Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା

Aug 27, 2026 - 23:33
Weather: ଚୀନର ସତର୍କ ସୂଚନା; ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା

"କାଠମାଣ୍ଡୁ: ତିବ୍ବତ ସୀମାବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଏକ ଅସ୍ଥାୟୀ କୃତ୍ରିମ ଗ୍ଲେସିୟର ହ୍ରଦ ଫାଟିବା ଆଶଙ୍କା ଥିବାରୁ ଆସନ୍ତା ୩ ଦିନ ମଧ୍ୟରେ ନେପାଳରେ ପୁଣି ଏକ ବଡ଼ ବନ୍ୟା ଆସିବା ନେଇ ଚୀନ୍‌ ସରକାର ସତର୍କ ସୂଚନା ଜାରି କରିଛନ୍ତି।

ଗତକାଲି ଲାଙ୍ଗଟାଙ୍ଗ ଲିରୁଙ୍ଗ ପାର୍ବତ୍ୟାଞ୍ଚଳରେ ପ୍ରାୟ ୫,୨୦୦ ମିଟର ଉଚ୍ଚତାରେ ଏକ ବିଶାଳ ଗ୍ଲେସିୟର ସ୍ଖଳନ ଘଟି ପ୍ରଭାବିତ ଜଳରାଶି ଲେହେନ୍ଦେ ନଦୀରେ ମିଶିବା ଫଳରେ ଭୋଟେକୋଶୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା।

Advertisment ଏହି ବିପର୍ଯ୍ୟସ୍ତ ସ୍ଥିତି ମଧ୍ୟରେ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଚୀନ୍‌ର ଜଳସମ୍ପଦ ମନ୍ତ୍ରଣାଳୟ ଅନୁଯାୟୀ ଛୋଛେନ ଖୋଲା ଏବଂ ପୁରେପୁ ସାଙ୍ଗପୋ ନଦୀର ସଂଯୋଗ ସ୍ଥଳରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇ ପ୍ରାୟ ୨୦,୦୦,୦୦୦ କ୍ୟୁବିକ ମିଟର ଜଳ ଜମା ହୋଇ ରହିଛି।

ଆଗାମୀ ୩ ଦିନ ମଧ୍ୟରେ ଏଥିରେ ଆହୁରି ୩୦,୦୦,୦୦୦ କ୍ୟୁବିକ ମିଟର ଜଳ ପ୍ରବେଶ କରିବା ଆଶଙ୍କା ଥିବାରୁ ନେପାଳ ପ୍ରତିଷ୍ଠାନ ପକ୍ଷରୁ ଭୋଟେକୋଶୀ, ତ୍ରିଶୂଳୀ ଓ ନାରାୟଣୀ ନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।

China: ଚୀନ୍‌ର ହାଇପରସୋନିକ୍ ଏୟାର-ଟୁ-ଏୟାର ଗ୍ଲାଇଡ୍ କ୍ଷେପଣାସ୍ତ୍ର: ଆମେରିକାର ଆକାଶ ମାର୍ଗ ପର୍ଯ୍ୟନ୍ତ କରିବ ଲକ୍ଷ୍ୟଭେଦ ଗତକାଲି ବନ୍ୟା ସମୟରେ ଚିତୱାନର ଦେବଘାଟଠାରେ ଜଳପ୍ରବାହ ସେକେଣ୍ଡ ପ୍ରତି ୫,୮୫୦ କ୍ୟୁବିକ ମିଟର ଛୁଇଁଥିଲା।

ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ଯୋଗୁଁ ୨୦୦୫ ମସିହା ପରଠାରୁ ଗ୍ଲେସିୟର ହ୍ରଦ ସଂଖ୍ୟା ୧,୯୦୦ ରୁ ୨,୬୦୦ କୁ ବୃଦ୍ଧି ପାଇବା ଏଭଳି ବିପତ୍ତିର ମୁଖ୍ୟ କାରଣ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)