Snakebite: ସର୍ପାଘାତରେ ଅଜା-ନାତି ମୃତ
"ବଣାଇଁଗଡ଼: ଟିକାୟତପାଲି ଥାନା ଅନ୍ତର୍ଗତ ତିଳେଇମାଲ ଗ୍ରାମର ଭୂୟାଁସାହିରେ ରାତିରେ ଶୋଇଥିବା ବେଳେ ସର୍ପାଘାତରେ ଅଜା-ନାତିଙ୍କ ମୃତ୍ୟୁ ଘଟିଛି।
ମୃତକମାନେ ହେଲେ ରବି ଭୂୟାଁ (୭୬) ଓ ତାଙ୍କ ନାତି ସଞ୍ଜୟ ନାଏକ (୮)।Advertisment ଗ୍ରାମରେ ଶୋକାକୁଳ ପରିବେଶ ସୂଚନା ଅନୁଯାୟୀ, ଉଭୟେ ରାତିରେ ଘରେ ଶୋଇଥିବା ସମୟରେ ସର୍ପାଘାତର ଶିକାର ହୋଇଥିଲେ।
ପରେ ଉଭୟଙ୍କୁ ବଣାଇଁ ଡାକ୍ତରଖାନାକୁ ନିଆଯାଇଥିଲା।
ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଆଜି ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ।
Suspended: ବୌଦ୍ଧ ପୁଲିସ ବିଭାଗରେ ହଲଚଲ୍: ଜଣେ କନେଷ୍ଟବଳ ଓ ଏସଆଇ ନିଲମ୍ବିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
