Sharecroppers: ଭାଗଚାଷୀଙ୍କ ଅଧିକାରକୁ ଚୋଟ: କାମକରୁନି ଆପ୍, ଅନ୍ନଦାତା ଅସହାୟ
"ସମ୍ବଲପୁର: ଧାନବିକ୍ରି ପଞ୍ଜୀକରଣ ପାଇଁ ଭାଗଚାଷୀଙ୍କ ଅଧିକାର ଛଡ଼ାଇ ନେଇଛନ୍ତି ସରକାର।
ଗତବର୍ଷ ଜମି ପଞ୍ଜୀକରଣ ବେଳେ ଯେଉଁ ଜମି ମାଲିକଙ୍କ ଅନୁମତିପତ୍ର ଦାଖଲ କରି ଭାଗଚାଷୀ ପଞ୍ଜୀକୃତ ହେଉଥିଲେ, ଚଳିତବର୍ଷ ସେହି ଅଧିକାରରୁ ବଞ୍ଚିତ ହୋଇଛନ୍ତି।
ନୂତନ ବ୍ୟବସ୍ଥା ଅନୁଯାୟୀ, ପଞ୍ଜୀକରଣ ବେଳେ ଜମି ମାଲିକଙ୍କ ଉପସ୍ଥିତି ବାଧ୍ୟତାମୂଳକ।
କିନ୍ତୁ ଯେଉଁ ମାଲିକ ବାହାରେ ଅଛନ୍ତି, ସେମାନେ ପଞ୍ଜୀକରଣ ପାଇଁ ଆସି ନ ପାରିଲେ ଆପ୍ ଜରିଆରେ ବାୟୋମେଟ୍ରିକ ଅନୁମତିର ଯେଉଁ ବ୍ୟବସ୍ଥା କରାଯାଇଥିବା ସରକାର କହୁଛନ୍ତି ତାହା କୌଣସି ସ୍ଥାନରେ କାର୍ଯ୍ୟ କରୁନାହିଁ।
ଫଳରେ ଅନେକ ସଂଖ୍ୟାରେ ଭାଗଚାଷୀ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜୀକରଣ କରି ପାରିନାହାନ୍ତି।Advertisment Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ର ଜଣେ ଅଗ୍ରଣୀ ଚାଷୀ ମନବୋଧ ବାରିକ।
ସେ ୫ ଏକର ନିଜସ୍ବ ସହିତ ୩୦ ଏକର ଜମିରେ ଭାଗଚାଷ କରନ୍ତି।
ଶ୍ରୀ ପଦ୍ଧତି ଧାନଚାଷ, ଧାଡ଼ିରୁଆ ଯନ୍ତ୍ର ବ୍ୟବହାର କରି ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ପୁରସ୍କୃତ ହୋଇଛନ୍ତି।
ଏପରିକି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ଚାଷଜମି ପରିଦର୍ଶନ କରି ପ୍ରଶଂସା କରିଛନ୍ତି।
କିନ୍ତୁ ଚଳିତ ବର୍ଷ ଭାଗ ଜମି ପାଇଁ ମନବୋଧ ଆଜି ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇପାରି ନାହାନ୍ତି।
ସେ ଯେଉଁ ଜମି ମାଲିକ କାମିନୀମୋହନ ଶର୍ମାଙ୍କ ଜମିରେ ଧାନଚାଷ କରନ୍ତି, ସେ ବର୍ତ୍ତମାନ କାନାଡାରେ ଅଛନ୍ତି।
କୌଣସି ସ୍ଥିତିରେ ସମ୍ବଲପୁର ଆସି ପାରିବେ ନାହିଁ।
ଏଭଳି ସ୍ଥିତିରେ ଆପ୍ କାମ ନ କଲେ ସେହି ଜମି ପଞ୍ଜୀକୃତ ହୋଇପାରିବ ନାହିଁ କି ସେ ମଣ୍ଡିରେ ଧାନ ବିକ୍ରି କରିପାରିବେ ନାହିଁ।
ମନବୋଧ କେବଳ ଉଦାହରଣ ମାତ୍ର।
ଏଭଳି ଅନେକ ଭାଗଚାଷୀଙ୍କ ଜମି ମାଲିକ ବିଦେଶ କିମ୍ବା ରାଜ୍ୟ ବାହାରେ ରହୁଥିବାରୁ ପଞ୍ଜୀକରଣ ହୋଇ ପାରୁନାହିଁ।
ସମ୍ବଲପୁର ସମେତ ସମଗ୍ର ଓଡ଼ିଶାରେ ଯେଉଁ ବ୍ୟକ୍ତିଙ୍କ ନାମରେ ଚାଷଜମି ରହିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଗାଁ ଛାଡ଼ି ସହର କିମ୍ବା ରାଜ୍ୟ ବାହାରେ ବା ବିଦେଶରେ ରହୁଛନ୍ତି।
ସରକାରୀ ବ୍ୟବସ୍ଥାରେ ଭାଗଚାଷୀଙ୍କୁ ମାନ୍ୟତା ଦିଆଯାଇ ନାହିଁ।
କାମକରୁନି ଆପ୍, ଅନ୍ନଦାତା ଅସହାୟପଞ୍ଜୀକରଣ ପ୍ରକ୍ରିୟା ଅତି ମନ୍ଥର ଭାଗଚାଷୀମାନେ ହିଁ ଚାଷ ଜମିକୁ ବଞ୍ଚାଇ ରଖିଛନ୍ତି।
ସେଥିରୁ ଫସଲ ଉତ୍ପାଦନ କରୁଛନ୍ତି।
ଭାଗଚାଷୀ ନଥିଲେ ଆଜି ଅନେକ ଚାଷଜମି ପଡ଼ିଆ ପଡ଼ୁଥାଆନ୍ତା।
ଏହାକୁ ଦୃଷ୍ଟିରେ ରଖି ବିଜେଡି ସରକାର ସମୟରେ ଜମି ମାଲିକଙ୍କ ଅନୁମତିରେ ଭାଗଚାଷୀଙ୍କୁ ପଞ୍ଜୀକରଣର ଅନୁମତି ଦିଆଯାଇଥିଲା।
ଯାହାକୁ ବର୍ତ୍ତମାନ ସରକାର ପ୍ରତ୍ୟାହାର କରିନେଇଛନ୍ତି।
ଯେଉଁ ଆପ୍ ବ୍ୟବସ୍ଥା ଯୋଡ଼ିଛନ୍ତି ତାହା କାମ କରୁ ନାହିଁ।
କେବଳ ଭାଗଚାଷୀ ନୁହନ୍ତି, ସାଧାରଣ ଚାଷୀ ମଧ୍ୟ ଚଳିତ ବର୍ଷ ପଞ୍ଜୀକରଣରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅଧିକାଂଶ ଦିନ ଅପରାହ୍ଣ ବେଳକୁ ପି-ପାସ୍ ମନ୍ଥର ହୋଇଯାଉଛି।
ଏଥିପାଇଁ ସମବାୟ ସମିତିଗୁଡ଼ିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି।
Odisha police: ଚୋରି ଓ ହଜିଥିବା ୬୦ ମୋବାଇଲ ଉଦ୍ଧାର, ମାଲିକଙ୍କୁ ଫେରାଇଲା ପୁଲିସ ସମ୍ବଲପୁର ଜିଲ୍ଲାରେ ଗତବର୍ଷ ୬୫ ହଜାର ୧୪୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ।
କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ମାତ୍ର ୩୩ ହଜାର ପଞ୍ଜୀକୃତ ହୋଇଛନ୍ତି।
ସବୁଠି ପଞ୍ଜୀକରଣ ପାଇଁ ଚାଷୀ ନାକେଦମ ହୋଇ ପଡ଼ୁଛନ୍ତି।
ସ୍ଥିତି ଏଭଳି ହୋଇଛି ଯେ ବିଜେପି ସମର୍ଥିତ କୃଷକ ମୋର୍ଚ୍ଚା ମଧ୍ୟ ପଞ୍ଜୀକରଣ ବ୍ୟବସ୍ଥା ସହଜ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛି।
ଡିଆର୍ସିଏସ୍ ଲକ୍ଷ୍ମୀଧର ରାଉତ କହିଛନ୍ତି, ଜିଲ୍ଲାରେ ଥିବା ୪୫ ସମବାୟ ସମିତି ମାଧ୍ୟମରେ ଚାଷୀ ପଞ୍ଜୀକରଣ କରାଯାଉଛି।
ଚାଷୀମାନଙ୍କ ସୁବିଧା ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
