Skin: ଚର୍ମ ପାଇଁ କେଉଁଟି ଭଲ ଫେସ୍‌ୱାଶ୍‌ ନା କ୍ଲିଞ୍ଜର?

Aug 25, 2026 - 15:02
Skin: ଚର୍ମ ପାଇଁ କେଉଁଟି ଭଲ ଫେସ୍‌ୱାଶ୍‌ ନା କ୍ଲିଞ୍ଜର?

"ଭୁବନେଶ୍ୱର: ଫେସ୍‌ୱାଶ୍‌ ଏବଂ ଫେସ୍‌ କ୍ଲିଞ୍ଜରକୁ ଅନେକେ ସମାନ ପ୍ରଡକ୍ଟ ବୋଲି ଭାବନ୍ତି।

ଦୁଇଟିର ଉଦ୍ଦେଶ୍ୟ ମୁହଁକୁ ସଫା କରିବା ହୋଇଥିଲେ ମଧ୍ୟ ଏହାର ଫର୍ମୁଲା, ବ୍ୟବହାର ଏବଂ ଚର୍ମ ଉପରେ ପ୍ରଭାବରେ ରହିଛି ବଡ଼ ପାର୍ଥକ୍ୟ।

ଭୁଲ ପ୍ରଡକ୍ଟ ବ୍ୟବହାର କଲେ ଚର୍ମ ଅତ୍ୟଧିକ ଶୁଷ୍କ, ତୈଳାକ୍ତ କିମ୍ବା ସମ୍ବେଦନଶୀଳ ହୋଇପାରେ।

ତେଣୁ କିଣିବା ପୂର୍ବରୁ ନିଜ ତ୍ୱଚାର ପ୍ରକାର ବିଷୟରେ ଜାଣିବା ଆବଶ୍ୟକ।Advertisment ଜାଣନ୍ତୁ ଫେସ୍‌ୱାଶ୍‌ ଏବଂ ଫେସ୍‌ କ୍ଲିଞ୍ଜର ମଧ୍ୟର ପାର୍ଥକ୍ୟ ଫେସ୍‌ୱାଶ୍‌ ସାଧାରଣତଃ ଜେଲ୍‌ କିମ୍ବା ପାଣି ଆଧାରିତ ଫର୍ମୁଲାରେ ମିଳିଥାଏ।

ଏହା ତ୍ୱଚାରୁ ଅତିରିକ୍ତ ତେଲ, ଧୂଳି ଓ ମଇଳାକୁ ଭଲ ଭାବେ ସଫା କରିବାରେ ସହାୟକ ହୁଏ।

ତୈଳାକ୍ତ, କମ୍ବିନେସନ୍‌ ଏବଂ ଆକ୍ନେ ପ୍ରବଣ ତ୍ୱଚା ପାଇଁ ଡିପ୍‌ କ୍ଲିନିଂ ଫେସ୍‌ୱାଶ୍‌ ଉପଯୋଗୀ ହୋଇପାରେ।

ମୁହଁ ଧୋଇବାର କିଛି ସମୟ ପରେ ଯଦି ତ୍ୱଚା ଚିପ୍‌ଚିପା ଲାଗେ, ତେବେ ଉପଯୁକ୍ତ ଫେସ୍‌ୱାଶ୍‌ ବାଛିବା ଭଲ।

ଅନ୍ୟପକ୍ଷରେ, ଫେସ୍‌ କ୍ଲିଞ୍ଜର ସାଧାରଣତଃ କ୍ରିମ୍‌, ମିଲ୍କ, ଅଏଲ୍‌ କିମ୍ବା ବାମ୍‌ ଭଳି ଟେକ୍ସଚରରେ ମିଳେ।

ଏହା ମୁହଁର ଧୂଳି, ମଇଳା ଏବଂ ଅନ୍ୟାନ୍ୟ ଅବଶିଷ୍ଟକୁ ସଫା କରିବା ସହ ତ୍ୱଚାର ପ୍ରାକୃତିକ ଆର୍ଦ୍ରତାକୁ ବଜାୟ ରଖିବାରେ ଧ୍ୟାନ ଦିଏ।

ତେଣୁ ଶୁଷ୍କ, ସମ୍ବେଦନଶୀଳ ଏବଂ ପରିପକ୍ୱ ତ୍ୱଚା ପାଇଁ କ୍ଲିଞ୍ଜର ଅଧିକ ଆରାମଦାୟକ ବିକଳ୍ପ ହୋଇପାରେ।

ଫେସ୍‌ୱାଶ୍‌ ଓ କ୍ଲିଞ୍ଜରକୁ ଏକାଠି ବ୍ୟବହାର କରି ଡବଲ୍‌ କ୍ଲିନିଂ ମଧ୍ୟ କରାଯାଇପାରେ।

ପ୍ରଥମେ କ୍ରିମ୍‌ କିମ୍ବା ଅଏଲ୍‌ କ୍ଲିଞ୍ଜର ବ୍ୟବହାର କରି ମେକଅପ୍‌, ସନ୍‌ସ୍କ୍ରିନ୍‌ ଓ ଧୂଳିମାଟି ସଫା କରାଯାଇପାରେ।

ଏହାପରେ ନିଜ ତ୍ୱଚାର ପ୍ରକାର ଅନୁସାରେ ଫେସ୍‌ୱାଶ୍‌ ବ୍ୟବହାର କରାଯାଇପାରେ।

ତେବେ ପ୍ରତିଦିନ ଡବଲ୍‌ କ୍ଲିନିଂ କରିବା ଆବଶ୍ୟକ ନୁହେଁ।

ବିଶେଷକରି ମେକଅପ୍‌ କିମ୍ବା ଅନ୍ୟାନ୍ୟ ପ୍ରୋଡକ୍ଟ ବ୍ୟବହାର କରିଥିବା ଦିନରେ ଏହା ଅଧିକ ଉପଯୋଗୀ ହୋଇପାରେ।

ତ୍ୱଚା ତୈଳାକ୍ତ ହେଲେ ତେଲ ନିୟନ୍ତ୍ରଣ କରୁଥିବା ଉପାଦାନ ଥିବା ଫେସ୍‌ୱାଶ୍‌ ବାଛନ୍ତୁ।

ଶୁଷ୍କ କିମ୍ବା ସମ୍ବେଦନଶୀଳ ତ୍ୱଚା ପାଇଁ ମଏଶ୍ଚରାଇଜିଂ କ୍ରିମ୍‌ କ୍ଲିଞ୍ଜର ଭଲ ବିକଳ୍ପ ହୋଇପାରେ।

କମ୍ବିନେସନ୍‌ ସ୍କିନ୍‌ ଥିଲେ ଦିନରେ ଫେସ୍‌ୱାଶ୍‌ ଏବଂ ରାତିରେ କ୍ଲିଞ୍ଜର ବ୍ୟବହାର କରିବା ଏକ ବିକଳ୍ପ।

ସବୁଠାରୁ ଜରୁରୀ କଥା ହେଉଛି କେବଳ ପ୍ରୋଡକ୍ଟର ନାମ ଦେଖି ନୁହେଁ, ନିଜ ତ୍ୱଚାର ଆବଶ୍ୟକତା ଓ ଉପାଦାନ ଦେଖି ସଠିକ୍‌ ପ୍ରଡକ୍ଟ ବାଛନ୍ତୁ।

Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)