Smart chatbot: ଚଳନ୍ତିକା: ସ୍ମାର୍ଟ ଚାଟ୍‌ବଟ୍‌ ନୁହେଁ, ବ୍ୟବହାରଯୋଗ୍ୟ ଏଆଇ

Jul 19, 2026 - 07:25
Smart chatbot: ଚଳନ୍ତିକା: ସ୍ମାର୍ଟ ଚାଟ୍‌ବଟ୍‌ ନୁହେଁ,  ବ୍ୟବହାରଯୋଗ୍ୟ ଏଆଇ

"ସମ୍ପ୍ରତି ବିଶ୍ବବ୍ୟାପୀ ଚାଲିଥିବା ଏଆଇ ରେସ୍‌ ବା କୃତ୍ରିମ ବୁଦ୍ଧିମତ୍ତା ଦୌଡ଼ ଆଉ ମାନସମ୍ମାନ ପ୍ରସଙ୍ଗ ହୋଇ ରହିନାହିଁ।

ବିଜୁଳିଶକ୍ତି, ଟେଲି ଯୋଗାଯୋଗ ନେଟ୍‌ୱର୍କ ଅଥବା କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ୍‌ ଭଳି କ୍ଷେତ୍ରରେ ଏଆଇ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ହୋଇଆସିଲାଣି।

ତେଣୁ, କିଏ ସବୁଠୁ ବଡ଼ ଓ ସ୍ମାର୍ଟ ଲାଙ୍ଗୁଏଜ୍‌ ବେସ୍‌ ନିର୍ମାଣ କରିପାରିଛି- ଏହି ପ୍ରସଙ୍ଗ ଆଧାରରେ ଗତ ତିନିବର୍ଷ ହେବ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଛି। "ଓପନ୍‌ଏଆଇ"ର ଚାଟ୍‌ଜିପିଟି, "ଗୁଗୁଲ୍‌"ର ଜେମିନି, "ଆନ୍ଥ୍ରୋପିକ୍‌"ର କ୍ଲାଉଡି, "ମେଟା"ର ଲାମା ଇତ୍ୟାଦି ପ୍ରସ୍ତୁତ କରି ଯୁକ୍ତରାଷ୍ଟ୍ର ଆମେରିକା ଏ କ୍ଷେତ୍ରରେ ଅଗ୍ରଣୀ ରହିଛି।

ସେହିପରି, ଡିପ୍‌ସିକ୍‌, ଚେୱେନ୍‌, ଏର୍ଣ୍ଣି ଭଳି ସ୍ବଦେଶୀ ମଡେଲ୍‌ ନିର୍ମାଣ କରି ଚୀନ୍‌ ମଧ୍ୟ ଏ କ୍ଷେତ୍ରରେ ଅଗ୍ରସର ହୋଇଛି।

ତା"ଛଡ଼ା ଫ୍ରାନ୍‌ସ୍‌ ମଧ୍ୟ ବିଶ୍ବ କୃତ୍ରିମ ବୁଦ୍ଧିମତ୍ତା ‌ପରିସରରେ ମିଷ୍ଟ୍ରାଲ୍‌ ପ୍ରବେଶ କରାଇଛି।

କିନ୍ତୁ, କ୍ଷୋଭର କଥା ବିଶ୍ବର ଅନ୍ୟତମ ବୃହତ୍ତମ ସଫ୍ଟୱେର୍‌ ଟାଲେଣ୍ଟ୍‌ ହବ୍‌ ହେବା ସହିତ "ଚାଟ୍‌ଜିପିଟି"ର ବୃହତ୍ତମ ସାପ୍ତାହିକ ସକ୍ରିୟ ବ୍ୟବହାରକାରୀ ପେଣ୍ଠ ହୋଇ ମଧ୍ୟ ଭାରତ ଉପରୋକ୍ତ ଦେଶମାନଙ୍କ ଭଳି ବିଶ୍ବରେ ନିଜସ୍ବ ଏଆଇ ମଡେଲ୍‌ଟିଏ ସଂସ୍ଥାପନ କରିପାରିନାହିଁ।

ଏହାର ଅର୍ଥ କ"ଣ ଭାରତ ଏହି ପ୍ରତିଦ୍ବନ୍ଦ୍ବିତାରେ ଅଗ୍ରସର ହୋଇପାରୁ ନାହିଁ?

ଏ ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେବା କ"ଣ ଭାରତ ପାଇଁ ଏତେ ତାତ୍ପର୍ଯ୍ୟପୂର୍ଣ୍ଣ?Advertisment Farmers: ରାସ୍ତାକଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରୁଛନ୍ତି ଚାଷୀ କିନ୍ତୁ, ବିଶେଷଜ୍ଞମାନେ କହୁଛନ୍ତି ଯେ ଭିନ୍ନ କାରଣରୁ ଭାରତ ଏ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍‌ଠାରୁ ପଛରେ ରହିଛି। "ୱାନ୍‌ଟ୍ୟାବ୍‌ ଡଟ୍‌ ଏଆଇ"ର ସହ-ସଂସ୍ଥାପକ ତଥା ସିଇଓ ସକେତ୍‌ ଦଣ୍ଡୋତିୟା କହନ୍ତି- ଏଆଇ ମଡେଲ୍‌ ସବୁ ବିପୁଳ କମ୍ପ୍ୟୁଟିଙ୍ଗ୍‌ ପାୱାର୍‌ ଆବଶ୍ୟକ କରେ।

ଆଜିକାଲି ଗୋଟିଏ କମ୍ପିଟିଟିଭ୍‌ ମଡେଲ୍‌କୁ ତାଲିମ ଦେବା ପାଇଁ ଅନେକ ମାସ ଏବଂ କୋଟି କୋଟି ଡଲାର୍‌ ମୂଲ୍ୟର ୧୦,୦୦୦ ଏଚ୍‌୧୦୦ ବା ତ"ଠାରୁ ଅଧିକ ଗ୍ରାଫିକ୍‌ ପ୍ରୋସେସ୍‌ ୟୁନିଟ୍‌ ବା "ଜିପିୟୁ" ଆବଶ୍ୟକ।

ଦେଶର ଏଆଇ ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରେ ସମ୍ପ୍ରତି ଭାରତର ଟ.

୧୦,୩୭୨-କୋଟିବିଶିଷ୍ଟ ଇଣ୍ଡିଆଏଆଇ ମିସନ୍‌ ଆନୁମାନିକ ୩୪,୦୦୦-୩୮,୦୦୦ "ଜିପିୟୁ" ପ୍ରସ୍ତୁତ କରିଛି।

ଦଣ୍ଡୋତିୟା କହନ୍ତି ଯେ ଗୋଟାଏ ଅଗ୍ରଣୀ ଏଆଇ ଲ୍ୟାବ୍‌କୁ ଥରେମାତ୍ର ବିଶେଷ ତାଲିମ ଦେବାରେ ଏତିକି "ଜିପିୟୁ" ଶେଷ ହୋଇଯାଇପାରେ।

ତେଣୁ, ସତ କହିଲେ ଭାରତ ଏପର୍ଯ୍ୟନ୍ତ ଚାଟ୍‌ଜିପିଟି ଅଥବା ଜେମିନିକୁ ଅତିକ୍ରମ କଲାଭଳି କିଛି କରିପାରିନାହିଁ।

କିନ୍ତୁ, ଏମିତି କହିଦେଲେ ପ୍ରସଙ୍ଗ ଅସମ୍ପୂର୍ଣ୍ଣ ରହିଯିବ।

ଗତ ୧୮ ମାସ ହେବ ଭାରତ ତା"ର ନିଜସ୍ବ ଏଅାଇ ଇକୋସିଷ୍ଟମ୍‌ ନିର୍ମାଣ କରିପାରିଛି।

ସମଗ୍ର ଭାରତୀୟ କମ୍ପ୍ୟୁଟିଙ୍ଗ୍‌ ଭିତ୍ତିଭୂମି ଉପରେ "ସର୍ବମ୍‌" ବୃହତ୍‌ ଲାଙ୍ଗୁଏଜ୍‌ ମଡେଲ୍‌ ସବୁକୁ ତାଲିମ ଦେଇଛି।

ଭାରତଜେନ୍‌, ଟେକ୍‌ ମହିନ୍ଦ୍ରାର ପ୍ରୋଜକ୍ଟ୍‌ ଇଣ୍ଡସ୍‌, ଜ୍ଞାନୀ ଡଟ୍‌ ଏଆଇ ଏବଂ ଅବତାରର ଭାର୍ଯ୍ୟ ମଧ୍ୟ ବଜାରକୁ ପ୍ରବେଶ କଲେଣି।

ଏସବୁରେ ଭାରତୀୟ ଭାଷା, ସ୍ବର ପ୍ରଯୁକ୍ତି ଏବଂ ଉଦ୍ୟୋଗ ‌େକ୍ଷତ୍ରରେ ପ୍ରୟୋଗ ନିମନ୍ତେ ଧ୍ୟାନ ଦିଆଯାଇଛି।

ଏସବୁ ସିଷ୍ଟମ୍‌ ମଧ୍ୟରୁ କେତେକ ଭାରତୀୟ ଭାଷା ଷ୍ଟାଣ୍ଡାର୍ଡ କ୍ଷେତ୍ରରେ ଅପେକ୍ଷାକୃତ ବୃହତ୍ତର ଆନ୍ତର୍ଜାତିକ ମଡେଲ୍‌ଗୁଡ଼ିକୁ ଅତିକ୍ରମ କରିଗଲେଣି।

ଆଉ ଗୋଟାଏ "ଚାଟ୍‌ଜିପିଟି" ନିର୍ମାଣ କରିବା ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକର ଲକ୍ଷ୍ୟ ନୁହେଁ।

ବରଂ, ସେମାନେ ଭାରତର ବହୁଭାଷୀ ଏବଂ ବ୍ୟୟବହୁଳ ଏଆଇ ଅସୁବିଧା ସବୁ ସମାଧାନ କରିବା ଉପରେ ଧ୍ୟାନ ଦେଉଛନ୍ତି।

ଆଇଟି ପାରଦର୍ଶିତା, ଡିପ୍‌ ସାସ୍‌ ସାମର୍ଥ୍ୟ ଏବଂ ବୈଶ୍ବିକ ସ୍ବୀକୃତିପ୍ରାପ୍ତ ଆଧାର, ୟୁପିଆଇ ଏବଂ ଓଏନ୍‌ଡିସି ଭଳି ଡିଜିଟାଲ୍‌ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ କ୍ଷେତ୍ରରେ ଦଶନ୍ଧି ଦଶନ୍ଧି ଧରି ଭାରତର ଦକ୍ଷତା ରହିଛି।

ଏହି ସାମର୍ଥ୍ୟ ବଳରେ ଭାରତୀୟ କମ୍ପାନି ସବୁ ବ୍ୟାଙ୍କିଙ୍ଗ୍‌, ଟିକସ, ସରକାରୀ ସେବା ଓ ଆଞ୍ଚଳିକ-ଭାଷା ଗ୍ରାହକ ସହାୟତା ନିମନ୍ତେ ସୁଦକ୍ଷ ଏଆଇ ସିଷ୍ଟମ୍‌ ନିର୍ମାଣ କରିପାରିବେ।

ଯଦି ଏହା ସମ୍ଭବ ହୁଏ ତା"ହେଲେ ବିଦେଶୀ ପ୍ଲାଟ୍‌ଫର୍ମଗୁଡ଼ିକୁ ଲାଇସେନ୍‌ସ୍‌ ଫିସ୍‌ ନ ଦେଇ ଭାରତ ବିପୁଳ ଅର୍ଥ ବଞ୍ଚାଇ ପାରିବ।

Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍‌ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ "ଏମ୍‌ଆଇଫିକ୍‌ସ୍‌ ଡଟ୍‌ ଏଆଇ"ର ସ୍ବତ୍ବାଧିକାରୀ ସଂଜୀବ ବିଶ୍ବନାଥନ୍‌ କହନ୍ତି- କିଏ ସର୍ବୋତ୍ତମ ଆଲ୍‌ଗୋରିଦିମ୍‌ ଲେଖୁଛି- ଏହାକୁ ନେଇ ଆଉ ଏଆଇ ପ୍ରତିଦ୍ବନ୍ଦ୍ବିତା ଚାଲୁନାହିଁ।

ପ୍ରତିଦ୍ବନ୍ଦ୍ବିତା ଚାଲିଛି ଅର୍ଥନୀତି, ସରକାର ଓ ସମାଜ ଚଳାଇବାର ବୁଦ୍ଧିମତ୍ତା ବିକଶିତ କରିବାରେ।

ତେଣୁ, କେବଳ ବୃହତ୍ତମ ଲାଙ୍ଗୁଏଜ୍‌ ମଡେଲ୍‌ ନିର୍ମାଣ ଆଧାରରେ ସଫଳତା ମାପିବା ଅନୁଚିତ।

ଭାରତ ଆବଶ୍ୟକ କରୁଥିବା ବିଶ୍ବାସଯୋଗ୍ୟ, ସୁଲଭ ଓ ସାମଗ୍ରିକ ଏଆଇ ସିଷ୍ଟମ୍‌ ମଧ୍ୟ ସଫଳତାର ପରିମାପକ।

ଏହାକୁ ପ୍ରଯୁକ୍ତିଗତ ସ୍ବାଧୀନତା ନୁହେଁ ବରଂ ବୁଦ୍ଧିମତ୍ତା ସ୍ବାଧୀନତା କହିବା ଉଚିତ ହେବ।

ବିଶ୍ବରେ ପ୍ରଥମ ଏଆଇ ପ୍ରତିଦ୍ବନ୍ଦ୍ବିତା ଥିଲା ସବୁଠୁ ସ୍ମାର୍ଟ ଚାଟ୍‌ବଟ୍‌ ନିର୍ମାଣ।

ତା"ପରେ ହୁଏତ ହୋଇପାରେ ସବୁଠୁ ବ୍ୟବହାଯୋଗ୍ୟ ବୁଦ୍ଧିମତ୍ତା ନିର୍ମାଣ।

ଏହି ‌ପ୍ରତିଦ୍ବନ୍ଦ୍ବିତାରେ କିନ୍ତୁ ଭାରତ ଜିତାପଟ୍‌ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।