Share Market: ସପ୍ତାହର ଶେଷ କାରବାର ଦିନରେ ସେନ୍‌ସେକ୍ସ ୨୩୨ ପଏଣ୍ଟ ଖସିଲା

Jul 24, 2026 - 16:28
Share Market: ସପ୍ତାହର ଶେଷ କାରବାର ଦିନରେ ସେନ୍‌ସେକ୍ସ ୨୩୨ ପଏଣ୍ଟ ଖସିଲା

"ମୁମ୍ବାଇ: ଚଳିତ ସପ୍ତାହର ଶେଷ କାରବାର ଦିନରେ ମଧ୍ୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୩୨ ପଏଣ୍ଟ ହ୍ରାସ ପାଇଛି।

ଗତ ‌ସୋମବାର ଦିନଠାରୁ ଏହା ଲଗାତାର ଭାବେ ପଞ୍ଚମ ଦିନରେ ତଳକୁ ଖସିଛି।

ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପାଇଁ ଅଶୋଧିତ ତୈଳ ଦର ୧୦୦ ଡଲାରରୁ ଅଧିକ ହୋଇଯାଇଥିବାରୁ ନିବେଶକମାନେ ଚିନ୍ତିତ ହୋଇ ସେୟାର ବିକ୍ରି କରିଥିଲେ।

ଫଳରେ ସେନ୍‌ସେକ୍ସରେ ଆଜି ୨୩୨ ପଏଣ୍ଟ ହ୍ରାସ ପାଇ ୭୬,୦୫୯ ପଏଣ୍ଟରେ ବନ୍ଦ ହୋଇଥିଲା।Advertisment ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୦୨ ପଏଣ୍ଟ ହ୍ରାସ ପାଇ ୨୩,୭୬୭ ପଏଣ୍ଟରେ ବନ୍ଦ‌ ହୋଇଛି।

ନିବେଶକମାନେ ଅଟୋମୋବାଇଲ୍‌, ଧାତବ ଓ ରିଅଲ ଇଷ୍ଟେଟ୍‌ କ୍ଷେତ୍ରର ସେୟାରକୁ ଅଧିକ ବିକ୍ରି କରିଥିଲେ।ଗତକାଲି ସେନ୍‌ସେକ୍ସ ୩୬୪ ପଏଣ୍ଟ ଓ ନିଫ୍‌ଟି ୧୨୭ ପଏଣ୍ଟ ହ୍ରାସ ପାଇଥିଲା।

ଆଜି ଏନ୍‌ଏସ୍‌ଇରେ ଆଦାନୀ ଏଣ୍ଟରପ୍ରାଇଜେସ୍‌, ନେସ୍‌ଲେ ଇଣ୍ଡିଆ, ଶ୍ରୀରାମ ଫାଇନାନ୍ସର ସେୟାର ମୂଲ୍ୟ ହ୍ରାସ ପାଇଥିଲା ଓ ଏସବିଆଇ ଲାଇଫ୍‌, ବଜାଜ ଅଟୋ ଓ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ସେୟାର ମୂଲ୍ୟ ବଢ଼ିଥିଲା।

Stock market: ସେନ୍‌ସେକ୍ସରେ ୯୬୫ ପଏଣ୍ଟ ବୃଦ୍ଧି ଭୂରାଜନୈତିକ ଉତ୍ତେଜନା ପ୍ରଭାବରେ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରଭାବିତ ହୋଇଥିବାରୁ ଆଗାମୀ ଦିନରେ ଅଶୋଧିତ ତୈଳ ଦର ବ୍ୟାରେଲକୁ ୧୨୦ ଡଲାର ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା କରାଯାଉଛି।

ସେଭଳି ହେଲେ ଇକ୍ବିଟି ବଜାର ଉପରେ ଆସନ୍ତା ସପ୍ତାହରେ ମଧ୍ୟ ଚାପ ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।