DELHI: ଦିଲ୍ଲୀରେ ବିବାହର ଦୁଇ ମାସ ପରେ ମହିଳାଙ୍କ ମୃତ୍ୟୁ; ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

Jul 05, 2026 - 21:03
DELHI: ଦିଲ୍ଲୀରେ ବିବାହର ଦୁଇ ମାସ ପରେ ମହିଳାଙ୍କ ମୃତ୍ୟୁ; ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

"ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଲୋଧି କଲୋନୀରେ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗ ଆସିଛି।

ଗତ କିଛି ମାସରେ ଏହା ତୃତୀୟ ଯୌତୁକ ଜନିତ ହତ୍ୟା ଅଭିଯୋଗ ମାମଲା।

ଏହାପୂର୍ବରୁ ଭୋପାଳର ୩୩ ବର୍ଷୀୟ ତ୍ବିଷା ଶର୍ମା ଓ ଗ୍ରେଟର ନୋଏଡାର ୨୨ ବର୍ଷୀୟା ଦୀପିକା ନାଗରଙ୍କ ଯୌତୁକ ଜନିତ ହତ୍ୟା ମାମଲା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା।

ଦିଲ୍ଲୀର ୨୮ ବର୍ଷୀୟା ଆକ୍ରିତି ସୂତାରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଆକ୍ରିତିଙ୍କ ଶ୍ବଶୁର ଘର ଲୋକ ଓ ସ୍ବାମୀ ସେ ଆତ୍ମହତ୍ୟା କରିଥିବା କହିଥିଲେ ମଧ୍ୟ ତାଙ୍କ ପରିବାର ଲୋକ ଏହାକୁ ଖାରଜ କରିଛନ୍ତି।Advertisment ଶ୍ବଶୁର ଘର ପୁଷ୍ପ ବିହାର ଅଞ୍ଚଳରେ ହୋଇଥିବାବେଳେ ଆକ୍ରିତି ଘରଠାରୁ ୧୦ କିମି ଦୂର ଲୋଧି କଲୋନୀର ପାଲିକା କୁଞ୍ଜରେ ଏମ୍‌ଡିଏମ୍‌ସି ଫ୍ଲାଟର ତିନି ମହଲାରୁ ଖସି ପଡ଼ି ଗୁରୁତର ଭାବେ ଆହତ ହୋଇଥିବା କୁହାଯାଇଥିଲା।

ଆକ୍ରିତି ଗୁରୁତର ଅବସ୍ଥାରେ ତଳେ ପଡ଼ିଥିବାବେଳେ ସେଠାକାର ବାସିନ୍ଦା ପୁଲିସକୁ ଖବର ଦେଇଥିଲେ।

ତେବେ ସେ ଗୁରୁତର ଥିଲେ ମଧ୍ୟ ତଳେ ରକ୍ତ ଛିଟା ପଡ଼ିନଥିବାରୁ ପରିବାର ଲୋକଙ୍କୁ ସନ୍ଦେହ ହୋଇଛି।

ଆକ୍ରିତିଙ୍କୁ ତୁରନ୍ତ ଏମ୍ସ ଟ୍ରମା ସେଣ୍ଟର ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଏନ୍‌ଏସ୍‌ ଧାରା ୧୯୬ରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଆକ୍ରିତି ଜଣେ ସେଲ୍ସ ଏକଜିକ୍ୟୁଟିଭ ଭାବେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ।

ଚଳିତ ବର୍ଷ ଏପ୍ରିଲ ୨୪ ତାରିଖରେ ସେ ଅରସ୍ତୁ ସିକ୍କାଙ୍କୁ ବିବାହ କରିଥିଲେ।

ଉଭୟ ପରସ୍ପରକୁ ୮ ବର୍ଷ ହେଲା ଚିହ୍ନିଥିଲେ ଓ ପ୍ରେମ ବିବାହ କରିଥିଲେ।

ଆହୁରି ପଢନ୍ତୁ: India slams Pakistan: ମୋଦୀଙ୍କୁ ନେଇ ପାକ୍‌ ପ୍ରତିରକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲା ଭାରତ ଆକ୍ରିତି ପ୍ରଥମେ ଅରସ୍ତୁଙ୍କ ଭଉଣୀ ଅଗସ୍ତିକାଙ୍କ ବନ୍ଧୁ ଥିଲେ।

ଅରସ୍ତୁ ବର୍ତ୍ତମାନ ବେକାର ଅଛନ୍ତି।

ତାଙ୍କ ବାପା ଜଣେ ସରକାରୀ କର୍ମଚାରୀ।

ଆକ୍ରିତିଙ୍କ ପରିବାର ଲୋକ ସେ ଆତ୍ମହତ୍ୟା କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅରସ୍ତୁ ସିକ୍କା ଓ ତାଙ୍କ ପରିବାର ଲୋକ ବିବାହ ପରଠାରୁ ୨୦ ଲକ୍ଷ ଟଙ୍କା ଯୌତୁକ ଦାବି କରି ଆକ୍ରିତିଙ୍କୁ ବାରମ୍ବାର ନିର୍ଯାତନା ଓ ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ପରିବାର ଲୋକ କହିଛନ୍ତି ଯେ, ବିବାହ ପାଇଁ ଛୁଟିରେ ଥିବା ଆକ୍ରିତି ଜୁଲାଇ ୧ ତାରିଖରେ ଚାକିରିରେ ଯୋଗ ଦେଇଥିଲେ।

ଏପରିକି ଚାକିରିରେ ‌ଯୋଗ ଦେବା ପରେ ଶନିବାର ସେ ସହକର୍ମୀମାନଙ୍କୁ ପାର୍ଟି ଦେଇଥିଲେ।

ଯଦି ସେ ଖୁସି ନଥିଲେ ଓ ଆତ୍ମହତ୍ୟା କରିବାକୁ ଯୋଜନା କରୁଥିଲେ ତାହା ହେଲେ ସେ ତାଙ୍କ କର୍ମକ୍ଷେତ୍ରକୁ ଫେରିବାକୁ କାହିଁକି ପାଳନ କରୁଥିଲେ।

"