Sign language now: ଏଣିକି ସାଙ୍କେତିକ ଭାଷାରେ ଟାଇପିଂ
"ପୃଥିବୀର କୋଟିକୋଟି ସ୍ମାର୍ଟଫୋନ୍ ବ୍ୟବହାରକାରୀ ମେସେଜ୍ ଲେଖିବାକୁ କିମ୍ବା ଗୁଗୁଲ୍କୁ କୌଣସି କଥା ପଚାରିବାକୁ ଆଙ୍ଗୁଳି ଟିପିବା ପରିବର୍ତ୍ତେ ମୌଖିକ ଉଚ୍ଚାରଣ କରିବାକୁ ପସନ୍ଦ କରନ୍ତି।
ଏହା କମ୍ ସମୟସାପେକ୍ଷ ଓ ସୁବିଧାଜନକ ହୋଇଥାଏ।
ଦୁଃଖର କଥା ଯେ ମୂକବଧିରମାନେ ଏହି ସୁବିଧା ହାସଲ କରିପାରନ୍ତି ନାହିଁ।
ସେମାନଙ୍କ ସୁବିଧା ପାଇଁ ଗୁଗଲ୍ ଡିପ୍ମାଇଣ୍ଡ୍ "ଏଲ୍ଏଲ୍୨ଟି" ("ସାଇନ୍ ଲାଙ୍ଗୁଏଜ୍ ଟୁ ଟେକ୍ସଟ୍" ବା ସାଙ୍କେତିକ ଭାଷାରୁ ଲିଖିତ ଭାଷା) ନାମକ ଏଆଇ ମଡେଲ୍ ଉନ୍ମୋଚନ କରିଛି।Advertisment Migrant workers: ଶ୍ରମିକଙ୍କ ପରିବାର ପାଇଁ ତୁରନ୍ତ ପଦକ୍ଷେପ; ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଲା ସ୍ବେଚ୍ଛାସେବୀ ସଂଗଠନ ଭାବ ଆଦାନପ୍ରଦାନ ପାଇଁ ସାଙ୍କେତିକ ଭାଷା ବ୍ୟବହାର କରୁଥିବା ପୃଥିବୀର ପ୍ରାୟ ସାତ କୋଟି ଲୋକ ଏହା ଦ୍ବାରା ଫୋନ୍ରେ ମେସେଜ୍ ପଠାଇବାରୁ ଆରମ୍ଭ କରି ଗୁଗଲ୍ ସର୍ଚ କରିବା ପର୍ଯ୍ୟନ୍ତ କାମ ସହଜରେ କରିପାରିବେ।
ପ୍ରାରମ୍ଭିକ ଭାବେ ଏହାକୁ ଗୁଗଲ୍ ପିକ୍ସେଲ୍ ୧୧ ଫୋନ୍ ସହିତ ଉନ୍ମୋଚନ କରାଯିବ ଏବଂ କେବଳ ଆମେରିକୀୟ ସାଙ୍କେତିକ ଭାଷାକୁ ଏହା ଅନୁବାଦ କରିବ।
ସାଂକେତିକରୁ ଲିଖିତ ଭାଷାକୁ ଅନୁବାଦର ପ୍ରଯୁକ୍ତିକୁ ସ୍ମାର୍ଟଫୋନ୍ ସହିତ ଯୋଡ଼ାଯିବାର ଏହା ପ୍ରଥମ ଉଦ୍ୟମ। "ଏଲ୍ଏଲ୍୨ଟି" ପ୍ରଯୁକ୍ତି ସେଲ୍ଫି କ୍ୟାମେରା ସାହାଯ୍ୟରେ ହାତର ସଙ୍କେତ ସମେତ ମୁହଁର ହାବଭାବକୁ ପଢ଼ି ସାବଲୀଳ ବାକ୍ୟ ଗଠନ କରିପାରୁଛି।
ଭବିଷ୍ୟତରେ ଅନ୍ୟ ଆଣ୍ଡ୍ରଏଡ୍ ଫୋନ୍ରେ ମଧ୍ୟ ଏହି ପ୍ରଯୁକ୍ତିକୁ ଉପଲବ୍ଧ କରାଯିବ।
Gomata suraksha: ୬ବ୍ଲକରେ ଲାଗିବ ରିଫ୍ଲେକ୍ଟିଭ୍ ରେଡିୟମ ବେଲ୍ଟ, ହ୍ରାସ ପାଇବ ଦୁର୍ଘଟଣା!"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
