Builder's house: ବିଲ୍ଡରଙ୍କ ଘରେ କଳାକନା ବୁଲାଇଲେ: ଲୁଟିନେଲେ ୨ କୋଟି ଟଙ୍କାର ଗହଣା ଓ ନଗଦ ୫ ଲକ୍ଷ
"ଭୁବନେଶ୍ବର: ଶୁକ୍ରବାର ରାତି ୯ଟାରୁ ୧୦ଟି ଭିତରେ ରାଜଧାନୀର ଜନଗହଳିପୂର୍ଣ୍ଣ ଲକ୍ଷ୍ମୀସାଗର ଅଞ୍ଚଳରୁ ବଡ଼ଧରଣର ଚୋରି ହୋଇଛି।
ଲିଙ୍ଗରାଜ ବିଲ୍ଡର ପ୍ରୀତମ ଜେନାଙ୍କ ୩ ମହଲା ବିଶିଷ୍ଟ କୋଠାଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇଦେଇଛନ୍ତି।
ମୁଖ୍ୟ ଗେଟ୍ ଓ ଘରର କବାଟ ତାଲା କାଟି ଭିତରେ ପଶିବା ପରେ ମାଷ୍ଟର ବେଡ୍ ରୁମ୍ ଲକର୍ କାଟି ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାର ସୁନା ଓ ହୀରା ଗହଣା ସହିତ ବହୁ ସାମଗ୍ରୀ ଓ ନଗଦ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
କେବଳ ସେତିକି ନୁହେଁ, ଦୁର୍ବୃତ୍ତମାନେ ପ୍ରୀତମ୍ଙ୍କ ଘର ଜଗିଥିବା ରୋବଟ୍କୁ ଅଚଳ କରିବା ସହ ସିସିଟିଭି ହାର୍ଡଡିସ୍କକୁ ତାଡ଼ି ନେଇଛନ୍ତି।
ସଂଜ ପହରରେ ହୋଇଥିବା ଏଭଳି ବଡ଼ ଧରଣର ଚୋରି ରାଜଧାନୀରେ ପ୍ରଥମ ଥର ପାଇଁ ହୋଇଥିବାରୁ କମିସନରେଟ୍ ପୁଲିସର ମୁଣ୍ଡବିନ୍ଧା ବଢ଼ିଯାଇଛି।
ଲକ୍ଷ୍ମୀସାଗର ଥାନା ପୁଲିସ ସହ ସ୍ପେସାଲ୍ ସ୍କ୍ବାଡ୍ ଏହି ମାମଲାରେ ତନାଘନା ଆରମ୍ଭ କରିଛି।
କିଛି ଦିନ ହେଲା ଉକ୍ତ ଘର ଉପରେ ନଜର ରଖି ରେକି କରୁଥିବା କୌଣସି ବଡ଼ ଗ୍ୟାଙ୍ଗ୍ ଏହି ଯୋଜନାବଦ୍ଧ ସିନ୍ଧିଚୋରି କରିଥିବା ସନ୍ଦେହରେ ପୁଲିସ ବର୍ତ୍ତମାନ ସୁଦ୍ଧା କେବଳ ଅନ୍ଧାରରେ ବାଡ଼ି ବୁଲାଉଛି ବୋଲି ଚର୍ଚ୍ଚା ଚାଲିଛି।
Advertisment Narendra Modi: ଆଜି ନଶା ମୁକ୍ତ ଯୁବ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ସନ୍ଧ୍ୟାରେ ପ୍ରୀତମ ଓ ତାଙ୍କ ସ୍ତ୍ରୀ କୌଣସି କାମରେ ବାହରକୁ ଯାଇଥିଲେ।
ଘରେ ତାଙ୍କ ବୃଦ୍ଧା ମାଆ ଓ ଘରୋଇ ସହାୟିକା ଥିଲେ।
ରାତି ପ୍ରାୟ ୯ଟା ସୁଦ୍ଧା ଘରୋଇ ସହାୟିକା ରୋଷେଇ ସାରିବା ପରେ ବୃଦ୍ଧା ମାଆଙ୍କୁ ଖାଇବାକୁ ଦେଇଥିଲେ।
ସେ ଖାଇସାରିବା ପରେ ଘରୋଇ ସହାୟିକା ଘର ବାହାରୁ ତାଲା ପକାଇ ଚାଲିଯାଇଥିଲେ।
ରାତି ପ୍ରାୟ ସାଢ଼େ ୧୦ଟାରେ ପ୍ରୀତମ୍ଙ୍କ ଡ୍ରାଇଭର୍ ଆସିଥିଲେ।
ମୁଖ୍ୟ ଗେଟ୍ ଓ ଘରର ମୁଖ୍ୟ କବାଟ ତାଲା କଟା ହୋଇଥିବା ଦେଖି ତାଙ୍କର ସନ୍ଦେହ ହୋଇଥିଲା।
ସେ ତୁରନ୍ତ ପ୍ରୀତମଙ୍କୁ ଫୋନ୍ କରି ଜଣାଇଥିଲେ।
କିଛି ଅଘଟଣ ଘଟିଥିବା ସନ୍ଦେହ କରି ପ୍ରୀତମ ସଙ୍ଗେସଙ୍ଗେ ଉପର ମହଲାରେ ରହୁଥିବା ତାଙ୍କ ମାଆଙ୍କୁ ଫୋନ୍ କରିଥିଲେ।
ବୃଦ୍ଧା ମାଆ ଉପରମହଲାରୁ ତଳକୁ ଆସି ଘରୁ ଚୋରି ହୋଇଥିବା ଦେଖିଥିଲେ ଏବଂ ପୁଅକୁ ଜଣାଇଥିଲେ। ଘର ଜଗିଥିବା ରୋବଟ୍କୁ ଅଚଳ କରିଦେଲେସିସିଟିଭି ଭାଙ୍ଗିଲେ, ହାର୍ଡଡିସ୍କ ତାଡ଼ିନେଲେରାତି ୯ରୁ ୧୦ ଭିତରେ କାଣ୍ଡକରି ଛୁ" ସଙ୍ଗେସଙ୍ଗେ ପ୍ରୀତମ ଓ ତାଙ୍କ ପତ୍ନୀ ଘରକୁ ଫେରିଥିଲେ।
ଘର ଭିତରକୁ ଯାଇ ସେମାନେ ଦେଖିଲେ ଯେ ଦୁର୍ବୃତ୍ତମାନେ ସିସିଟିଭି ଭାଙ୍ଗିବା ସହ ହାର୍ଡଡିସ୍କକୁ ତାଡ଼ି ନେଇଛନ୍ତି।
ଘର ଭିତରେ ଥିବା ରୋବଟ୍ ମଧ୍ୟ ଅଚଳ ଅବସ୍ଥାରେ ରହିଛି।
ଦୁର୍ବୃତ୍ତମାନେ ରୋବୋଟ୍କୁ ଅଫ୍ଲାଇନ କରିଦେଇଥିଲେ।
ଦମ୍ପତି ମାଷ୍ଟରବେଡ୍ ରୁମ୍କୁ ଧାଇଁ ଯାଇ ଯାହା ଦେଖିଲେ, ସେମାନଙ୍କ ମୁଣ୍ଡ ଘୂରାଇ ଦେଇଥିଲା।
ଦୁର୍ବୃତ୍ତମାନେ ଲକ୍ର ଭାଙ୍ଗିବା ସହ ଓଳାଇ ସଫା କରିଦେଇଥିଲେ।
ଲକର୍ ଭିତରୁ ସୁନାହାର ସେଟ୍, ହୀରା ନେକ୍ଲେସ୍ ସେଟ୍, ୧୦ରୁ ଅଧିକ ଦାମୀ ଘଣ୍ଟା, ରୁପା ଗହଣା, ଦାମୀ ବ୍ୟାଗ୍, ୧୨ଟି ଗୋଲ୍ଡ କଏନ୍, ଦାମୀ ପର୍ଫ୍ୟୁମ୍ ଏମିତି ସବୁ ଦାମୀ ଜିନିଷପତ୍ରକୁ ଦୁର୍ବୃତ୍ତମାନେ ନେଇଯାଇଥିଲେ।
ଅନ୍ୟ ଏକ ଆଲ୍ମିରାରୁ ନଗଦ ୫ ଲକ୍ଷ ଟଙ୍କା ନେଇଯାଇଥିଲେ।
Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ ଫୋନ୍ରେ ଅଭିଯୋଗ ହେବା ମାତ୍ରେ ଲକ୍ଷ୍ମୀସାଗର ଥାନା ପୁଲିସ ପ୍ରୀତମଙ୍କ ଘରକୁ ଧାଇଁଥିଲା।
ପରେପରେ ସ୍ପେସାଲ ସ୍କ୍ବାଡ୍ ବି ପହଞ୍ଚିଥିଲା।
ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିଥିଲା।
କାଳ ବିଳମ୍ବ ନ କରି ପୁଲିସ ଟିମ୍ ଆଖପାଖ ଅଞ୍ଚଳରେ ଖେଦି ଯାଇଥିଲା ଏବଂ ବିଭିନ୍ନ ଜାଗାରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଦେଇଥିଲା।
କିନ୍ତୁ ଏପର୍ଯ୍ୟନ୍ତ ୨୪ଘଣ୍ଟା ବିତିବା ପରେ ବି ପୁଲିସ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।