Snake bite: ଅଜା ଘରେ ସର୍ପାଘାତ, ନାତି ମୃତ: ମାସକ ତଳେ ଆହତ ଷଣ୍ଢ ଲାତରେ ମାମୁ ମରିଥିଲେ

Aug 20, 2026 - 08:03
Snake bite: ଅଜା ଘରେ ସର୍ପାଘାତ, ନାତି ମୃତ: ମାସକ ତଳେ ଆହତ ଷଣ୍ଢ ଲାତରେ ମାମୁ ମରିଥିଲେ

"ବାଲିପାଟଣା: ଅଜା ଘରେ ଖେଳୁଥିବା ବେଳେ ସର୍ପ ଦଂଶନରେ ନାତିର ମୃତ୍ୟୁ ଘଟିଛି।

ଆଜି ସ୍ଥାନୀୟ ଚଣାହଟ୍ଟା ମଠସାହି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।

ମୃତକ ହେଲେ ନବ କିଶୋର ଭୋଇଙ୍କ ନାତି ରୁଦ୍ର(୭)।

ମାସକ ତଳେ ନବଙ୍କ ପୁଅ ବୁଦ୍ଧନାଥ ଏକ ଆହତ ଷଣ୍ଢକୁ ଉଦ୍ଧାର କରିବାକୁ ଯାଇ ଲାତ ମାଡ଼ରେ ଗୁରୁତର ହୋଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମାମୁ ବୁଦ୍ଧନାଥଙ୍କ ମୃତ୍ୟୁର ମାସକ ପରେ ଭଣଜା ରୁଦ୍ରର ଅକାଳ ବିୟୋଗ ଆଜି ମଠସାହିରେ ଶୋକର ଛାୟା ଖେଳାଇଦେଇଛି।

ବୃଦ୍ଧ ନବକିଶୋରଙ୍କ ପରିବାର ପୂରା ଭାଙ୍ଗିପଡ଼ିଛି।

Advertisment Education: ନିଶାରେ ଚୁର ରହୁଛନ୍ତି ଏହି ସ୍କୁଲର ଏମଏଲଇ ଶିକ୍ଷକ!

ବିଇଓ କହିଲେ— ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ ଆଜି ନବଙ୍କ ପରିବାର ଲୋକେ ବିଲକୁ ରୁଆ ବେଉଷଣ କରିବାକୁ ଯାଇଥିଲେ।

ଛୋଟ ପିଲାମାନେ ଘରେ ଥିଲେ ଏବଂ ଖେଳୁଥିଲେ।

ରୁଦ୍ର ଏକ ଇଟା ଗଦା ଉପରକୁ ଚଢ଼ିଯିବା ବେଳେ ବିଷଧର ସାପଟି ତାକୁ ଦୁଇ ଥର ଦଂଶନ କରିଥିଲା।

ରୁଦ୍ର ଚିତ୍କାର କରିବାରୁ ପଡ଼ୋଶୀମାନେ ଧାଇଁ ଆସିଥିଲେ।

ସେମାନେ ସାପକୁ ଖୋଜି ବାହାର କରିବା ସହ ପ୍ଲାଷ୍ଟିକ୍ ଜାର୍‌ରେ ପୂରାଇଥିଲେ ଏବଂ ରୁଦ୍ରଙ୍କୁ ବାଲିପାଟଣା ମେଡିକାଲକୁ ନେଇଥିଲେ।

ସେଠାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ମାତ୍ର ବାଟରେ ହିଁ ରୁଦ୍ର ଆଖି ବୁଜିଦେଇଥିଲେ।

ସୂଚନାଯୋଗ୍ୟ ଯେ ଗତମାସ ୧୮ ତାରିଖରେ ନବଙ୍କ ପୁଅ ତଥା ରୁଦ୍ରଙ୍କ ମାମୁ ବୁଦ୍ଧନାଥଙ୍କ ମୃତ୍ୟୁ ହୋଇଥିଲା।

ଗହୀରରେ ଆହତ ଅବସ୍ଥାରେ ପଡ଼ିଥିବା ଏକ ଷଣ୍ଢକୁ କିଛି ସ୍ଥାନୀୟ ଯୁବକ ଉଦ୍ଧାର କରି ଟ୍ରାକ୍ଟରରେ ଲଦି ହସ୍ପିଟାଲ ଆଣୁଥିଲେ।

ବୁଦ୍ଧନାଥ ଟ୍ରାକ୍ଟର ଡାଲରେ ବସି ଷଣ୍ଢକୁ ଧରିଥିଲେ।

ହଠାତ୍‌ ଷଣ୍ଢଟି ଶକ୍ତ ଲାତ ମାରିଥିଲା ଏବଂ ଛାତିରେ ମାଡ଼ ହେବାରୁ ବୁଦ୍ଧନାଥ ଟ୍ରାକ୍ଟରରୁ ଗଳିପଡ଼ିଥିଲେ।

ତାଙ୍କ ପଞ୍ଜରା ଭାଙ୍ଗିଯାଇଥିଲା।

୨ଦିନ ହସ୍ପିଟାଲରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସେବେଠୁ ନବଙ୍କ ଝିଅ ସସ୍ମିତା ଏୟାର୍‌ଫିଲ୍‌ଡ ଥାନା ବୋତଣ୍ଡାସ୍ଥିତ ଶାଶୂଘରୁ ଆସି ବୃଦ୍ଧ ବାପାଙ୍କ ପାଖରେ ରହୁଥିଲେ।

ସସ୍ମିତାଙ୍କ ସ୍ବାମୀ ଦୀପକ ମଧ୍ୟ ଶଶୁରଘରେ ରହି ଚାଷ କାମରେ ସହଯୋଗ କରୁଥିଲେ।

କିନ୍ତୁ ଆଜି ଘଟଣାଚକ୍ରରେ ସେମାନେ ସେମାନଙ୍କ ସାତ ବର୍ଷର ପୁଅକୁ ହରାଇଛନ୍ତି।

Horoscope 2026 August 20: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media