Shrimp Farming Hit Hard by Floods: ବନ୍ୟାରେ ପ୍ରଭାବିତ ଚିଙ୍ଗୁଡ଼ି ଚାଷ, କ୍ଷତି ସହିଲେ ଚାଷୀ

Aug 01, 2026 - 15:25
Shrimp Farming Hit Hard by Floods: ବନ୍ୟାରେ ପ୍ରଭାବିତ ଚିଙ୍ଗୁଡ଼ି ଚାଷ, କ୍ଷତି ସହିଲେ ଚାଷୀ

 ବୁଢ଼ା ବଳଙ୍ଗ ବନ୍ୟାରେ ବାଲେଶ୍ୱରର ଚିଙ୍ଗୁଡ଼ି ଚାଷ ପ୍ରଭାବିତ। ହଜାର ହଜାର ହେକ୍ଟର ଚିଙ୍ଗୁଡି ଚାଷ ନଷ୍ଟ ହୋଇଛି। ଗଡ଼ିଆରେ ବନ୍ୟା ପାଣି ପଶିଯିବାରୁ ଲାଭ ନୁହଁ ବରଂ ମୂଳ ପଇସା ପାଇବା ଆଶାରେ ଆଗୁଆ ଚିଙ୍ଗୁଡ଼ି ସଂଗ୍ରହ କରୁଛନ୍ତି ଚାଷୀ। ଛୋଟ ଛୋଟ ଚିଙ୍ଗୁଡିକୁ ବାଧ୍ୟ ହୋଇ ଏବେ ଅଧା ଦରରେ ବିକୁଛନ୍ତି ଚାଷୀ। 

ପୁରୀ ଜିଲ୍ଲାରେ ବି ସ୍ଥିତି ବିଗିଡ଼ିଛି। ମାଡ଼ି ଆସୁଛି ଧନୁଆ ନଦୀର ବନ୍ୟା ଜଳ। ବନ୍ୟା ଜଳ ପଶି ୧୨ଟି ଗାଁର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ।

ପୁରୀ ଜିଲ୍ଲାରେ ଦେବୀ ଓ ଭାର୍ଗବୀ ନଦୀରେ ବନ୍ୟା ଜଳସ୍ତର ସାମାନ୍ୟ ହ୍ରାସ ପଇଥିଲେ ମଧ୍ୟ ଏବେ ବି ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଭାର୍ଗବୀ ଓ କୁଶଭଦ୍ରା ନଦୀରେ ବନ୍ୟାଜଳ ଭଇଁଚୁଆଁ ଓ ଅଚ୍ୟୁତପୁର କାଜ ଦେଇ ଧନୁଆ ନଦୀରେ ପ୍ରବେଶ କରିବା ପରେ ଧନୁଆ ନଦୀରେ ବନ୍ୟା ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି ।

ନିମପଡାର ବଡ଼ମାଛପୁର, କେରେଣ୍ଡିଆ, ସାନମାଛପୁର,ବାରାଗରଡ଼ା, ଅଙ୍କୁସପୁର,କନପୁର ଭଳି ଏକାଧିକ ଗାଁର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। 

ବୁଢ଼ା ବଳଙ୍ଗ ବନ୍ୟାରେ ପ୍ରଭାବିତ ଚିଙ୍ଗୁଡ଼ି ଚାଷ 
ବନ୍ୟା ପାଣିରେ ବୁଡ଼ିଲା ବାଲେଶ୍ୱରର ଚିଙ୍ଗୁଡ଼ି ଚାଷ
ଚାଷୀଙ୍କ ଆଶାରେ ପାଣି ପକାଇଲା ବୁଢ଼ା ବଳଙ୍ଗ
ଅଧା ଓଜନ, ଅଧା ଦରରେ ବିକ୍ରି; କ୍ଷତିରେ ଚିଙ୍ଗୁଡ଼ି ଚାଷୀ
ଲାଭ ନୁହେଁ, ମୂଳ ଟଙ୍କା ଫେରିବା ଆଶାରେ ଚାଷୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।