Soumya murder mystery: ସୌମ୍ୟ ହତ୍ୟା ରହସ୍ୟ ଖୋଲୁଛି: ‘ଏମିତି ପ୍ରମାଣ ଅଛି ଏଡିଜି ଫସିଯିବେ’
"କଟକ: "ମୁଁ ଯଦି ଚାକିରି କରିବି, ମୋ କଟା ମୁଣ୍ଡ ଘରକୁ ଆସିବ।
ମୋ ପାଖରେ ଏମିତି ପ୍ରମାଣ ଅଛି ଏଡିଜି ଫସିଯିବେ..." ଏଭଳି କିଛି ଚାଞ୍ଚଲ୍ୟକର କଥା ମୃତ୍ୟୁ ପୂର୍ବରୁ ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁ ତାଙ୍କ ବାପା, ମା", ବନ୍ଧୁ ଓ ବାନ୍ଧବୀଙ୍କୁ କହିଥିଲେ।
କ୍ରାଇମ୍ବ୍ରାଞ୍ଚକୁ ସେମାନଙ୍କ ଏ ବୟାନ ସୌମ୍ୟ ହତ୍ୟା ରହସ୍ୟ ଗୁମର ଖୋଲିବା ଆଶା କରାଯାଉଛି।
କ୍ରାଇମବ୍ରାଞ୍ଚ ଯେଉଁ ମୋବାଇଲ୍ ଫୋନ୍ ସୌମ୍ୟଙ୍କ ନିକଟରୁ ପ୍ରଥମେ ଜବତ କରିଥିଲା, ସେଥିରେ ଏଡିଜି ଦୟାଲ ଗଙ୍ଗୱାରଙ୍କ ଭୂମିକା ସଂପର୍କରେ କିଛି ସଂଗିନ ଭିଡିଓ ଥିବା ପରିବାର ଲୋକେ ଦାବି କରିଛନ୍ତି।
ପରିବାର ଲୋକଙ୍କ ଏହି ଦାବି ଆଧାରରେ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିରେ ସମସ୍ତ ତଥ୍ୟ ବିଶ୍ଳେଷଣ କରାଯାଉଛି।
ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।
ନିକଟରେ ଚାରିଟି ଭିଡିଓ ସୌମ୍ୟଙ୍କ ମୋବାଇଲ୍ରୁ ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ଏଡିଜି ଦୟାଲ ଗଙ୍ଗୱାରଙ୍କ ବିରୋଧରେ ସଂଗିନ ଅଭିଯୋଗ ଆସିଛି।Advertisment Vande Mataram Bill: ସଂସଦରେ ବନ୍ଦେ ମାତରମ୍ ବିଲ୍କୁ ବିରୋଧ କରି କ"ଣ କହିଲେ ଅୱେସି?
ପରିବାର, ବନ୍ଧୁ, ବାନ୍ଧବୀଙ୍କ ବଡ଼ ବୟାନ ଭୁବନେଶ୍ବର ସତ୍ୟବିହାର ଜିମ୍ରେ ୨୦୨୫ ଏପ୍ରିଲରେ ସୌମ୍ୟ ଯୋଗ ଦେବା ପରେ ଜିମ୍ରୁ ହେଉଥିବା ମୋଟ ଆୟର ୩୦ ପ୍ରତିଶତ ସୌମ୍ୟ ପାଇବା ନେଇ ସ୍ଥିର ହୋଇଥିଲା।
କିନ୍ତୁ ତାଙ୍କୁ ୨୦୨୬ ମାର୍ଚ୍ଚ ଯାଏ ଟଙ୍କାଟିଏ ବି ଦିଆଯାଇନଥିଲା।
ପାଖାପାଖି ୧୬ ଲକ୍ଷ ଟଙ୍କା ସୌମ୍ୟଙ୍କ ପ୍ରାପ୍ୟ ଥିଲା।
ଏଡିଜି ଶ୍ରୀ ଗଙ୍ଗୱାରଙ୍କ ଦ୍ବାରା ଏଭଳି ନିର୍ଯାତିତ ହେବା ପରେ ସୌମ୍ୟ ମାର୍ଚ୍ଚ ୩ ତାରିଖ ପରଠାରୁ ସତ୍ୟବିହାର ଜିମ୍କୁ ଆଉ ଯାଇନଥିଲେ।
ଶେଷରେ କଟକ ରେଳବାଇ ଏସ୍ପିଙ୍କ କାର୍ଯ୍ୟାଳୟରେ ସୌମ୍ୟରଞ୍ଜନ ଡ୍ୟୁଟିରେ ଯୋଗ ଦେବାରୁ ତାଙ୍କ ଦରମା ବନ୍ଦ କରିଦିଆଯାଇଥିଲା।
ଏହାରି ପଛରେ ଏଡିଜି ଗଙ୍ଗୱାର୍ଙ୍କ ଭୂମିକା ଥିବା ଅଭିଯୋଗ ହୋଇଛି।
ଫଳରେ ସୌମ୍ୟ ଛୁଟି ନେଇ ଦିଲ୍ଲୀ ଚାଲିଯାଇଥିଲେ।
ମାର୍ଚ୍ଚ ୨୩ରେ ଦିଲ୍ଲୀରୁ ଫେରି ଚାକିରି ଛାଡ଼ିଦେବାକୁ କହିବାରୁ ତାଙ୍କୁ ବାପା ଦୁଃଶାସନ ସ୍ବାଇଁ ଓ ମା" କବିତା ସ୍ବାଇଁ, ବନ୍ଧୁ ଗୋପବନ୍ଧୁ ଦାସ, ବିକାଶ କୁମାର ଜେନା, ନିଶିକାନ୍ତ ମହାନ୍ତି, କସର୍ଦ୍ଦାର ବାନ୍ଧବୀ ବୁଝାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ଚାକିରି କଲେ ତାଙ୍କ ମୁଣ୍ଡ କାଟ୍ ହେବା ଭଳି କଥା ହେବ ବୋଲି ସୌମ୍ୟ ସେମାନଙ୍କୁ କହିଥିଲେ।
ଏଡିଜିଙ୍କ ବିରୋଧରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ତାଙ୍କ ପାଖରେ ଥିବା ଏବଂ ଏହା ଏଡିଜିଙ୍କୁ ଫସାଇଦେବ ବୋଲି ମଧ୍ୟ ସୌମ୍ୟ କହିଥିଲେ।
ଏ ସମ୍ପର୍କରେ ପରିବାର ଲୋକେ କ୍ରାଇମ୍ବ୍ରାଞ୍ଚକୁ ଅବଗତ କରିବା ସହିତ କ୍ରାଇମ୍ବ୍ରାଞ୍ଚ ପାଖରେ ଥିବା ମୋବାଇଲ୍ରେ ଏହି ତଥ୍ୟ ରହିଥିବା ଦାବି କରିଛନ୍ତି।
ସୌମ୍ୟଙ୍କ ବାପା ଦୁଃଶାସନ ଯେଉଁ ଦ୍ବିତୀୟ ମୋବାଇଲ୍ ଏବେ କ୍ରାଇମ୍ବ୍ରାଞ୍ଚକୁ ଦେଇଛନ୍ତି, ସେଥିରେ ସମସ୍ତେ ତାଙ୍କୁ ଫସାଇଦେବାକୁ ଲାଗିଥିବା ସୌମ୍ୟ କହୁଥିବା ବେଳେ ବାଲିଅନ୍ତା ଥାନା ପୁଲିସ ଯେଉଁ ମୋବାଇଲ୍ ଜବତ କରିଛି, ସେଥିରେ ସୌମ୍ୟ ଏଡିଜିଙ୍କ ବିରୋଧରେ ପ୍ରମାଣ ରଖିଥିବା ସନ୍ଦେହ କରାଯାଉଛି।
Flood In Odisha: ତେଲ, ଉତେଇ ନଦୀରେ ବନ୍ୟା, ଶତାଧିକ ଏକର ଚାଷଜମି ଜଳମଗ୍ନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।