Flood: ବନ୍ୟାରେ ଭାସିଗଲା ୩ କଟେଜ୍‌ ଓ ଅନ୍ୟ ଭିତ୍ତିଭୂମି: ଦରଗୁଡ଼ିଶିଳା ନେଚର୍‌ କ୍ୟାମ୍ପକୁ ଝଟ୍‌କା

Jul 31, 2026 - 06:51
Flood: ବନ୍ୟାରେ ଭାସିଗଲା ୩ କଟେଜ୍‌ ଓ ଅନ୍ୟ ଭିତ୍ତିଭୂମି: ଦରଗୁଡ଼ିଶିଳା ନେଚର୍‌ କ୍ୟାମ୍ପକୁ ଝଟ୍‌କା

"କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ମଧ୍ୟରୁ ଦରଗୁଡ଼ିଶିଳା ଅନ୍ୟତମ।

ଏହି ସ୍ଥାନର ବିକାଶ ପାଇଁ କେନ୍ଦୁଝର ବନ ବିଭାଗ ପକ୍ଷରୁ ଟେଣ୍ଟ ହାଉସ୍‌ ଓ ଗ୍ଲାସ୍‌ ହାଉସ୍‌ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା।

ବୈତରଣୀ ବନ୍ୟା ଏହି ସ୍ୱପ୍ନକୁ ଧୂଳିସାତ୍ କରିଦେଇଛି।

ଏଠାରେ ନିର୍ମାଣାଧୀନ ନେଚର୍‌ କ୍ୟାମ୍ପ ବନ୍ୟାପାଣି ଦ୍ବାରା କ୍ଷତିଗ୍ରସ୍ତ ହେବା ପରେ ପ୍ରକଳ୍ପର ଭବିଷ୍ୟତ ଓ ସ୍ଥାନ ଚୟନକୁ ନେଇ ପ୍ରଶ୍ନ ଉଠିଛି।

Advertisment Vande Mataram Bill: ସଂସଦରେ ବନ୍ଦେ ମାତରମ୍‌ ବିଲ୍‌କୁ ବିରୋଧ କରି କ"ଣ କହିଲେ ଅୱେସି?

ଶକ୍ତିପୀଠ ଘଟଗାଁ ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଦରଗୁଡ଼ିଶିଳା।

ଘଞ୍ଚ ଅରଣ୍ୟ, ବୈତରଣୀ ନଦୀର ସ୍ୱଚ୍ଛ ଜଳ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ବେଶ୍‌ ପରିଚିତ।

ଏଠାରେ ଜଙ୍ଗଲ ମଧ୍ୟ ଦେଇ ବୈତରଣୀ ନଦୀ ପ୍ରବାହିତ ହେଉଛି।

ଶୀତଦିନେ ଏଠାରେ ବଣଭୋଜି ପାଇଁ ଲୋକଙ୍କ ସମାଗମ ହୋଇଥାଏ।

ପର୍ଯ୍ୟଟନର ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ବନ ବିଭାଗ ପରିବେଶ ପର୍ଯ୍ୟଟନ (ଇକୋ-ଟୁରିଜିମ୍) ଯୋଜନାରେ ଦରଗୁଡ଼ିଶିଳାରେ ଟେଣ୍ଟ ହାଉସ୍‌ ଓ ଗ୍ଲାସ୍‌ ହାଉସ୍‌ ନିର୍ମାଣ କରି ପର୍ଯ୍ୟଟକଙ୍କ ରାତ୍ରିଯାପନର ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ଚଳାଇଥିଲା।

ଆସନ୍ତା ଏପ୍ରିଲ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶରେ ରହିବାର ସୁଯୋଗ ପାଇଥାନ୍ତେ।

ସ୍ଥାନୀୟ ବନ ସୁରକ୍ଷା ସମିତିର ସଦସ୍ୟମାନେ ଏହାର ପରିଚାଳନା କରି ଆର୍ଥିକ ସ୍ୱାବଲମ୍ବୀ ହେବେ ବୋଲି ଆଶା ରଖିଥିଲେ।

Heavy Rain: ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ, ବର୍ତ୍ତିଗଲେ ୭ଜଣ ହେଲେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପୂର୍ବରୁ ବୈତରଣୀର ବନ୍ୟା ଏହାକୁ କ୍ଷତି ପହଞ୍ଚାଇଛି।

ନଦୀକୂଳରେ ନିର୍ମାଣାଧୀନ ନେଚର୍‌ କ୍ୟାମ୍ପର ତିନିଟି କଟେଜ୍‌ ଓ ଅନ୍ୟ ଭିତ୍ତିଭୂମି ବନ୍ୟାପାଣିରେ କ୍ଷତିଗ୍ରସ୍ତ ହୋଇଛି।

କୋଟିକୋଟି ଟଙ୍କାର ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି।

ବନ୍ୟାପ୍ରବଣ ବୈତରଣୀ ନଦୀକୂଳରେ ନେଚର୍‌ କ୍ୟାମ୍ପ ନିର୍ମାଣ କରାଯାଇଥିବାରୁ ଏଭଳି କ୍ଷତି ‌ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସ୍ଥାନ ଉପଯୁକ୍ତ ଥିଲା କି ନାହିଁ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଅନେକଙ୍କ ମତରେ, ପ୍ରକଳ୍ପ ଆରମ୍ଭ ପୂର୍ବରୁ ବନ୍ୟା ବିପଦ ଓ ଭୂ-ପ୍ରାକୃତିକ ପରିସ୍ଥିତିର ଠିକ୍ ଆକଳନ କରାଯାଇଥିଲେ ଏଭଳି କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇପାରିଥାନ୍ତା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।