Shubman Gill: ନେଟ୍‌କୁ ଫେରିଲେ ଶୁବମନ ଗିଲ୍‌

Aug 09, 2026 - 13:22
Shubman Gill: ନେଟ୍‌କୁ ଫେରିଲେ ଶୁବମନ ଗିଲ୍‌

"କଲ‌ମ୍ବୋ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଭଲ ଖବର ଆସିଛି।

ଆହତ ‌ଯୋଗୁଁ ଶ୍ରୀଲଙ୍କା ଏକାଦଶ ବିପକ୍ଷ ତିନିଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳି ନଥିବା ଅଧିନାୟକ ଶୁବମନ ଗିଲ୍‌ ନେଟ୍‌କୁ ଫେରିଛନ୍ତି।

ରବିବାର ଅଭ୍ୟାସ ମ୍ୟାଚ୍‌ର ତୃତୀୟ ତଥା ଶେଷ ଦିନ ପୂର୍ବରୁ ଶୁବମନ ସାଇଡ୍‌ ନେଟ୍‌ରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛନ୍ତି।

Advertisment ଅନାମିକା ଆଙ୍ଗୁଠିରେ ଆଘାତ ଲାଗିଥିଲା ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକଙ୍କ ଡାହାଣ ହାତ ଅନାମିକା ଆଙ୍ଗୁଠିରେ ଆଘାତ ଲାଗିଥିଲା।

ଫଳରେ ସେ ଏହି ମ୍ୟାଚ୍‌ ଖେଳି ନଥିଲା ବେଳେ ତାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ବ ଭାର ଉପଅଧିନାୟକ କେ‌ଏଲ୍‌ ରାହୁଲ ନେଉଛନ୍ତି।

ଗିଲ୍‌ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନ ଖେଳିବେନି ବୋଲି ସାମାଜିକ ଗଣମାଧ୍ୟମ‌ରେ ସୂଚନା ଦେଇଥିଲା।

ହେଲେ ଦ୍ବିତୀୟ ଦିନ ଗିଲ୍‌ ବି ବ୍ୟାଟିଂକୁ ଆସି ନଥିଲେ।

ତାଙ୍କ ବ୍ୟାଟିଂ ପୋଜିସନ୍‌ ଚତୁର୍ଥରେ ରବୀନ୍ଦ୍ର ଜାଡ଼େଜା ଆସିଥିଲେ।

ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୧୫ରୁ ଗଲ୍‌ରେ ଖେଳାଯିବ।

World U20 Athletics: ବିଶ୍ବ ୨୦ ବର୍ଷରୁ କମ୍‌ ଦୌଡ଼କୁଦ: ବସନ୍ତଙ୍କୁ ଐତିହାସିକ ହାଇଜମ୍ପ୍‌ ରୌପ୍ୟ, ଲଙ୍ଗ୍‌ଜମ୍ପ୍‌ରେ ଶାହନୱାଜଙ୍କୁ କାଂସ୍ୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media