SpaceX: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ଦୁଇଟି ସ୍ପେସ୍ଏକ୍ସ ସେୟାର ମିଳିବ
ୱାସିଂଟନ: ଆମେରିକାର ପ୍ରତ୍ୟେକ ଶିଶୁଙ୍କୁ ଦୁଇଟି ଲେଖାଏଁ ସ୍ପେସ୍ଏକ୍ସର ସେୟାର ମିଳିବ।
ସ୍ପେସ୍ଏକ୍ସ ପକ୍ଷରୁ ବୁଧବାର ଘୋଷଣା କରାଯାଇଥିଲା ଯେ, ଆମେରିକାରେ ଶିଶୁମାନଙ୍କ ପାଇଁ ଖୋଲାଯାଇଥିବା ଟ୍ରମ୍ପ ଆକାଉଣ୍ଟରେ କମ୍ପାନି ଗୋଟିଏ ସେୟାର ଜମା କରିବ।
ଏହା ପରେ ଗୁରୁବାର କମ୍ପାନିର ପ୍ରତିଷ୍ଠାତା ଏଲନ ମସ୍କ ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଘୋଷଣା କରି କହିଛନ୍ତି ଯେ, ପ୍ରତ୍ୟେକ ଶିଶୁଙ୍କୁ ଦୁଇଟି ସେୟାର ମିଳିବ।
ସେଥିରୁ ଗୋଟିଏ କମ୍ପାନି ଏବଂ ଅନ୍ୟଟି ସେ ନିଜେ ଦେବେ।
ମସ୍କଙ୍କ ସୂଚନା ଅନୁଯାୟୀ, କମ୍ପାନି ପକ୍ଷରୁ ଦିଆଯିବାକୁ ଥିବା ସେୟାର ଆସନ୍ତା ମାସରେ ହସ୍ତାନ୍ତର କରାଯିବ।
ଅନ୍ୟପକ୍ଷରେ ତାଙ୍କ ବ୍ୟକ୍ତିଗତ ସେୟାର ୨୦୨୭ ଜୁନ୍ରେ ଦିଆଯିବ।
ସେହି ସମୟରେ ତାଙ୍କ ସେୟାର ଉପରେ ରହିଥିବା ବିକ୍ରି ନିଷେଧ ଅବଧି ଶେଷ ହେବ।
Advertisment ଶିଶୁଙ୍କୁ ମିଳିବ ଦୁଇଟି ସେୟାର ସଂପ୍ରତି ସ୍ପେସଏକ୍ସର ପ୍ରତ୍ୟେକ ସେୟାର ମୂଲ୍ୟ ୧୨୭.୪୪ ଡଲାର ରହିଛି।
ସୂଚନା ଅନୁସାରେ, ଅକ୍ଟୋବର ସୁଦ୍ଧା ପ୍ରାୟ ୭ କୋଟି ଟ୍ରମ୍ପ ଆକାଉଣ୍ଟ ଖୋଲାଯାଇଥିଲା।
ଏହି ସବୁ ଆକାଉଣ୍ଟକୁ ସେୟାର ଦିଆଗଲେ ମୋଟ ଦାନର ମୂଲ୍ୟ ପ୍ରାୟ ୧୭.୮ ବିଲିୟନ ଡଲାର ହେବ।
ଟ୍ରମ୍ପ ଆକାଉଣ୍ଟ ଯୋଜନାରେ ୧୮ ବର୍ଷରୁ କମ୍ ବୟସର ଆମେରିକୀୟ ଶିଶୁମାନେ ସାମିଲ ହୋଇପାରିବେ।
ଏହି ଖାତାରେ ସରକାର ମଧ୍ୟ କିଛି ଯୋଗଦାନ କରିଥାନ୍ତି।
ଏହାର ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ଛୋଟ ବୟସରୁ ନିବେଶ ସହ ଯୋଡ଼ିବା ଏବଂ ଭବିଷ୍ୟତ ପାଇଁ ସମ୍ପତ୍ତି ଗଢ଼ିବାର ସୁଯୋଗ ଦେବା।
ସ୍ପେସ୍ଏକ୍ସ ର ସିଓଓ ଗ୍ୱିନ୍ ସଟୱେଲ୍ ମଧ୍ୟ ୨୦ ଲକ୍ଷରୁ ଅଧିକ ସେୟାର ଦାନ କରିବାକୁ ଘୋଷଣା କରିଛନ୍ତି।
NSE: ଏନ୍ଏସ୍ଇ ବିଶ୍ବର ତୃତୀୟ ବୃହତ ତାଲିକାଭୁକ୍ତ ଷ୍ଟକ୍ ବଜାର, ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜକୁ ଟପିଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
