ଟି ବିଦ୍ୟୁତ୍ ବିତରଣ କମ୍ପାନି ଅଧୀନରେ ୩୭୦୮ କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ ତାର ବିଛାଯିବ। ଏହାଦ୍ୱାରା ବାତ୍ୟା କିମ୍ବା କାଳବୈଶାଖୀ ସମୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବ ନାହିଁ। ଓଡ଼ିଶା ବିଦ୍ୟୁତ୍ ବିତରଣ କମ୍ପାନି ପାଇଁ ଏକ ସମଗ୍ର ସୁରକ୍ଷା ଡିପିଆର୍ ପ୍ରସ୍ତୁତ କରାଯାଉଛି। ବିପଦ୍ଜନକ ଅବସ୍ଥାରେ ଖୋଲା ଓ ତଳକୁ ଝୁଲୁଥିବା ତାର ସ୍ଥାନାନ୍ତର, ଖାଲି କଣ୍ଡକ୍ଟର ସ୍ଥାନରେ ଇନ୍ସୁଲେଟେଡ୍ କଣ୍ଡକ୍ଟର (ଆବରଣ ଥିବା), ବିତରଣ ସବ୍ଷ୍ଟେସନ୍ରେ ଫେନ୍ସିଂ (ତାର ଜାଲି) ସ୍ଥାପନ, ପାୱାର ସବ୍ଷ୍ଟେସନ୍ ଚାରିକଡ଼େ ପାଚେରି ଏବଂ ସୁରକ୍ଷା ପାଇଁ କ୍ରେଡେଲ୍/ଗାର୍ଡ ତାର ବ୍ୟବସ୍ଥା କରାଯିବ।
Ram Mandir: ରାମମନ୍ଦିର ଦାନ ଚୋରି; ଅବିନାଶ ଶୁକ୍ଳା ମୁଖ୍ୟ ଅଭିଯୁକ୍ତ
ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ବିଶାଳ କୁମାର ଦେବ, ଓପିଟିସିଏଲ୍ର ସିଏମ୍ଡି ଭାସ୍କରଜ୍ୟୋତି ଶର୍ମା, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଏସ୍.ଏନ୍ ଗିରୀଶ, ଶକ୍ତି ବିଭାଗ ଓ ବିଦ୍ୟୁତ୍ ବିତରଣ କମ୍ପାନିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।