The Mahanadi River: ବଢୁଛି ମହାନଦୀ: ପାଇକା ବିରିଡ଼ି, ତିର୍ତ୍ତୋଲ, କୁଜଙ୍ଗ ବ୍ଲକ୍ର ୬୬୯ ଜଣ ସ୍ଥାନାନ୍ତର
ଜଗତସିଂହପୁର/କୁଜଙ୍ଗ/ରହାମା: ମହାନଦୀରେ ବନ୍ୟାପାଣି ଆସିବା ଫଳରେ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ମାଡ଼ିବା ଆରମ୍ଭ କରିଛି। ବିରିଡ଼ି, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୬୬୯ ଜଣଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ୬ ହଜାର ହେକ୍ଟରରୁ ଅଧିକ ଜମି ଜଳମଗ୍ନ ହୋଇଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଥିବା ବେଳେ ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରିଛନ୍ତି।
Blood Donation: ରକ୍ତ ନୁହେଁ, ଜଣେ ଯୁବକ ପାଇଁ ଦୌଡ଼ିଲା ମାନବିକତା!
ବିରିଡ଼ି ବ୍ଲକ୍ର ଉତ୍ତର ଶାସନ, ପୂରଣ ଓ ଗେଲପୁର୍ ଗ୍ରାମର ୨୫ ଜଣ, ତିର୍ତ୍ତୋଲର କୋଟକଣ, ଆଦିବାସୀସାହି, ମଣିଜଙ୍ଗାର ୬୩୩ ଜଣ, କୁଜଙ୍ଗ ବ୍ଲକ୍ର ରାହାମା ବଜାର ନିକଟରେ ୧୧ଜଣ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ମଧ୍ୟମଧରଣର ବନ୍ୟା ଆଶଙ୍କା କରାଯାଉଛି। କୌଣସି ପ୍ରକାର ଅଘଟଣ ଓ ଘାଇ ପରିସ୍ଥିତି ଏଡ଼ାଇବାକୁ ରାତ୍ରକାଳୀନ ପାଟ୍ରୋଲିଂ କରିବାକୁ ଜିଲ୍ଲାପାଳ ଓ ଏସ୍ପି ପରାମର୍ଶ ଦେଇଛନ୍ତି।
Heavy Rain: ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ବର୍ତ୍ତିଗଲେ ୭ଜଣ
କୁଜଙ୍ଗ ଓ ତିର୍ତୋଲ ବ୍ଲକ୍ର ଗୃହପାଳିତ ପଶୁଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ବଣ୍ଟନ ନିମନ୍ତେ ଓଡ୍ରାଫ୍ ଟିମ୍ ଓ ଏନ୍ଡିଆର୍ଏଫ୍ ଟିମ୍ ନିୟୋଜିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୁଜଙ୍ଗ ବ୍ଲକ୍ ଜିଲ୍ଲାନାସୀ ପଞ୍ଚାୟତର ସାହାରାଡିଆ ସମ୍ପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ସାଇଲୋ ପଞ୍ଚାୟତର ହରିପୁରରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ମହ୍ଲାସାହି ପଞ୍ଚାୟତର ମଧୁପୁର ଗ୍ରାମରେ ରାସ୍ତା ଉପରେ ପାଣି ଚାଲୁଛି। କୁଜଙ୍ଗ ବ୍ଲକ୍ ପ୍ରଶାସନ ପକ୍ଷରୁ ୨ ଶହ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପାଇକା ଓ ମହାନଦୀ ବନ୍ୟାପାଣି ଯୋଗୁଁ କୁଜଙ୍ଗ ପଞ୍ଚାୟତର ଭଣ୍ଡୁଆ, ଭୂତମୁଣ୍ଡାଇ ପଞ୍ଚାୟତର ଫୁଲବେଲାରୀ, ପାରାଦୀପଗଡ଼ ପଞ୍ଚାୟତର ଭିମାନାସୀ ଗ୍ରାମ ପ୍ରତି ବିପଦ ସୃଷ୍ଟି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।