Solving the puzzle: ଆଖି ବନ୍ଦ କରି ପଜଲ୍ କ୍ୟୁବ୍ର ସମାଧାନ
"ଆପଣ କେବେ ଘୂର୍ଣ୍ଣନ ପଜଲ୍ କ୍ୟୁବ୍ର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି କି?
ଆପଣ ଘଣ୍ଟା ଘଣ୍ଟା ଧରି ଚେଷ୍ଟା କଲେ ଯାଇ ରଙ୍ଗିନ ଟାଇଲ୍ଗୁଡ଼ିକ ମେଳ ଖାଏ।
ଏଥିପାଇଁ ଏକାଗ୍ରତା ଲୋଡ଼ା।
ତେବେ ଆମେରିକାର ଟମି ଚେରିଙ୍କ ପାଇଁ ଏହା ସାଧାରଣ କଥା।
ଏପରିକି ସେ ଆଖିରେ ପଟି ବାନ୍ଧି ଏହି ଅସମ୍ଭବ କାମକୁ ସମ୍ଭବ କରିପାରନ୍ତି।
ଗତ ଜୁନ ୨୮ରେ ଟମି ଆଖିରେ ପଟି ବାନ୍ଧି ମାତ୍ର ୧୧.୫୬ ସେକେଣ୍ଡରେ ୩x୩x୩ ଘୂର୍ଣ୍ଣନ ପଜଲ୍ କ୍ୟୁବ୍ ସମାଧାନ କରିବାର ବିଶ୍ବ ରେକର୍ଡ କରିଛନ୍ତି।
ତାଙ୍କର ଏହି କୃତିତ୍ବକୁ ଅନେକେ ବିଶ୍ବାସ ବି କରି ପାରୁନାହାନ୍ତି।
ତେବେ ବାରମ୍ବାର ଅଭ୍ୟାସ ବଳରେ ସେ ଏହା କରିପାରିଥିବା କହିଛନ୍ତି।Advertisment Narendra Modi: ଆଜି ନଶା ମୁକ୍ତ ଯୁବ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ୫ ଅଗଷ୍ଟ ୨୦୨୧ରେ ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟିରେ ଟମି ପ୍ରଥମ କରି ଏଭଳି ରେକର୍ଡ କରିଥିଲେ, ଯେଉଁଥିରେ ସେ ୧୫.୨୭ ସେକେଣ୍ଡ ସମୟ ନେଇଥିଲେ।
ଏବେ ତାଙ୍କ ରେକର୍ଡକୁ ସେ ନିଜେ ହିଁ ଭାଙ୍ଗିଛନ୍ତି।
୨୧ ବର୍ଷୀୟ ଟମି ଏବେ ତାଙ୍କର ସ୍ନାତକ ଡିଗ୍ରି ପାଇଛନ୍ତି।
ତା" ସହିତ ପଜଲ୍ କୋଚିଂ କମ୍ପାନି ମାଧ୍ୟମରେ ଅନ୍ୟମାନଙ୍କୁ କ୍ୟୁବ୍ କରିବା କୌଶଳ ଶିଖାଉଛନ୍ତି।
୧୧ ବର୍ଷ ବୟସରୁ ସେ ଏହା କରି ଆସୁଥିବା କହନ୍ତି।
ସେ ୱାର୍ଲଡ୍ କ୍ୟୁବ୍ ଆସୋସିଏସନ୍ ସହ ମଧ୍ୟ ଜଡ଼ିତ।
Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।