Snooker: ପ୍ରିୟବ୍ରତ ପଟ୍ଟନାୟକ ସ୍ମାରକୀ ଇଷ୍ଟ ଇଣ୍ଡିଆ ଓପନ୍ ୧୦ ରେଡ୍ ସ୍ନୁକର ଉଦ୍ଘାଟିତ
"ଭୁବନେଶ୍ବର: ଓଡ଼ିଶା ବିଲିୟାର୍ଡ୍ସ ଓ ସ୍ନୁକର ସଂଘ (ବିଏସ୍ଏଓ) ଆନୁକୂଲ୍ୟରେ ଭୁବନେଶ୍ବର କ୍ଲବ୍ଠାରେ ଚତୁର୍ଥ ପ୍ରିୟବ୍ରତ ପଟ୍ଟନାୟକ ସ୍ମାରକୀ ଇଷ୍ଟ ଇଣ୍ଡିଆ ଓପନ୍ ୧୦ ରେଡ୍ ସ୍ନୁକର ପ୍ରତିଯୋଗିତା ରବିବାର ଉଦ୍ଘାଟିତ ହୋଇଯାଇଛି।Advertisment ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ମ୍ୟାଚ୍ ସୋମବାରଠୁ ଆରମ୍ଭ ହେବ।
ଏଥିରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ୧୪ ଜଣଙ୍କ ସହ ମୋଟ ୬୭ ଖେଳାଳି ଭାଗ ନେଇଛନ୍ତି।
ବିଜେତା ଓ ଉପବିଜେତାଙ୍କ ଲାଗି ଟ୍ରଫି ସହ ଯଥାକ୍ରମେ ୫୦ ଓ ୨୫ ହଜାର ଟଙ୍କାର ପୁରସ୍କାର ରାଶି ରହିଛି।
ସେମିଫାଇନାଲିଷ୍ଟଙ୍କୁ ୧୦ ହଜାର, କ୍ବାଟରଫାଇନାଲିଷ୍ଟଙ୍କୁ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ।
ସେହିଭଳି ସର୍ବୋଚ୍ଚ ବ୍ରେକ୍ ଲାଗି ୫୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି।
ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ବିଏସ୍ଏଓ ସମ୍ପାଦକ ସମୀର ଅଲୀ, ପ୍ରତିଯୋଗିତା ନିର୍ଦେଶକ ଗୋବିନ୍ଦ ଶର୍ମା, ଭୁବନେଶ୍ବର କ୍ଲବ୍ ସଭାପତି ପ୍ରଦୀପ କୁମାର ଜେନା, ସମ୍ପାଦକ ଲଳିତ ଦାସ, ଯୁଗ୍ମ ସମ୍ପାଦକ ସମ୍ବିତ କୁମାର ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟା ତଥା ପ୍ରିୟବ୍ରତ ପଟ୍ଟନାୟକଙ୍କ ପତ୍ନୀ ଲିପ୍ସା ମିଶ୍ର, ସଦସ୍ୟ ମାନସ ଦାସ, ଅନିଲ କୁମାର ସାମଲ, ସଞ୍ଜୟ ଲାଠ ପ୍ରମୁଖ ଉପସ୍ଥିତ ଥିଲେ।
ବିଏସ୍ଏଓ ସଭାପତି ତାରାରଞ୍ଜନ ପଟ୍ଟନାୟକ ଅଂଶଗ୍ରହଣକାରୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି।
AIIMS OPD: ବିନା କସରତରେ ମିଳୁନି ଏମ୍ସ ଓପିଡି ଟିକଟ: ଧାଡ଼ିରେ ଦୌଡ଼ ପ୍ରତିଯୋଗିତା, ଅନ୍ଲାଇନ୍ରେ ମାସେ ଯାଏଁ ମିଳୁନି ସ୍ଲଟ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

