Welcome!

Unlock your personalized experience.
Sign Up

Solar panels: ଭାର୍ଗବୀ ବ୍ରିଜ୍‌ରୁ କାଟିନେଲେ ସୋଲାର ବତିଖୁଣ୍ଟ

Aug 25, 2026 - 04:43
Solar panels: ଭାର୍ଗବୀ ବ୍ରିଜ୍‌ରୁ କାଟିନେଲେ ସୋଲାର ବତିଖୁଣ୍ଟ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଭାର୍ଗବୀ ବ୍ରିଜ୍‌ ଉପରେ ଲାଗିଥିବା ସୋଲାର୍‌ ଷ୍ଟ୍ରିଟ୍‌ଲାଇଟ୍‌ ମଧ୍ୟରୁ ଗତକାଲି ରାତିରେ ଫାଳେ ବତିଖୁଣ୍ଟକୁ ଲୁଟେରା କାଟି ନେଇଛନ୍ତି। ଲୁଟ ହୋଇଥିବା ୧୦ଟି ବତିଖୁଣ୍ଟର  ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।ସୂଚନା ଯୋଗ୍ୟ ୨୦୧୫- ୧୬ ଆର୍ଥିକ ବର୍ଷରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସୋଲାର ଲାଇଟ ଲାଗିଥିଲା। ଏକ କିମି ବିଶିଷ୍ଟ ଭାର୍ଗବୀ ବ୍ରିଜ୍‌ ଆଲୋକୀକରଣ ୨୦ଟି ସୋଲାର ଷ୍ଟ୍ରିଟ୍‌ଲାଇଟ୍‌ ଲାଗିଥିଲା।

Solar storm alert: ସୋମବାର ପୃଥିବୀକୁ ଛୁଇଁପାରେ ସୌରଝଡ଼

ଇତିମଧ୍ୟରେ ଲାଗିଥିବା ସୋଲାର୍‌ ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ବହୁ ଦିନ ହେବ ଖରାପ ହୋଇଯାଇଥିଲା। କେଉଁ ଖୁଣ୍ଟରେ ଲାଇଟ୍‌ ଭାଙ୍ଗି ଯାଇଛି ତ ଆଉ କାହାର ଷ୍ଟାଣ୍ଡ, ଲୁହାଆଙ୍ଗେଲ ଭାଙ୍ଗି ଖୁଣ୍ଟରେ ଝୁଲୁଥିଲା। ସ୍ଥାନୀୟ ଲୋକେ ଏନେଇ ବାରମ୍ବାର ପଞ୍ଚାୟତ ପ୍ରତିନିଧି, ବ୍ଲକ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ ଲାଇଟ ମରାମତି କରାଗଲା ନାହିଁl ଅଭିଯୋଗ ସତ୍ତ୍ବେ ଲାଇଟ ମରାମତି ନହେବାରୁ ଲୁହା ଜିଆଇ ବତିଖୁଣ୍ଟଗୁଡିକ ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ପ୍ରାୟ ୧୦ଟି ବତିଖୁଣ୍ଟକୁ  କାଟି ନେଇଛନ୍ତି। ଫାଣ୍ଡିଠାରୁ ଅଳ୍ପ ଦୂରରେ ବ୍ରିଜ୍‌ ଉପରୁ ଦୁର୍ବୃତ୍ତମାନେ ଖୁଣ୍ଟ କାଟି ନେଉଥିଲେ ହେଁ ରାତ୍ରୀ ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୁଲିସ କିଛି ଜାଣି ନ ପାରିବା, ପୁଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Solar power: ସୋଲାର୍‌ ଶକ୍ତିରେ ଚାଲିବ ରାଜଧାନୀ ଶୌଚାଳୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)