Sky: ଆକାଶଗଙ୍ଗାର ଦ୍ରୁତତମ ତାରକା

Aug 22, 2026 - 08:15
Sky: ଆକାଶଗଙ୍ଗାର ଦ୍ରୁତତମ ତାରକା

"ଆମ ଛାୟାପଥ ଆକାଶଗଙ୍ଗାର କେନ୍ଦ୍ରରେ ଅଛି "ସାଜିଟାରିଅସ୍‌ ଏ ଷ୍ଟାର୍‌" ନାମକ ବିଶାଳ କୃଷ୍ଣ ଗର୍ତ୍ତ।

ଗୋଟିଏ ନକ୍ଷତ୍ର ବା ତାରକା ଚମକପ୍ରଦ ବେଗରେ ତା" ଚାରିପଟେ ଗତି କରୁଥିବାର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି।

ଏହି ତାରକାର ନାମ "ଏସ୍‌୩୦୧"।

ଏହା ପ୍ରତି ୮.୭ ବର୍ଷରେ ଥରେ ସାଜିଟାରିଅସ୍‌ ଏ ଷ୍ଟାର୍‌କୁ ଏକ ଅଣ୍ଡାକୃତ କକ୍ଷପଥରେ ପ୍ରଦକ୍ଷିଣ କରିଥାଏ।

ଏହା ଯେତେବେଳେ କୃଷ୍ଣ ଗର୍ତ୍ତର ସବୁଠାରୁ ନିକଟତର ହୁଏ ସେତେବେଳେ ଶକ୍ତିଶାଳୀ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ଏହାର ବେଗ ୨୫,୦୦୦ କିଲୋମିଟର ପ୍ରତି ସେକେଣ୍ଡକୁ ବୃଦ୍ଧି ପାଇଥାଏ, ଯାହା ଆଲୋକର ବେଗର ୮%ରୁ ଅଧିକ।Advertisment Father's teachings: କଥାଟିଏ-ଯାଯାବର: ବାପାଙ୍କ ଶିକ୍ଷା ଗୋଟିଏ ଯାତ୍ରୀବାହୀ ବିମାନର ବେଗଠାରୁ ଏହା ଏକ ଲକ୍ଷ ଗୁଣ ଅଧିକ।

ଆମ ଛାୟାପଥର ଅନ୍ୟ କୌଣସି ତାରକା ଏତେ ଅଧିକ ବେଗରେ ଗତି କରିବା ଆଜି ପର୍ଯ୍ୟନ୍ତ ଦେଖାଯାଇନାହିଁ।

ଆହୁରି ରୋଚକ ବିଷୟ ହେଲା ଏହି ତାରକା ଓ କୃଷ୍ଣ ଗର୍ତ୍ତ ମଧ୍ୟର ଦୂରତା, ପୃଥିବୀ ଓ ସୂର୍ଯ୍ୟ ମଧ୍ୟର ଦୂରତାର ମାତ୍ର ୧୨ ଗୁଣ ଅଧିକ।

ଏହି ତାରକା ଆବିଷ୍କାର କରିବା ପରେ ଗବେଷକମାନେ ଆସନ୍ତା ଏକ ଦଶନ୍ଧିରେ କୃଷ୍ଣ ଗର୍ତ୍ତର ଆବର୍ତ୍ତନ ଦିଗ ଓ ବେଗ ଆକଳନ କରିବାର ଆଶା ରଖିଛନ୍ତି।

Neglect: ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଭିତ୍ତିଭୂମିର ହେଉନି ସୁଧାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)