Power tiller: ଓଡ଼ିଶାର ପାୱାର୍ ଟିଲର୍ ପଶ୍ଚିମବଙ୍ଗରେ ଚାଷ: ସବ୍ସିଡିରେ କିଣିଲେ, ପରେ ବିକିଦେଲେ
"କେନ୍ଦୁଝର: ଓଡ଼ିଶା ସରକାରଙ୍କ ପକ୍ଷରୁ ସବ୍ସିଡିରେ ଚାଷୀଙ୍କୁ ଦିଆଯାଇଥିବା ପାୱାର୍ ଟିଲର୍ ଏବେ ପଶ୍ଚିମବଙ୍ଗର କ୍ଷେତରେ ଚାଷ କରୁଛି।
ପାୱାର୍ ଟିଲର୍ଗୁଡ଼ିକୁ ବେଆଇନ ଭାବେ ରାଜ୍ୟ ବାହାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।
କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ୧୩ ଜଣ ଚାଷୀ ଓ କିଛି ସ୍ୱୟଂ ସହାୟକ ଗୋଷ୍ଠୀକୁ ସବ୍ସିଡିରେ ଦିଆଯାଇଥିବା ପାୱାର୍ ଟିଲର୍ଗୁଡ଼ିକୁ ବିକ୍ରି କରାଯାଇଥିବା ଯାଞ୍ଚ ବେଳେ ଜଣାପଡ଼ିଛି।
ପରବର୍ତ୍ତୀ ସମୟରେ ସେଗୁଡ଼ିକୁ ପଶ୍ଚିମବଙ୍ଗ ଚାଲାଣ କରାଯାଇଛି।
ଫଳରେ ଓଡ଼ିଶା ସରକାରଙ୍କ ସବ୍ସିଡିର ଲାଭ ଏବେ ପଡ଼ୋଶୀ ରାଜ୍ୟର ଚାଷୀଙ୍କୁ ମିଳୁଛି।
ଏହି ଅନିୟମିତତାରେ କିଛି କର୍ମଚାରୀ ଓ ଦଲାଲ୍ଙ୍କ ସମ୍ପୃକ୍ତି ଥିବା କୁହାଯାଉଛି।
କୃଷି ବିଭାଗ ଘଟଣା ସମ୍ପର୍କରେ ଅବଗତ ଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସାଧାରଣ ଚାଷୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।Advertisment Education: ଅଲଚିକି ବଦଳରେ ଦେବନାଗରୀ ଲିପିରେ ବହି ଛପାକୁ ଏଆଇଓଏସୟୁର ବିରୋଧ ରାଜ୍ୟ ସରକାର ଟ୍ରାକ୍ଟର ଓ ପାୱାର୍ ଟିଲର୍ ଉପରେ ଲକ୍ଷାଧିକ ଟଙ୍କାର ସବ୍ସିଡି ପ୍ରଦାନ କରୁଛନ୍ତି।
ଟ୍ରାକ୍ଟର ପାଇଁ ୧.୧୦ ଲକ୍ଷରୁ ୧.୫୦ ଲକ୍ଷ ଟଙ୍କା ଓ ପାୱାର୍ ଟିଲର୍ ପାଇଁ ପ୍ରାୟ ୮୪ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳୁଛି।
ସବ୍ସିଡିରେ ମିଳିଥିବା ପାୱାର୍ ଟିଲର୍କୁ ତିନିବର୍ଷ ମଧ୍ୟରେ ବିକ୍ରି କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି।
ଚାଷୀମାନେ ଏ ନେଇ ଚୁକ୍ତିନାମାରେ ସ୍ୱାକ୍ଷର କରୁଛନ୍ତି।
କିଛି ହିତାଧିକାରୀ ସବ୍ସିଡି ପାଇବାର ତିନିରୁ ଚାରିମାସ ମଧ୍ୟରେ ପାୱାର୍ ଟିଲର୍ ବିକ୍ରି କରିଦେଇଥିବା କୃଷି ବିଭାଗର ନିର୍ବାହୀଯନ୍ତ୍ରୀ ସମର ବିଶ୍ୱାଳ ଯାଞ୍ଚ ବେଳେ ଜାଣିବାକୁ ପାଇଛନ୍ତି।
ଶିବନାରାୟଣପୁର ଗ୍ରାମର ଦୟାନିଧି ବେହେରା ଓ ମାମି ବେହେରାଙ୍କ ପାୱାର୍ ଟିଲର୍ ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା ସମୟରେ ଏହି ଅନିୟମିତତା ପଦାକୁ ଆସିଥିଲା।
୨୭ ଡିସେମ୍ବର ୨୦୨୩ରେ ସେ କୃଷି ଶିଳ୍ପ ନିଗମକୁ ପତ୍ରସଂଖ୍ୟା ୧୪୨୦, ୨୭.୧୧.୨୦୨୫ରେ ଏ ନେଇ ସୂଚନା ଦେଇଥିଲେ।
ପରବର୍ତ୍ତୀ ସମୟରେ ଆଉ ୧୧ ଜଣ ଚାଷୀ ମଧ୍ୟ ପାୱାର୍ ଟିଲର୍ ବିକ୍ରି କରିଥିବା ଜଣାପଡ଼ିଥିଲା।
Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ ଗୋଟିଏ ଗ୍ରାମର ୧୩ ଜଣ ହିତାଧିକାରୀ ରମାକାନ୍ତ ଜେନା, କୃପାସିନ୍ଧୁ ଢେଙ୍କା, କ୍ଷୀରୋଦ ପରିଡ଼ା, ବୃନ୍ଦାବନ ଜିଉ ସ୍ୱୟଂ ସହାୟକ ଗୋଷ୍ଠୀ, ଶୁଭଲକ୍ଷ୍ମୀ ଢେଙ୍କା, ସୁଭଦ୍ରା ବେହେରା, ନମିତା ମହାନ୍ତି, ସରସ୍ୱତୀ ଗିରି, ମିନତି ଜେନା, ଶିବନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ, ମହେଶ୍ୱର ମହାନ୍ତି, ମାମି ବେହେରା ଓ ଦୟାନିଧି ବେହେରା ପାୱାର୍ ଟିଲର୍ ବିକ୍ରି କରିଥିବା ତଥ୍ୟ ମିଳିଛି।
କୃଷିଶିଳ୍ପ ନିଗମର ରିପୋର୍ଟରେ କେହି ଚିକିତ୍ସା ଖର୍ଚ୍ଚ, ଆର୍ଥିକ ସମସ୍ୟା ଓ କିଛି ସ୍ୱୟଂ ସହାୟକ ଗୋଷ୍ଠୀ ଆଭ୍ୟନ୍ତରୀଣ ବିବାଦକୁ ବିକ୍ରିର କାରଣ ଦର୍ଶାଇଛନ୍ତି।
ଏଥିପାଇଁ ଆନନ୍ଦପୁର ଓ ଘସିପୁରା ଅଞ୍ଚଳରେ ନୂଆ ପାୱାର୍ ଟିଲର୍ ବଣ୍ଟନକୁ ସାମୟିକ ଭାବେ ବନ୍ଦ କରାଯାଇଛି।
ଏଥିପାଇଁ ଯୋଗ୍ୟ ଚାଷୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି।
ଏ ସମ୍ପର୍କରେ ନିର୍ବାହୀଯନ୍ତ୍ରୀ ସମର ବିଶ୍ୱାଳଙ୍କୁ ପଚାରିବାରୁ, ପାୱାର୍ ଟିଲର୍ ବଣ୍ଟନରେ ବ୍ୟାପକ ଅନିୟମିତତା ଧରାପଡ଼ିଥିବାରୁ ତଦନ୍ତ ଚାଲିଛି।
ଏଥିପାଇଁ ଅନ୍ଲାଇନ୍ ଆବେଦନ ପୋର୍ଟାଲ୍କୁ ସାମୟିକ ଭାବେ ବନ୍ଦ ରଖାଯାଇଥିବା କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।