02 AUGUST 2026

Welcome!

Unlock your personalized experience.
Sign Up

Sheikh Hasina : ଦୁଇ ବର୍ଷ ପରେ ଶେଖ ହସିନା କରିବେ ଏମିତି : ମିଡିଆ ସାମ୍ନାକୁ ଆସିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

Aug 02, 2026 - 22:31
Sheikh Hasina : ଦୁଇ ବର୍ଷ ପରେ ଶେଖ ହସିନା କରିବେ ଏମିତି : ମିଡିଆ ସାମ୍ନାକୁ ଆସିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ

​​​​​​​ନୂଆଦିଲ୍ଲୀ : ବାଂଲାଦେଶରେ ଦୁଇ ବର୍ଷ ପୂର୍ବେ ହୋଇଥିବା କ୍ଷମତା ପରିବର୍ତ୍ତନ ପରେ ଭାରତରେ ରହୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା, ଖୁବ୍ ଶୀଘ୍ର ମିଡିଆ ସାମ୍ନାକୁ ଆସିବେ। ଏହା ପ୍ରଥମ ଥର , ଯେବେ କି ସେ ଭାରତ ଆସିବା ପରେ ଭର୍ଚୁଆଲି ମିଡିଆକୁ ସମ୍ୱୋଧିତ କରିବେ। ଏଥିରେ ସେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବାର ରଣନୀତି ଉପରେ ମଧ୍ୟ କଥା ହୋଇ ପାରନ୍ତି। କିଛି ଦିନ ପୂର୍ବେ ହସିନା ସ୍ପଷ୍ଟ କରିଥିଲେ ଯେ, ସେ ଏହି ବର୍ଷର ଶେଷ ସୁଦ୍ଧା ବାଂଲାଦେଶ ଫେରି ଯିବେ।

ଏହି କାର୍ଯ୍ୟକ୍ରମ ଦିଲ୍ଲାରେ ଫରେନ କରେସ୍ପୋଣ୍ଡେଣ୍ଟେସ କ୍ଲବ୍ ଅଫ୍ ସାଉଥ୍‌ ଏସିଆ ଦ୍ୱାରା ହୋଷ୍ଟ କରାଯିବ। ପାଞ୍ଚ ଅଗଷ୍ଟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଶେଖ୍ ହସିନା ଅନେକ ବଡ଼ ବଡ଼ ଘୋଷଣା କରି ପାରନ୍ତି। ଏହି କଥାବାର୍ତ୍ତା ସନ୍ଧ୍ୟା ଛଅଟାରୁ ସାଢେ ସାତଟା ପର୍ଯ୍ୟନ୍ତ ଚାଲିବ।ଏହାର ଅନେକ ପ୍ଲାଟଫର୍ମରେ ଲାଇଭ୍‌ ଷ୍ଟ୍ରିମିଂ ମଧ୍ୟ ହେବ।

ଏହା ପୂର୍ବରୁ , ଶେଖ ହସିନା ଚଳିତ ବର୍ଷର ଶେଷ ସୁଦ୍ଧା ନିଜ ଦେଶକୁ ଫେରିବାକୁ ଦେଇଥିବା ସଙ୍କେତ ମଧ୍ୟରେ କେନ୍ଦ୍ର ସରକାର ଏକ ସଂସଦୀୟ କମିଟିକୁ ସୂଚିତ କରିଛନ୍ତି ଯେ, ଅଗଷ୍ଟ ୨୦୨୪ ପରଠାରୁ ଦେଶରେ ହସିନାଙ୍କୁ ଭାରତୀୟ କ୍ଷେତ୍ରରୁ ରାଜନୀତିକ କାର୍ଯ୍ୟକଳାପ କରିବା ପାଇଁ କୌଣସି ମଞ୍ଚ କିମ୍ବା ସ୍ଥାନ ଦିଆଯାଇ ନାହିଁ।

ଜୁନ୍ ୩୦ ତାରିଖରେ ଲୋକସଭାରେ ଉପସ୍ଥାପିତ 'ଭାରତ-ବାଂଲାଦେଶ ସମ୍ପର୍କର ଭବିଷ୍ୟତ' ଶୀର୍ଷକ ନବମ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟରେ, କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ବୈଦେଶିକ ବ୍ୟାପାର ସଂସଦୀୟ କମିଟି ମଧ୍ୟ କହିଛି ଯେ ,ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନୁରୋଧ ବର୍ତ୍ତମାନ ବିଚାରାଧୀନ ଅଛି।

ଆହୁରି ମଧ୍ୟ ପଢନ୍ତୁ - Abhijeet Dipke : ଅଭିଜିତ୍ ଦୀପକେଙ୍କ ବାପା କେମିତି ସଂଗ୍ରହ କଲେ ଆମେରିକାରେ ପାଠପଢା ଖର୍ଚ୍ଚ, ଯାଞ୍ଚ ଦାବି କଲେ RTI କର୍ମୀ

ବୈଦେଶିକ ମନ୍ତ୍ରଣାଳୟ ବିଦେଶ ମାମଲାର ସଂସଦୀୟ ସ୍ଥାୟୀ କମିଟିକୁ କହିଛି , ପ୍ରତ୍ୟର୍ପଣ ଅନୁରୋଧର ପରୀକ୍ଷଣ ଭାରତ ସରକାରର ସକ୍ଷମ ଅଧିକାରୀଙ୍କ ଦ୍ୱାରା ଲାଗୁ ଆଇନ ଓ ସ୍ଥାପିତ ପ୍ରତିକ୍ରିୟା ଗୁଡ଼ିକ ଅନୁସାରେ କରାଯାଉଛି। କମିଟି ମନ୍ତବ୍ୟ ଦେଇଛି ଯେ , ହସିନାଙ୍କୁ ଶରଣ ଦେବା ପାଇଁ ଭାରତର ନିଷ୍ପତ୍ତି 'ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଥିବା କିମ୍ବା ସେମାନଙ୍କ ଅସ୍ତିତ୍ୱ ପ୍ରତି ବିପଦର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନଙ୍କୁ ଆଶ୍ରୟ ଦେବାର ସଭ୍ୟତାମୂଳକ ନୀତି ଏବଂ ମାନବିକ ପରମ୍ପରାକୁ ପ୍ରତିଫଳିତ କରେ'।

କମିଟି ଏହା ମଧ୍ୟ ଗୁରୁତ୍ୱାରୋପ କରିଛି ଯେ, ଭାରତ ଏହି ନୀତିକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିଛି ଯେ ‘ଆମ କ୍ଷେତ୍ରରୁ ଅନ୍ୟ କୌଣସି ଦେଶ ବିରୁଦ୍ଧରେ କୌଣସି ରାଜନୈତିକ କାର୍ଯ୍ୟକଳାପ କରାଯିବା ଉଚିତ୍ ନୁହେଁ।‘

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।