Somalia piracy: ସୋମାଲିଆ ଉପକୂଳରେ ତୁର୍କୀର ଅସ୍ତ୍ର ନେଇ ଯାଉଥିବା ଜାହାଜ ଅପହୃତ, ୬ ଭାରତୀୟ ନାବିକ ଥିବା ସୂଚନା
"ମୋଗାଦିଶୁ: ସୋମାଲିଆର ପୁଣ୍ଟଲାଣ୍ଡ ଉପକୂଳରେ ତୁର୍କୀର ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ସାମଗ୍ରୀ ନେଇ ଯାଉଥିବା ଏକ କାର୍ଗୋ ଜାହାଜକୁ ସମୁଦ୍ର ଡକାୟତମାନେ ଅପହରଣ କରି ନେଇଛନ୍ତି।
ଏହି ଜାହାଜରେ ୬ ଜଣ ଭାରତୀୟ ନାବିକଙ୍କ ସମେତ ମୋଟ ୧୦ ଜଣ କ୍ରୁ ସଦସ୍ୟ ଥିଲେ।
ଗୁରୁବାର ସୋମାଲିଆର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଚାରି ଦିନ ପରେ ମଧ୍ୟ ଜାହାଜ ଓ ଏଥିରେ ଥିବା କ୍ରୁ ସଦସ୍ୟଙ୍କ ସ୍ଥିତି ସ୍ପଷ୍ଟ ହୋଇନାହିଁ।Advertisment ସୂଚନା ଅନୁସାରେ, କାମେରୁନ୍ର ପତାକା ଥିବା ଏମ୍/ଭି ଲୁତୁଫ ନାମକ ଏହି ଜାହାଜକୁ ସୋମବାର ପୁଣ୍ଟଲାଣ୍ଡର ଏଇଲ ଜିଲ୍ଲାର ମାରାୟା ଅଞ୍ଚଳଠାରୁ ପ୍ରାୟ ସାଢ଼େ ୩ ନଟିକାଲ୍ ମାଇଲ୍ ଦୂରରେ ଅପହରଣ କରାଯାଇଥିଲା।
ଜାହାଜଟି ପୋଲାର ମୁଭମେଣ୍ଟ ସିପିଂର ମାଲିକାନାରେ ଥିଲା।
ଏଥିରେ ମୋଗାଦିଶୁସ୍ଥିତ ତୁର୍କୀର ସାମରିକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଅସ୍ତ୍ରଶସ୍ତ୍ର ସହ ଯୋଗାଯୋଗ ଓ ଉପଗ୍ରହ ଉପକରଣ ନିଆଯାଉଥିଲା।
ଜାହାଜର ୧୦ ଜଣିଆ କ୍ରୁ ଭିତରେ ୬ ଜଣ ଭାରତୀୟ, ଜଣେ ତୁର୍କୀ ନାଗରିକ, ଜଣେ ଜର୍ଜିଆ ନାଗରିକ ଓ ଦୁଇ ଜଣ ସର୍ବିଆ ନାଗରିକ ଥିଲେ।
ଅପହରଣ ପଛରେ ୮ ଜଣ ସଶସ୍ତ୍ର ସମୁଦ୍ର ଡକାୟତ ଥିବା କୁହାଯାଉଛି।
ସେମାନେ ଜାହାଜକୁ ପୁଣ୍ଟଲାଣ୍ଡର ଡାଙ୍ଗୋରୋୟୋ ଜିଲ୍ଲାର ଗାରମାଲ ନିକଟ ଉପକୂଳ ଆଡ଼କୁ ନେଇଯାଇଥିବା ସୂଚନା ମିଳିଛି।
ଏହି ଡକାୟତମାନେ ଏପ୍ରିଲ ୨୬ରେ ଏମ୍/ଭି ସ୍ବାର୍ଡ ଜାହାଜ ଅପହରଣ ଘଟଣାରେ ସାମିଲ ଥିବା ଗୋଷ୍ଠୀର ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।
Crop Insurance ଫସଲବୀମା ଯୋଜନା କ୍ଷତିପୂରଣ ଦାବିରେ ଧାରଣା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
