Soldiers Killed: ପାକିସ୍ତାନ-ଆଫଗାନିସ୍ତାନ ସୈନିକଙ୍କ ମଧ୍ୟରେ ସଂଘର୍ଷ: ୭ ପାକିସ୍ତାନୀ ସେନା ନିହତ

Oct 18, 2026 - 12:38
Soldiers Killed: ପାକିସ୍ତାନ-ଆଫଗାନିସ୍ତାନ ସୈନିକଙ୍କ ମଧ୍ୟରେ ସଂଘର୍ଷ: ୭ ପାକିସ୍ତାନୀ ସେନା ନିହତ

"ଇସଲାମାବାଦ/କାବୁଲ: ବିବାଦୀୟ ଡୁରାଣ୍ଡ ରେଖା ନିକଟରେ ଆଫଗାନିସ୍ତାନ ସୀମାସୁରକ୍ଷା ବାହିନୀ ଓ ପାକିସ୍ତାନୀ ସେନା ମଧ୍ୟରେ ହୋଇଥିବା ପ୍ରବଳ ଗୁଳିବିନିମୟରେ ୭ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଛନ୍ତି।

ସୀମା ସୁରକ୍ଷା, ଅନଧିକୃତ ସାମରିକ ପୋଷ୍ଟ ନିର୍ମାଣ ଏବଂ ଆତଙ୍କବାଦୀଙ୍କ ଗତିବିଧିକୁ ନେଇ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବଢ଼ୁଥିବା ତିକ୍ତତା କାରଣରୁ ଏହି ରକ୍ତାକ୍ତ ସଂଘର୍ଷ ଘଟିଛି।Advertisment ଆଫଗାନିସ୍ତାନର ପକ୍ତିଆ ପ୍ରଦର୍ଶନର ଦାନ୍ଦ ପାଟନ୍ ଜିଲ୍ଲା ଅନ୍ତର୍ଗତ ଖର୍ଲାଚି ଗେଟ୍ ଏବଂ ଟପ୍ ସାର୍ ଅଞ୍ଚଳରେ ମଧ୍ୟାହ୍ନ ସମୟରେ ଏହି ଭୀଷଣ ଯୁଦ୍ଧ ଆରମ୍ଭ ହୋଇଥିଲା।

ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନ ପକ୍ଷରୁ ଅନଧିକୃତ ଭାବେ ସୀମାନ୍ତରେ ଜଗୁଆଳି ପୋଷ୍ଟ ନିର୍ମାଣ କରାଯାଉଥିବା ବେଳେ ସେମାନଙ୍କ ଆକ୍ରମଣର ଜବାବରେ ଆଫଗାନ ବାହିନୀ ପାଲଟା ଜବାବ ଦେଇଥିଲେ।

ଏହି ଗୁଳିବିନିମୟରେ ସୀମାବର୍ତ୍ତୀ ବାଣିଜ୍ୟ ବନ୍ଦ ହୋଇଯାଇଥିବା ବେଳେ ଭୟରେ ଆଖପାଖ ଗ୍ରାମର ଲୋକେ ସ୍ଥାନାନ୍ତରିତ ହୋଇଛନ୍ତି।

ଆଫଗାନ ସୀମା ପ୍ରହରୀଙ୍କୁ ଦାୟୀ ଅନ୍ୟପକ୍ଷରେ, ପାକିସ୍ତାନୀ ଅଧିକାରୀମାନେ ଏଥିପାଇଁ ଆଫଗାନ ସୀମା ପ୍ରହରୀଙ୍କୁ ଦାୟୀ କରିଛନ୍ତି।

କୁରମ୍ ଜିଲ୍ଲାରେ ଥିବା ପାକିସ୍ତାନୀ ଚେକପୋଷ୍ଟ ଉପରେ ଆଫଗାନ ପକ୍ଷରୁ ପ୍ରଥମେ ଗୁଳିଚାଳନା କରାଯାଇଥିବା ଦାବି କରି ଇସଲାମାବାଦ କହିଛି ଯେ ସେମାନଙ୍କ ସେନା ଏହାର କଡ଼ା ଜବାବ ଦେଇଛି।

ଉଲ୍ଲେଖଯୋଗ୍ୟ ଯେ, ଆଫଗାନିସ୍ତାନ ମାଟିରୁ ପାକିସ୍ତାନୀ ତାଲିବାନ୍ (ଟିଟିପି) ଆତଙ୍କବାଦୀମାନେ ପାକିସ୍ତାନରେ ଆକ୍ରମଣ ଚଳାଇଥିବା ନେଇ ଇସଲାମାବାଦ ବାରମ୍ବାର ଅଭିଯୋଗ ଆସୁଥିବା ବେଳେ କାବୁଲ ଏହାକୁ ଖଣ୍ଡନ କରିଆସୁଛି।

ସୀମାନ୍ତରେ ଏଭଳି ବାରମ୍ବାର ସଂଘର୍ଷ ଦୁଇ ଦେଶ ମଧ୍ୟରେ ସୁରକ୍ଷା ସ୍ଥିତିକୁ ଅଧିକ ଜଟିଳ କରିପକାଇଛି।

Pakistan Iran Border: ଆମେରିକାର ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଆର୍ଥିକ ଆକ୍ରମଣ କଲା ପାକିସ୍ତାନ: ସ୍ଥଳ ସୀମା ସିଲ୍"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)