Ramayana Pratham Sankalp: 'ଶ୍ରୀରାମ ଦେବତା ନା ମଣିଷ' ? କୁମାର ବିଶ୍ବାସ ଦୂର କଲେ ରଣବୀରଙ୍କ ଦ୍ବନ୍ଦ
ମୁମ୍ବାଇ,୨୦\୭ : ଫିଲ୍ମ ରାମାୟଣକୁ ନେଇ ଚାଲିଛି ବହୁତ ଚର୍ଚ୍ଚା। ଏହାର ପ୍ରଥମ ସଂକଳ୍ପ କାର୍ଯ୍ୟକ୍ରମ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଗଣମାଧ୍ୟମ ବ୍ୟକ୍ତିତ୍ୱ,ସେଲିବ୍ରିଟି ଏବଂ ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ, ଫିଲ୍ମରେ କାମ କରୁଥିବା କଳାକାରମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ । ଏବଂ ପରଦା ପଛର ଅନେକ କାହାଣୀ ବର୍ଣ୍ଣନା କରିଥିଲେ । ଏପରି ଏକ ଘଟଣା ହେଉଛି, ରଣବୀର କପୁର କୁମାର ବିଶ୍ୱାସଙ୍କୁ ପଚାରିଥିଲେ ଯେ, ରାମ ଜଣେ ଦେବତା କି ମଣିଷ ? । ଏହାକୁ ନେଇ ସେମାନେ ଅତି କମରେ ଗୋଟିଏ ଘଣ୍ଟା ଧରି ଆଲୋଚନା କରିଥିଲେ । ଏହାପରେ, ଅଭିନେତାଙ୍କ ପ୍ରଶ୍ନର କେବଳ ଉତ୍ତର ମିଳିଲା ନାହିଁ, ବରଂ ପ୍ରଭୁ ଶ୍ରୀରାମଙ୍କୁ ନେଇ ତାଙ୍କର ମତ ସମ୍ପୂର୍ଣ୍ଣ ଭାବରେ ବଦଳିଗଲା ।
"ରାମାୟଣ"ର ପ୍ରଥମ ସଂକଳ୍ପ ଇଭେଣ୍ଟ ଆୟୋଜନ ସମୟରେ, କୁମାର ବିଶ୍ୱାସ କଳାକାରଙ୍କୁ ସମ୍ବୋଧିତ କରୁଥିଲେ। ସେ କହିଥିଲେ, "ମୁଁ ଉଭୟଙ୍କ ବିଷୟରେ କହିପାରିବି ଯେ ସାଇ ଏବଂ ରଣବୀର ସେମାନଙ୍କ ଭୂମିକା ବିଷୟରେ ଏତେ ଜିଜ୍ଞାସୁ ଥିଲେ ଯେ ସେମାନେ ସବୁକିଛି ବୁଝିବାକୁ ଚେଷ୍ଟା କରିଥିଲେ ।
ଇଭେଣ୍ଟରେ ରଣବୀର କପୁର କହିଥିଲେ ଯେ କିଛି ବି ଦ୍ବନ୍ଦ ହେଲେ ସେ କୁମାର ବିଶ୍ବାସଙ୍କୁ ଫୋନ୍ କରି ବୁଝି ନେଉଥିଲେ । ସେ 'କହିଥିଲେ ଯେତେବେଳେ ମୁଁ କୌଣସି ଦ୍ୱନ୍ଦ୍ୱରେ ରହୁଥିଲି, ସେତେବେଳେ ମୁଁ ତାଙ୍କୁ ଫୋନ୍ କରି ଦିଏ ଏବଂ ତାଙ୍କର ପ୍ରବଚନ ଦେଖେ । ସେ କୁହନ୍ତି (କୁମାର ବିଶ୍ବାସ ) 'ତୁମେ ଚିନ୍ତା କର ନାହିଁ, ପ୍ରଭୁ ରାମଙ୍କ ଉପରେ ବିଶ୍ୱାସ ରଖ, ସବୁକିଛି ଠିକ୍ ହୋଇଯିବ'।
କଥାବାର୍ତ୍ତା ସମୟରେ କୁମାର ବିଶ୍ୱାସ କହିଥିଲେ, ସେ ମୋତେ ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରନ୍ତି। ଯାହା ମୁଁ ଏବେ ବି ମନେ ରଖିଛି , ସେ ମୋତେ କେତେ ସରଳ ଭାବରେ ପଚାରିଥିଲେ, 'ସାର୍, ମୁଁ ଆପଣଙ୍କୁ ଗୋଟିଏ ଛୋଟ ପ୍ରଶ୍ନ ପଚାରିପାରିବି କି? ମୁଁ କହିଲି, ହଁ, ପଚାରନ୍ତୁ..ସେ କହିଲେ 'ସାର୍, ରାମ ଦେବତା କି ମଣିଷ ?' । ଏହା ବୁଝାଇବା ପାଇଁ ଆମେ ପ୍ରାୟ ଗୋଟିଏ ଘଣ୍ଟା ଆଲୋଚନା କରିଥିଲୁ।
କୁମାର ବିଶ୍ୱାସ କୁହନ୍ତି, ଆଲୋଚନା ଶେଷ ହେବା ପରେ ମୁଁ ତାଙ୍କୁ ପଚାରିଲି ଯେ କ'ଣ ବୁଝିଲେ। 'ରାମ ଭଗବାନ ନା ମଣିଷ?' ରଣବୀର କହିଲେ, 'ଏବେ ମୁଁ ବୁଝି ସାରିଛି ଯେ ରାମ ସବୁକିଛି। ସେ ସମଗ୍ର ପୃଥିବୀ।'
"ରାମାୟଣ" ଫିଲ୍ମଟି ନମିତ ମଲହୋତ୍ରାଙ୍କ ଦ୍ୱାରା ପ୍ରଯୋଜିତ ଏବଂ ନିତେଶ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହା ସବୁଠାରୁ ପ୍ରତୀକ୍ଷିତ ବଡ଼ ବଜେଟ୍ ଫିଲ୍ମ ମଧ୍ୟରୁ ଗୋଟିଏ । ଦର୍ଶକମାନେ ଏହାକୁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଛନ୍ତି। ନିର୍ମାତା ଏପର୍ଯ୍ୟନ୍ତ ଏହାର ଟ୍ରେଲର ରିଲିଜ୍ କରିନାହାଁନ୍ତି। କିମ୍ବା ରିଲିଜ୍ ତାରିଖ ମଧ୍ୟ ସ୍ଥିର କରାଯାଇ ନାହିଁ । ତଥାପି, ଫିଲ୍ମର ଅନେକ ରୋମାଞ୍ଚକର ଝଲକ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଛି । ଏବଂ ଏହା ମଧ୍ୟ ଘୋଷଣା କରାଯାଇଛି ଯେ, ଫିଲ୍ମଟି ଦୀପାବଳି ସମୟରେ ରିଲିଜ୍ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।