Monkey Terror Returns: ଗୋଡେଇ ଗୋଡେଇ କାମୁଡୁଛି ପାଗଳ ମାଙ୍କଡ, ୫ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି

Jun 25, 2026 - 11:50
Monkey Terror Returns: ଗୋଡେଇ ଗୋଡେଇ କାମୁଡୁଛି ପାଗଳ ମାଙ୍କଡ, ୫ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି

ଭଦ୍ରକ ବାସୁଦେବପୁର ବ୍ଲକ ବିନାୟକପୁର ଗାଁରେ ପୁଣି ମାଙ୍କଡ ଆତଙ୍କ। ଗୋଡେଇ ଗୋଡେଇ କାମୁଡୁଛି ପାଗଳ ମାଙ୍କଡ। ମାଙ୍କଡ କାମୁଡାରେ ୫ ଜଣ ଆହତ ହୋଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଜଣେ ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ଦୁଇ ଦିନ ତଳେ ୮ ଜଣଙ୍କୁ କାମୁଡି ଗୁରୁତର କରିଥିଲା ମାଙ୍କଡ। ୮ଦିନରେ ପାଖାପାଖି ୧୫ ଜଣଙ୍କୁ କ୍ଷତାକ୍ତ କଲାଣି ମାଙ୍କଡ। ମାଙ୍କଡ କାମୁଡାକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି। ମାଙ୍କଡଟିକୁ ବନ ବିଭାଗ ତୁରନ୍ତ ଧରିବାକୁ ଦାବି କରିଛନ୍ତି ଗ୍ରାମବାସୀ।