Shot Dead: ସୁନ୍ଦରଗଡ଼ରେ ପାଉଁଶ ଚାନ୍ଦା ଆଦାୟ ବିବାଦରୁ ହତ୍ୟାକାଣ୍ଡ, ଗୁଳିମାଡ଼ରେ ଯୁବକ ମୃତ

Nov 06, 2026 - 08:30
Shot Dead: ସୁନ୍ଦରଗଡ଼ରେ ପାଉଁଶ ଚାନ୍ଦା ଆଦାୟ ବିବାଦରୁ ହତ୍ୟାକାଣ୍ଡ, ଗୁଳିମାଡ଼ରେ ଯୁବକ ମୃତ

ସୁନ୍ଦରଗଡ଼: ପାଉଁଶରୁ ବେଆଇନ ଚାନ୍ଦା ଆଦାୟ ବିବାଦ କୁ ନେଇ ଗତକାଲି ସନ୍ଧ୍ୟାରେ ସୁନ୍ଦରଗଡ଼ ଭଷ୍ମା ଥାନା ଦର୍ଲିପାଲି ବରୋବଗାରେ ଏକ ହତ୍ୟାକାଣ୍ଡ ଘଟିଥିଲା।

Advertisment ଗୁଳିମାଡ଼ରେ ରାଇଜ୍‌ ସଂଗଠନର ଜଣେ ଯୁବକ ଦର୍ଲିପାଲି ଗାଁର ସୁନୀଲ ନେଟୀ (ସିଲୁ)ଙ୍କ ମୃତ୍ୟୁ ହୋଇ ଥିବାବେଳେ ତାକୁ ନେଇ ଦର୍ଲିପାଲିରେ ଗତକାଲି ରାତିରୁ ପ୍ରବଳ ଉତ୍ତେଜନା ଲାଗି ରହିଛି।

ହତ୍ୟାକାଣ୍ଡ ଭିଆଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ରାତିରେ ୟୁଏଫଟିଓଏର ଅଫିସ ଭଙ୍ଗାରୁଜା କରିବା ସହ ସଂଘର ସୂରଜ ପଟେଲ ନାମକ କର୍ମକର୍ତ୍ତାଙ୍କ କ୍ରେଟା ଗାଡ଼ିକୁ ଜାଳି ଦେଇଥିଲେ।

ଏହା ସହ ସଂଘ ସଭାପତି ତଥା ଦର୍ଲିପାଲି ସରପଞ୍ଚଙ୍କ ସ୍ବାମୀ ଗୋବିନ୍ଦ କୁମୁରା ଓ ଅନ୍ୟ ଜଣେ ସଦସ୍ୟଙ୍କୁ ମାଡ଼ ମାରିବା ସହ ମାରଣାସ୍ତ୍ର ଥିବା ଦର୍ଶାଇ ଏକ ଥର୍ ଗାଡ଼ିକୁ ଭାଙ୍ଗି ଦେବାକୁ ଉଦ୍ୟମ କଲାବେଳେ ପୁଲିସ ଗାଡ଼ିକୁ ସୁରକ୍ଷିତ ନିଜ ହେପାଜତକୁ ନେଇ ଯାଇଥିଲେ।

ବ୍ୟାପକ ପୁଲିସ ଫୋର୍ସ ମୁତୟନ ସତ୍ତ୍ବେ ଉତ୍ତେଜନା ଥମିନି।

ଏପଟେ ଆଜି ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ମୃତ ସୁନୀଲଙ୍କ ଶବ ବ୍ୟବଚ୍ଛେଦ ହେବ।

ଏହା ପରେ ଶବ ଗାଁକୁ ନେବା ପରେ ଉତ୍ତେଜନା ବଢ଼ିପାରେ ବୋଲି କହାଯାଉଛି।

ମୃତ ସୁନୀଲଙ୍କ ସହ କିଛି ଯୁବକ ସଭାସ୍ଥଳରେ ଉପସ୍ଥିତ ଥିଲେ ସୂଚନାଯୋଗ୍ୟ, ଏନ୍‌ଟିପିସି ଦର୍ଲିପାଲିର ବ‌ରୋବଗାସ୍ଥ ପାଉଁଶ ପୋଖରୀରୁ ପାଉଁଶ ପରିବହନ ହୋଇଆସୁଛି।

ଏକ ଗୋଷ୍ଠୀ ସମନ୍ବିତ ପାଉଁଶ ପରିବହନ ମାଲିକ ସଂଘ (ୟୁଏଫଟିଓଏ) ନାମରେ ବେଆଇନ ଭାବେ ଚାନ୍ଦା ଆଦାୟ କରି ଆସୁଥିଲେ।

ଏହାପରେ ଦର୍ଲିପାଲି, ବରୋବଗାର ଯୁବକଙ୍କୁ ନେଇ ରାଇଜ୍‌ ନାମକ ଅନ୍ୟ ଏକ ସଂଗଠନ ଗଢ଼ି ଉଠିଥିଲା।

ଗୁରୁବାର ବରୋବଗାଠାରେ ସଂଗଠନର ଏକ ବୈଠକ ବସି ପାଉଁଶ ପରିବହନରୁ ଚାନ୍ଦା ଆଦାୟ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ।

ବୈଠକ ସରିବା ପରେ ନିଜନିଜ ଘରକୁ ଚାଲି ଯାଇଥିବା ବେଳେ ମୃତ ସୁନୀଲଙ୍କ ସହ କିଛି ଯୁବକ ସଭାସ୍ଥଳରେ ଉପସ୍ଥିତ ଥିଲେ।

ଏହି ସମୟରେ ସଂଘବଦ୍ଧ ହୋଇ କିଛି ଯୁବକ ସେଠାକୁ ଆସି ମାଡ଼ପିଟ କରିବା ସହ ସୁନୀଲଙ୍କ ଇପରକୁ ୩ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।

ସୁନୀଲଙ୍କ ମୁଣ୍ଡ ଓ ଛାତିରେ ଗୁଳି ଲାଗିଥିଲା।

ରକ୍ତ ଜୁଡ଼ୁବୁଡ଼ୁ ହୋଇ ସେ ତଳେ ପଡ଼ି ଯାଇଥିଲେ।

ସାଙ୍ଗରେ ଥିବା ଯୁବକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦର୍ଲିପାଲି ଡାକ୍ତରଖାନାକୁ ଆଣିଥିଲେ।

ସେଠାରୁ ପୁଲିସ ଗାଡ଼ିରେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାକୁ ଅଣା ଯାଇଥିଲା।

ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ପାଉଁଶ ପାଇଁ ମୁଣ୍ଡ ଗଡ଼ିବା ପ୍ରଥମ ଘଟଣା ହୋଇଥିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

Black magic: ତନ୍ତ୍ରବିଦ୍ୟା ପାଇଁ ମଶାଣିରେ ବୀଭତ୍ସ କାଣ୍ଡ!

ସମାଧି ଖୋଳି ଶବ ମୁଣ୍ଡ କାଟିନେଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)