NEET paper leak:ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଦୋଷୀଙ୍କୁ କଠୋରତମ ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

Jul 21, 2026 - 18:54
NEET paper leak:ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଦୋଷୀଙ୍କୁ କଠୋରତମ ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

"ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ଏବେ ସାରା ଦେଶରେ ହଇଚଇ।

ଏହି ଘଟଣାରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସିଜେପି (କକ୍ରୋଚ୍‌ ଜନତା ପାର୍ଟି) ଆନ୍ଦୋଳନ ଜାରି ରଖିଛି।

ସିଜେପିର "ଚଲୋ ସଂସଦ" ପଦଯାତ୍ରା ସମୟରେ ପୁଲିସ ସହ ବ୍ୟାପକ ସଂଘର୍ଷ ହୋଇଥିବାବେଳେ ଲାଠିମାଡ଼ରେ ଅନେକ ଆନ୍ଦୋଳନକାରୀ ଆହତ ହୋଇଛନ୍ତି।

ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମତ ରଖି ଦୋଷୀମାନଙ୍କୁ କଠୋରତମ ଦଣ୍ଡ ଦେବାକୁ ଆହ୍ୱାନ କରିଛନ୍ତି।

ପ୍ରଶ୍ନପତ୍ର ଲିକ୍‌ ରୋକିବା ଦେଶର ସାମୂହିକ ଉତ୍ତରଦାୟିତ୍ବ ବୋଲି ସେ କହିଛନ୍ତି।Advertisment ସିକିମ ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ଅନେକ ଏବେ ବି ରହିଛନ୍ତି ଫସି ସୋମବାର ଏନ୍‌ଡିଏ ସଂସଦୀୟ ଦଳର "ମଙ୍ଗଳ ମିଳନ" ବୈଠକରେ ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଥିବା ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ସୂଚନା ଦେଇଛନ୍ତି।

ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମିଳିତ ଭାବେ ଏକ ସୁରକ୍ଷିତ ଓ ତ୍ରୁଟିମୁକ୍ତ ପରୀକ୍ଷା ବ୍ୟବସ୍ଥା ଗଠନ କରିବାକୁ ଆହ୍ୱାନ କରିଛନ୍ତି।

ସେ ଏନ୍‌ଡିଏର ସହଯୋଗୀ ଦଳମାନଙ୍କୁ ଏକତା ବଜାୟ ରଖିବାକୁ ଅନୁରୋଧ କରିଥିବାବେଳେ ବିରୋଧୀ ଦଳମାନଙ୍କୁ ମଧ୍ୟ ଗଠନମୂଳକ ସହଯୋଗ ପାଇଁ ଆହ୍ୱାନ କରିଛନ୍ତି।

ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ଦେଶର ଭବିଷ୍ୟତ ଓ ଯୁବପିଢ଼ିର କଲ୍ୟାଣ ପାଇଁ ସମସ୍ତ ସାଂସଦଙ୍କର ସମାନ ଦାୟିତ୍ୱ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଶ୍ନପତ୍ର ଲିକ୍‌ ଘଟଣା  "ଘୋର ପାପ" ପ୍ରଧାନମନ୍ତ୍ରୀ କହିଛନ୍ତି, ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଖବର ମିଳିବା ମାତ୍ରେ ସରକାର ତୁରନ୍ତ ପଦକ୍ଷେପ ନେଇଥିଲେ।

ଘଟଣାରେ ସମ୍ପୃକ୍ତ ଅନେକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସିବିଆଇ ମାମଲାର ମୁଖ୍ୟ ଅଭିଯୁକ୍ତ ରସାୟନ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରିଛି।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରଭାବିତ ନ ହେବା ପାଇଁ ବିଳମ୍ବ ନ କରି ପୁନଃପରୀକ୍ଷା କରାଯାଇଥିଲା।

ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ପ୍ରଧାନମନ୍ତ୍ରୀ "ଘୋର ପାପ" ବୋଲି ବର୍ଣ୍ଣନା କରି କହିଛନ୍ତି, ଏହି ମାମଲାରେ ସମ୍ପୃକ୍ତ ସମସ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌କୁ ପଠାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।