Show-Cause Notice ଅଙ୍ଗନବାଡ଼ିକର୍ମୀଙ୍କ ଧାରଣା, ସଂଘ ନେତାଙ୍କୁ ପ୍ରଶାସନର କାରଣଦର୍ଶାଅ ନୋଟିସ

Aug 27, 2026 - 23:17
Show-Cause Notice  ଅଙ୍ଗନବାଡ଼ିକର୍ମୀଙ୍କ ଧାରଣା, ସଂଘ ନେତାଙ୍କୁ ପ୍ରଶାସନର କାରଣଦର୍ଶାଅ ନୋଟିସ

"ରାୟଗଡ଼ା (ଶିବ ପ୍ରସାଦ ଦୋରା):  ରାୟଗଡ଼ା ଜିଲ୍ଲା ଗୁଣପୁର ସିଡିପିଓଙ୍କ କାର୍ଯ୍ୟକୁ ବିରୋଧ କରିବା ସହ ବଦଳି ଦାବିରେ ଗୁଣୁପୁର ଆଇସିଡିଏସ୍‌ ଅଧୀନ ୭ଟି ସେକ୍ଟରର ୨୩୯ ଅଙ୍ଗନବାଡ଼ିକର୍ମୀ ଅନିର୍ଦ୍ଦିଷ୍ଟକାଳୀନ ଧାରଣାରେ ବସିଛନ୍ତି।

ଏହି ଘଟଣାରେ ଗୁଣପୁର ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଦିଲୀପ ଅଭିଷେକ ଦୁଧIଲ ସଂଘର କର୍ମକର୍ତ୍ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।Advertisment Unsafe Anganwadi : ଅସୁରକ୍ଷିତ ଅଙ୍ଗନବାଡ଼ି‌: ଭଙ୍ଗା ଘରେ ଭବିଷ୍ୟତ ଗଢ଼ା, ଶୌଚାଳୟ ସାତସପନ ଗୁଣପୁର ଅଞ୍ଚଳର  ୨୩୯ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବା ଫଳରେ ଶିଶୁ ଏବଂ ଗର୍ଭବତୀ ମହିଳା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ତଥା ଉପଖଣ୍ଡୀୟ ମାଜିଷ୍ଟ୍ରେଟ ଦିଲୀପ ଦୁଧାଲ ଅଭିଷେକ  ଭାରତୀୟ ନ୍ୟାୟ ସଂହିତାର ୧୩୦ ଧାରା ଅନୁଯାୟୀ ନୋଟିସ ପତ୍ର ସଂଖ୍ୟା ୩୧୭୫/୨୦୨୬ ତା ୨୭/୮/୨୬ରେ ଅଲ ଓଡିଶା  ଅଙ୍ଗନବାଡି ଲେଡିଜ୍ ୱାର୍କର ଆସୋସିଏସନ ଗୁଣପୁର ବ୍ଲକର ସଭାପତି ବୃନ୍ଦାବତୀ ଜେନା ଏବଂ ଏହାର ସଂପାଦକ ଶୁବାସିନୀ ଶବରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

Bulldozer: ଟ୍ରାଞ୍ଜିଷ୍ଟ ହାଉସ୍‌ରେ ଚଢ଼ିଲା ବୁଲ୍‌ଡୋଜର୍‌: ୫୦୦ ଫୁଟ୍‌ର ପାଚେରି, ଅଙ୍ଗନବାଡ଼ି ଭଙ୍ଗାଗଲା ଏଥିରେ ଜଣାଇଛନ୍ତିଯେ ଅଙ୍ଗନାବାଡ଼ିକର୍ମୀଙ୍କ ଦାବି ପ୍ରକାରେ ୨୪/୭/୨୬ ଓ ୭/୮/୨୦୨୬ରେ ଅଭିଯୋଗର ଶୁଣାଣି କରି ଜିଲ୍ଲା କାର୍ଯ୍ୟାଳୟକୁ ଅବଗତ କରାଯାଇଛି।

ଯେହେତୁ ସିଡିପିଓ  ଜଣେ କ୍ଲାସ-ବି ବର୍ଗର ଅଧିକାରୀ ତେଣୁ ତାଙ୍କର ବଦଳି କ୍ଷମତା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପରିସରଭୁକ୍ତ।

ବ୍ୟକ୍ତିଗତ ଭାବରେ କିମ୍ବା ନିଜର ଓକିଲ ମାଧ୍ୟମରେ ୧/୯/୨୦୨୬ ତାରିଖ ସୁଧା ଏହାର ଉତ୍ତର ପ୍ରଦାନ କରିବାକୁ କୁହାଯାଇଛି ।

ଏଥିରେ ବିଫଳ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

Neglect: ୬୪୨ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂ‌ଯୋଗ, ୭୫୦ଟିରେ ଶୌଚାଳୟ ସୂଚନାଯୋଗ୍ୟ, ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ଆସୋସିଏସନ୍‌ର ଗୁଣପୁର ଶାଖା ପକ୍ଷରୁ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଗତ ୩ଦିନ ହେଲା  ଧାରଣା ଦିଆଯାଇଛି।

ସଂଘର ଅଭିଯୋଗ ଅନୁଯାୟୀ, ସିଡିପିଓ ସୁଷମା ପ୍ରସାଦଙ୍କ ବିରୋଧରେ ବେଆଇନ ପିସି କାରବାର, ସରକାରୀ ଅର୍ଥରେ ଅନିୟମିତତା, ଦୁର୍ନୀତି ଓ କର୍ମୀଙ୍କୁ ମାନସିକ ନିର୍ଯାତନା ଭଳି ଅଭିଯୋଗ ରହିଛି।

ଘରଭଡ଼ା ବାବଦ ସରକାରୀ ଅର୍ଥରୁ ପ୍ରତ୍ୟେକ କର୍ମୀଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ ପିସି ଆଦାୟ କରାଯାଇଥିବା ଏବଂ ଏହି ବାବଦରେ ପ୍ରାୟ ୨ ଲକ୍ଷ ୭୫ ହଜାର ଟଙ୍କା ଆଦାୟ ହୋଇଥିବା ସଂଘ ଦାବି କରିଥିଲେ।

ଏହାଛଡ଼ା ଛତୁଆ ପ୍ରସ୍ତୁତି, କିଶୋରୀ ବାଳିକା ଯୋଜନା, ବିଦ୍ୟୁତ୍‌ ବିଲ୍‌ ଓ ବିଭିନ୍ନ ସାମଗ୍ରୀ କ୍ରୟ ବାବଦ ଅନୁଦାନରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।

କେନ୍ଦ୍ରକୁ ଯୋଗାଣ ହେଉଥିବା ଚାଉଳ ବସ୍ତାରେ ନିର୍ଦ୍ଧାରିତ ପରିମାଣଠାରୁ କମ୍‌ ଚାଉଳ ରହୁଥିବା ଏବଂ ଗତ ୬ ମାସର ଅଣ୍ଡା ବାବଦ ପ୍ରାପ୍ୟ ଅର୍ଥ ମିଳିନଥିବା ମଧ୍ୟ ସଂଘ ଅଭିଯୋଗ କରିଛି।

ଏନେଇ ପୂର୍ବରୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦିଆଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)