Sonam Wangchuk Hunger Strike : ଅନଶନ ଭାଙ୍ଗିବା ପାଇଁ ସୋନମ ୱାଙ୍ଗଚୁକ୍‌ଙ୍କ ଘୋଷଣା !  ରଖିଲେ ତିନ‌ୋଟି ସର୍ତ୍ତ

Jul 20, 2026 - 08:54
Sonam Wangchuk Hunger Strike : ଅନଶନ ଭାଙ୍ଗିବା ପାଇଁ ସୋନମ ୱାଙ୍ଗଚୁକ୍‌ଙ୍କ ଘୋଷଣା !  ରଖିଲେ ତିନ‌ୋଟି ସର୍ତ୍ତ

"ନୂଆଦିଲ୍ଲୀ: ଲଦାଖର ଜଣାଶୁଣା ପରିବେଶବିତ୍, ଶିକ୍ଷା ସଂସ୍କାରକ ତଥା ମାଗ୍ସେସେ ପୁରସ୍କାର ବିଜେତା ସୋନମ ୱାଙ୍ଗଚୁକ ଜାରି ରଖିଥିବା  ଅନଶନ ସମାପ୍ତ କରିବାର ଘୋଷଣା କରିଛନ୍ତି ।

କିନ୍ତୁ ଏଥିପାଇଁ ୱାଙ୍ଗଚୁକ ସରକାରଙ୍କ ଆଗରେ ତିନୋଟି ସର୍ତ୍ତ ରଖିଛନ୍ତି ।

ସେ କହିଛନ୍ତି  ଯଦି ସରକାର ତାଙ୍କର ତିନୋଟି ସର୍ତ୍ତ ମଧ୍ୟରୁ ଗୋଟିଏ ମଧ୍ୟ ପୂରଣ କରନ୍ତି, ତେବେ ସେ ତାଙ୍କର ଅନଶନ ଭାଙ୍ଗିବେ।

ସୋନମ ୱାଙ୍ଗଚୁକ ନିଜର ଅନଶନ ଶେଷ କରିବା ନେଇ ଘୋଷଣା କରି ସୋସିଆଲ ମିଡିଆ ପ୍ଲାଟଫର୍ମ 'X' (ଟ୍ୱିଟର) ରେ ଲେଖିଛନ୍ତି ଯେ, "ମୁଁ ଜୁଲାଇ ୨୦ ତାରିଖରେ ମୋର ଅନଶନ ଶେଷ କରିବି, ଯଦି "।

ସେ ନିଜର ପ୍ରଥମ ସର୍ତ୍ତ ରଖି ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ, "ସରକାର ଶିକ୍ଷା ବ୍ୟବସ୍ଥାରେ ହୋଇଥିବା ନିକଟତମ ବିଫଳତା ଏବଂ ପେପର ଲିକ୍  ଭଳି ଘଟଣାଗୁଡ଼ିକ ପାଇଁ ନିଜର ଦାୟିତ୍ୱ ଗ୍ରହଣ କରନ୍ତୁ।"Advertisment ଅଧିକ ପଢନ୍ତୁ:Sonam Wangchuk: ଡାକ୍ତରଖାନାରୁ ସୋନମ ୱାଙ୍ଗଚୁକଙ୍କ ପ୍ରଥମ ବାର୍ତ୍ତା ୱାଙ୍ଗଚୁକଙ୍କ କହିବା ଅନୁସାରେ, ଦେଶର ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ଏହି ଅବ୍ୟବସ୍ଥା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଛି, ତେଣୁ ସରକାର ଏଥିପାଇଁ ଜବାବଦେହୀ ହେବା ଆବଶ୍ୟକ।

ଏହି ସର୍ତ୍ତ ପୂରଣ ହେଲେ ଯାଇ ସେ ତାଙ୍କର ଅନଶନ ଭାଙ୍ଗିବେ ବୋଲି ସ୍ପଷ୍ଟ କରିଛନ୍ତି।

ସେହିପରି  ୱାଙ୍ଗଚୁକ ତାଙ୍କର ଦ୍ୱିତୀୟ ସର୍ତ୍ତରେ କହିଛନ୍ତି ଯେ, ଯଦି ସେ ଏବଂ ସିଜେପି (CJP) ର ନେତୃତ୍ୱ ସଂସଦର ଦ୍ୱାର ପର୍ଯ୍ୟନ୍ତ ପହଞ୍ଚନ୍ତି ଏବଂ ବିଭିନ୍ନ ରାଜନୈତିକ ଦଳର ସାଂସଦ ତଥା ନେତାମାନେ ସଂସଦରେ ଏହି ପ୍ରସଙ୍ଗକୁ ପ୍ରମୁଖତାର ସହ ଉଠାଇବା ପାଇଁ ତାଙ୍କୁ ଆଶ୍ୱାସନା ଦିଅନ୍ତି, ତେବେ ସେ ତାଙ୍କର ଭୋକ ହଡ଼ତାଳ ଶେଷ କରିବେ।

ତୃତୀୟ ସର୍ତ୍ତ ଅନୁଯାୟୀ ସେ କହିଛନ୍ତି ଯେ, ଯଦି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିମ୍ବା ଅନ୍ୟ କୌଣସି କାରଣରୁ ଏପରି କରିବା ସମ୍ଭବ ନହୁଏ, ତେବେ ବିଭିନ୍ନ ଦଳର ସାଂସଦ ଏବଂ ନେତାମାନେ ଡାକ୍ତରଖାନାକୁ ଆସି ଉପରୋକ୍ତ ସର୍ତ୍ତଗୁଡ଼ିକ ପୂରଣ କରିବା ପାଇଁ ତାଙ୍କୁ ଭରସା ଦିଅନ୍ତୁ।

ସୂଚନାମୁତାବକ,  ଯେ, ସୋନମ ୱାଙ୍ଗଚୁକ CJP ର ଆନ୍ଦୋଳନରେ ସାମିଲ ହୋଇ ଜୁନ୍ ୨୮ ତାରିଖରୁ ଅନଶନ କରୁଛନ୍ତି ।

ଯେଉଁଥିରେ ଶିକ୍ଷା ବ୍ୟବସ୍ଥାରେ ଜବାବଦେହିତା ସ୍ଥିର କରିବାକୁ ମୁଖ୍ୟ ଦାବି ରଖାଯାଇଛି ।

ଏଥିରେ NEET ସମେତ ବିଭିନ୍ନ ପରୀକ୍ଷାର ପେପର ଲିକ୍ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତାକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଠାରୁ ଜବାବ ଦାବି କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।