Snake Eggs Rescued: ୨ ତମ୍ପ ସାପ ସହ ୩୫ ଅଣ୍ଡା ଓ ଛୁଆ ଉଦ୍ଧାର, ଅଙ୍ଗନାୱାଡି ଘରୁ...

Jun 25, 2026 - 11:50
Snake Eggs Rescued: ୨ ତମ୍ପ ସାପ ସହ ୩୫ ଅଣ୍ଡା ଓ ଛୁଆ ଉଦ୍ଧାର, ଅଙ୍ଗନାୱାଡି ଘରୁ...

ସାପ ସହ ୩୫ଟି ସାପ ଛୁଆ ଉଦ୍ଧାର। ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରୁ ସାପ ଅଣ୍ଡା ସହ ଛୁଆ ଉଦ୍ଧାର କରାଯାଇଛି। ସମସ୍ତ ସାପକୁ ସୁରକ୍ଷିତ ଭାବେ ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ନୃସିଂହ ଚରଣ ସାହୁଙ୍କ ଘରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଶ୍ରମିକ ମାନେ ସାପକୁ ଦେଖିବାକୁ ପାଇଥିଲେ। ପରିବାର ଲୋକେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। 

ଖବର ପାଇ ସ୍ନେକହେଲ୍ପ ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଁଚି ୩୫ ଟି ଅଣ୍ଡା ସମେତ ଛୁଆଙ୍କୁ ଉଦ୍ଧାର କରିଥିଲେ। ସେହିଭଳି ସ୍ଥାନୀୟ ଅଞ୍ଚଳର ଅଙ୍ଗନାୱାଡି ଗୃହ ମଧ୍ୟରୁ ୫ଫୁଟ ଲମ୍ବର ଏକ ନାଗସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଦିଆଯାଇଛି। ସାପଙ୍କ ପ୍ରଜନନ ସମୟ ହୋଇଥିଲେ ଏବେ ବିଭିନ୍ନ ସ୍ଥାନରୁ ଏଭଳି ସାପ ବାହାରୁଥିବାର ଦେଖିବାକୁ ମିଳିଛି।