Viswanathan Anand: ଆନନ୍ଦ ଅନ୍ତରୀଣ ଫିଡେ ସଭାପତି...

Jul 24, 2026 - 16:28
Viswanathan Anand: ଆନନ୍ଦ ଅନ୍ତରୀଣ ଫିଡେ ସଭାପତି...

"ନୂଆଦିଲ୍ଲୀ, ୨୪/୭: ୫ ଥରର ବିଶ୍ବ ବିଜେତା ବିଶ୍ବନାଥନ ଆନନ୍ଦଙ୍କୁ ଅନ୍ତରୀଣ ଫିଡେ ସଭାପତି ଭାବେ ନିଯୁକ୍ତି କରାଯାଇଛି।

୨୦୨୨ରୁ ୟୁକ୍ରେନ୍‌ ସହ ରୁଷ ଯୁଦ୍ଧ ଚଲାଇଥିବାରୁ ଏହି ଦେଶର ୧୭୦ ସଂସ୍ଥା ଓ ୪୮ ବ୍ୟକ୍ତିଙ୍କ ଉପରେ ୟୁରୋପୀୟ ୟୁନିୟନ୍‌ (ଇୟୁ) ଦଣ୍ଡାତ୍ମକ କଟକଣା ଲାଗାଇଛି।

ଏହି ତାଲିକାରେ ପୂର୍ବତନ ଫିଡେ ସଭାପତି ଆର୍କାଡି ଭୋର୍କୋଭିକ୍‌ ରହିଛନ୍ତି।

ଫଳରେ ସେ ନିଜ ଦାୟିତ୍ବରୁ ଓହରି ଯାଇଛନ୍ତି।

ତାଙ୍କ ସ୍ଥାନରେ ଫିଡେ ନିୟମର ଧାରା ୧୯.୨ ଅନୁଯାୟୀ ଉପସଭାପତି ଆନନ୍ଦଙ୍କୁ ଏହି ଦାୟିତ୍ବ ମିଳିଛି।

ସମସ୍ୟା ସମାଧାନ କିମ୍ବା ନୂତନ ସଭାପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ଆନନ୍ଦ ବିଶ୍ବ ଚେସ୍‌ର ମଙ୍ଗ ସମ୍ଭାଳିବେ।Advertisment ଆହୁରି ପଢ଼ନ୍ତୁ- erusalem apartment: ଜେରୁସାଲେମରେ ଭାରତୀୟଙ୍କୁ ହତ୍ୟା ଅଭିଯୋଗ: ଇସ୍ରାଏଲୀ ନାଗରିକ ଗିରଫ ଫିଡେ ନିୟମ ଅନୁଯାୟୀ ଆନନ୍ଦଙ୍କୁ ମିଳିଛି ଦାୟିତ୍ବ  ଚଳିତ ବର୍ଷ ସେପ୍ଟେମ୍ବରରେ ଫିଡେର ନିର୍ବାଚନ ହେବା ରହିଛି। ""ଫିଡେ ନିୟମର ଧାରା ୧୯.୨ ଅନୁଯାୟୀ, ଉପସଭାପତି ବିଶ୍ବନାଥନ ଆନନ୍ଦ ଏହି ଦାୟିତ୍ବରେ ରହିବେ। ‌ସ୍ୱିସ୍ ଓ ଇୟୁ ପ୍ରତିବନ୍ଧରୁ ଭୋର୍କୋଭିକ୍‌ ନ ମୁକୁଳିବା ପର୍ଯ୍ୟନ୍ତ ଆନନ୍ଦ ସଭାପତି ରହିବେ"" ବୋଲି ଫିିଡେ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ରୁଷିଆର ଊପପ୍ରଧାନମନ୍ତ୍ରୀ ଥିବା ଭୋର୍କୋଭିକ୍‌ ଏହା ବିରୋଧରେ ଅଦାଲତର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।