03 JULY 2026

Welcome!

Unlock your personalized experience.
Sign Up

Sonam Raghuvanshi: ସୋନମଙ୍କ ଜାମିନ ଉପରେ ସ୍ଥଗିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

Jul 03, 2026 - 12:25
Sonam Raghuvanshi: ସୋନମଙ୍କ ଜାମିନ ଉପରେ ସ୍ଥଗିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସ୍ୱାମୀ ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ଦିଆଯାଇଥିବା ଜାମିନ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି। 

ଗତବର୍ଷ ମେ ମାସରେ ରାଜା ରଘୁବଂଶୀଙ୍କ ହତ୍ୟା ପରେ ପୁଲିସ ତାଙ୍କ ପତ୍ନୀ ସୋନମଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା । ପୁଲିସ ଦାବି କରିଥିଲା ଯେ ସୋନମ ନିଜ ପ୍ରେମୀ ଏବଂ କିଛି ସୁପାରି କିଲରଙ୍କ ସହାୟତାରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ହତ୍ୟା ଭଳି ସଂଗୀନ ଅପରାଧରେ ସମ୍ପୃକ୍ତ ଥାଇ ମାତ୍ର ୧୧ ମାସ ମଧ୍ୟରେ  ଅଭିଯୁକ୍ତ ସୋନମ ଜାମିନ ପାଇବା ପରେ ବିଭିନ୍ନ ମହଲରେ ଅସ‌ନ୍ତୋଷ ବାତାବରଣ ରହିଛି। ସୋନମଙ୍କ ଜାମିନ ସ୍ଥଗିତ ରଖିବାକୁ ବିଭିନ୍ନ ମହଲରେ ଦାବି କରାଯାଉଥିବା ବେଳେ ଶୁକ୍ରବାର ଜାମିନ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି। 

କୋର୍ଟଙ୍କ କହିବାନୁସାରେ,  ସୋନମ ଜେଲରୁ ଜାମିନ ପାଇ ବାହାରି ସାରିଛନ୍ତି। ଏଭଳି ସମୟରେ ତାଙ୍କ ଜାମିନକୁ ନେଇ ବାଟ ଓଗାଳିବା ଉଚିତ ହେବ ନାହିଁ। ଏହି ମାମଲାର ଆଗାମୀ ଶୁଣାଣି ଗୁରୁବାର ହେବ।  ସେ ପର୍ଯ୍ୟନ୍ତ ସୋନମ ଜାମିନରେ ରହିବେ।