Israel Prime Minister: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗୁଆ ଆଇଜେନକୋଟ୍: ନେତାନ୍ୟାହୁଙ୍କୁ ଧକ୍କା

Nov 06, 2026 - 10:04
Israel Prime Minister: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗୁଆ ଆଇଜେନକୋଟ୍: ନେତାନ୍ୟାହୁଙ୍କୁ ଧକ୍କା

ଜେରୁଜାଲେମ୍: ଇସ୍ରାଏଲର ସଂସଦୀୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳିଛି।

୧୨୦ ଆସନବିଶିଷ୍ଟ କ୍ନେସେଟ୍ ରେ ସରକାର ଗଠନ ପାଇଁ ବିରୋଧୀ ଦଳ ନେତା ଗାଡି ଆଇଜେନକୋଟ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ତୁଳନାରେ ଅଧିକ ସାଂସଦଙ୍କ ସମର୍ଥନ ସୁପାରିଶ ହାସଲ କରିଛନ୍ତି।

ଆସନ୍ତା ନଭେମ୍ବର ୮, ରବିବାର ଦିନ ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ କାହାକୁ ସରକାର ଗଠନ ପାଇଁ ପ୍ରଥମେ ନିମନ୍ତ୍ରଣ କରିବେ, ସେ ନେଇ ଆନୁଷ୍ଠାନିକ ଘୋଷଣା କରିବେ।

Advertisment ଗୁରୁବାର ସମାପ୍ତ ହୋଇଥିବା ରାଜନୈତିକ ଦଳଗୁଡ଼ିକର ଆଲୋଚନା ଚକ୍ରରେ ଆଇଜେନକୋଟ୍ଙ୍କୁ ୬୭ ଜଣ ସାଂସଦ ସମର୍ଥନ କରିଥିବା ବେଳେ ନେତାନ୍ୟାହୁଙ୍କୁ ମାତ୍ର ୪୬ ଜଣ ସାଂସଦଙ୍କ ସୁପାରିଶ ମିଳିଛି।

ବହୁମତ ପାଇଁ ୬୧ଟି ଆସନର ଆବଶ୍ୟକତା ଥିବା ବେଳେ, ଆରବ ମେଣ୍ଟ ଦଳଗୁଡ଼ିକ (ଜଏଣ୍ଟ ଲିଷ୍ଟର ୧୧ ଏବଂ ରା''ଅମ୍ର ୮) ର ସମର୍ଥନ ପାଇବା ପରେ ଆଇଜେନକୋଟଙ୍କ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ସୀମା ପାର୍ କରିଛି।

୨୮ ଦିନର ସମୟ ଦିଆଯିବ ଅପରପକ୍ଷରେ, ନେତାନ୍ୟାହୁଙ୍କୁ ତାଙ୍କର ପାରମ୍ପରିକ ମିଳିତ ସହଯୋଗୀ ଅଲ୍ଟ୍ରା-ଓର୍ଥୋଡକ୍ସ ''ୟୁନାଇଟେଡ୍ ଟୋରା ଜୁଡାଇଜମ୍'' (୭ଟି ଆସନ) ସମର୍ଥନ ନକରିବା ଯୋଗୁଁ ତାଙ୍କୁ ବଡ଼ ଧରଣର ଧକ୍କା ସହିବାକୁ ପଡ଼ିଛି।

ଧାର୍ମିକ ଛାତ୍ରଙ୍କ ସାମରିକ ସେବାରୁ ଛାଡ଼ ପ୍ରସଙ୍ଗରେ ନେତାନ୍ୟାହୁ ସ୍ଥାୟୀ ଆଇନ ଆଣିବାରେ ବିଫଳ ହେବାରୁ ଏହି ଗୋଷ୍ଠୀ ତାଙ୍କୁ ସମର୍ଥନ କରିବାକୁ ମନା କରିଦେଇଛି।

ତେବେ ସଂଖ୍ୟା ଦୃଷ୍ଟିରୁ ଆଇଜେନକୋଟ୍ ଆଗରେ ଥିଲେ ହେଁ, ଏକ ବାସ୍ତବବାଦୀ ମେଣ୍ଟ ସରକାର ଗଢ଼ିବା ତାଙ୍କ ପାଇଁ ସହଜ ହେବନାହିଁ।

''ଇସ୍ରାଏଲ୍ ବେଇତେନୁ''ର ନେତା ଅଭିଗଡୋର୍ ଲିବରମ୍ୟାନ୍ ଆରବ ଦଳଗୁଡ଼ିକର ସମର୍ଥନରେ ଗଠିତ ସରକାରକୁ ବିରୋଧ କରୁଛନ୍ତି।

ରାଷ୍ଟ୍ରପତି ହର୍ଜୋଗ୍ ସ୍ପଷ୍ଟ କରିଛନ୍ତି ଯେ, କେବଳ ସମର୍ଥନ ନୁହେଁ, ବରଂ ପ୍ରକୃତରେ ଯିଏ ଏକ ସ୍ଥାୟୀ ସରକାର ଗଠନ କରିବାର କ୍ଷମତା ରଖିଛନ୍ତି, ତାଙ୍କୁ ହିଁ ୨୮ ଦିନର ସମୟ ଦିଆଯିବ।

ନୂତନ ସରକାର ଗଠନ ନହେବା ପର୍ଯ୍ୟନ୍ତ ନେତାନ୍ୟାହୁ ହିଁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ।

Murder: ପତ୍ନୀ ସହିତ ସାତ ଜଣଙ୍କୁ ହତ୍ୟା କଲା କ୍ୟାବ୍ ଡ୍ରାଇଭର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)