SHG: ଅଙ୍ଗନବାଡ଼ି ପିଲାଙ୍କୁ ଠକୁଛନ୍ତି ଏସ୍‌ଏଚ୍‌ଜି ! ସିଲେଇ କରୁଥିବା ଦର୍ଶାଇ ଦେଉଛନ୍ତି ନିମ୍ନମାନର ପୋଷାକ

Aug 30, 2026 - 09:23
SHG: ଅଙ୍ଗନବାଡ଼ି ପିଲାଙ୍କୁ ଠକୁଛନ୍ତି ଏସ୍‌ଏଚ୍‌ଜି ! ସିଲେଇ କରୁଥିବା ଦର୍ଶାଇ ଦେଉଛନ୍ତି ନିମ୍ନମାନର ପୋଷାକ

"ରାଉରକେଲା: ସୁନ୍ଦରଗଡ଼ରେ ଅଙ୍ଗନବାଡ଼ି ପିଲାଙ୍କ ପୋଷାକ କିଣାରେ ବ୍ୟାପକ ହରିଲୁଟ୍‌।

ନିମ୍ନମାନର ପୋଷାକ ଯୋଗାଇ ଚଳୁ କରୁଛନ୍ତି ୨୦ ରୁ ୩୦% ଅର୍ଥ।

ଅଭିଭାବକ ଅଭିଯୋଗ କରୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍‌।

ସରକାରୀ ନିୟମକୁ ଜଳାଞ୍ଜଳି ଦେଉଛନ୍ତି ଜିଲ୍ଲାର ଅନେକ ଏସ୍‌ଏସ୍‌ଜି।

ଲୋକଦେଖାଣିଆ ଘରେ ୪/୫ଟି ସିଲେଇ ମେସିନ ପକାଇ ବଜାରରୁ ନିମ୍ନମାନର ପୋଷାକ କିଣି ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଉଛନ୍ତି।

କାରବାରରେ ସମ୍ପୃକ୍ତ ଅଛନ୍ତି ସିଡିପିଓ କାର୍ଯ୍ୟାଳୟର କିଛି ଅଧିକାରୀ, କର୍ମଚାରୀ ଓ ଏସ୍‌ଏଚ୍‌ଜି ମହିଳା।

ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଏମିତି ସାଂଘାତିକ ଅଭିଯୋଗ ଆସିଛି ରାଉରକେଲା ଶିଳ୍ପାଞ୍ଚଳ ଶିଶୁ ବିକାଶ ପ୍ରକଳ୍ପରେ।

Advertisment ପ୍ରୋତ୍ସାହନ ଦେଉଛନ୍ତି ସିଡିପିଓ କାର୍ଯ୍ୟାଳୟର ଅଧିକାରୀ ଏହି ଅଞ୍ଚଳରେ ମୋଟ ୧୧୫ ଅଙ୍ଗନବାଡ଼ି କେନ୍ଦ୍ର ରହିଛି।

୫୭୦ ପୁଅ ,୫୯୮ ଝିଅ, ଏମିତି ମୋଟ ୧୧୬୮ ଶିଶୁ ପାଠ ପଢ଼ୁଛନ୍ତି।

ଝିଅଙ୍କ ହଳେ ପୋଷାକକୁ ସରକାର ୪୫୦ ଟଙ୍କା, ପୁଅଙ୍କ ହଳେ ପୋଷାକକୁ ୩୫୦ ଟଙ୍କା ଦେଉଛନ୍ତି।

ହେଲେ ବଜାରରୁ ଝିଅଙ୍କ ହଳେ ‌ପୋଷାକକୁ ୩୦୦, ପୁଅଙ୍କର ୨୦୦ ଟଙ୍କାରେ କିଣୁଛନ୍ତି।

ପୁଅଝିଅଙ୍କ ପୋଷାକରେ ୩୦୦ ଟଙ୍କା ଚଳୁ କରୁଥିବା ଅଭିଯୋଗ ହେଉଛି।

ଶିଳ୍ପାଞ୍ଚଳ ସିଡିପିଓ କାର୍ଯ୍ୟାଳୟର ଅଧିକାରୀ ଓ ଏସ୍‌ଏଚ୍‌ଜିମାନେ ନିଜେ ପୋଷାକ କିଣି ଅଙ୍ଗନବାଡ଼ି କର୍ମୀଙ୍କୁ ନେବାକୁ ବାଧ୍ୟ କରୁଥିବା ଅଭିଯୋଗ ହେଉଛି।

ଯେଉଁମାନେ ବାହାରୁ କିଣିବାକୁ କହୁଛନ୍ତି, ସେମାନଙ୍କୁ ଧମକଚମକ ଦିଆଯାଉଥିବା ସଂଗିନ ଅଭିଯୋଗ ହେଉଛି।

ଯାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।

କେବଳ ରାଉରକେଲା ଶିଳ୍ପାଞ୍ଚଳ ପ୍ରକଳ୍ପ ନୁହେଁ, ଅନେକ ପ୍ରକଳ୍ପରେ ଏମିତି ବେଆଇନ କାରବାର ଚାଲିଛି।

ରାଉରକେଲା ଶିଳ୍ପାଞ୍ଚଳରେ ପ୍ରକଳ୍ପରେ ଛତୁଆ ଓ ଲଡ଼ୁ ବାବଦରେ ମାସକୁ ପିଲାଙ୍କ ପାଇଁ ୩, ୬୭,୦୯୨ ଟଙ୍କା, କିଶୋରୀଙ୍କ ପାଇଁ ୩,୯୪,୫୭୦ ଟଙ୍କା ଏବଂ ମହିଳାଙ୍କ ପାଇଁ ୩, ୬୮, ୫୧୩ ଟଙ୍କା ଖର୍ଚ୍ଚ ହେଉଛି।

ତେବେ, ଏହା ଅଙ୍ଗନବାଡ଼ି ଶିଶୁମାନେ ଖାଉନଥିବା ଜଣାଯାଇଛି।

ରାଉରକେଲା ଶିଳ୍ପାଞ୍ଚଳର ସୁପରଭାଇଭର ସୁହାସିନୀ ବିଶ୍ବାଳ କହିଛନ୍ତି, ଏସ୍‌ଏଚ୍‌ଜିମାନେ ପୋ‌ଷାକ ତିଆରି କରୁନାହାନ୍ତି।

କମିଟିର ନିଷ୍ପତ୍ତି ଅନୁଯାୟୀ ଅଙ୍ଗନବାଡ଼ିକର୍ମୀଙ୍କୁ ପୋଷାକ କିଣି ଆଣିବାକୁ କହାଯାଇଛି ବୋଲି କହିଛନ୍ତି।

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)