Shahrukh: ଡିସେମ୍ବର ୨୪ରେ ମୁକ୍ତିଲାଭ କରିବ ଶାହରୁଖ୍‌ଙ୍କ ‘କିଙ୍ଗ୍‌’!

Sep 15, 2026 - 16:27
Shahrukh: ଡିସେମ୍ବର ୨୪ରେ ମୁକ୍ତିଲାଭ କରିବ ଶାହରୁଖ୍‌ଙ୍କ ‘କିଙ୍ଗ୍‌’!

"ମୁମ୍ବାଇ : ବଲିଉଡ୍‌ର "ବାଦଶାହ" ଶାହରୁଖ୍ ଖାନ୍‌ଙ୍କ ଆଗାମୀ ବହୁପ୍ରତିକ୍ଷିତ ଫିଲ୍ମ "କିଙ୍ଗ୍‌" (King)ର ରିଲିଜ୍ ତାରିଖ ଶେଷରେ ସାମ୍ନାକୁ ଆସିଛି।

ଏହି ଆକ୍ସନ-ଆଡଭେଞ୍ଚର ଫିଲ୍ମଟି ଆସନ୍ତା ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବର ଟ୍ୱିଟର)ରେ ଆୟୋଜିତ #AskSRK ସେସନ୍‌ ସମୟରେ ଶାହରୁଖ ନିଜେ ଏହି ସୂଚନା ଦେଇଛନ୍ତି।Advertisment #AskSRK ସେସନ୍‌ରେ ଜଣେ ଫ୍ୟାନ୍ ପ୍ରଶ୍ନ କରିଥିଲେ, "ସାର୍, "କିଙ୍ଗ୍‌" ବିଷୟରେ କିଛି ଅପଡେଟ୍ ଦିଅନ୍ତୁ।

୩ ବର୍ଷ ହେବ ପ୍ରେକ୍ଷାଳୟରେ ଆପଣଙ୍କର ଶେଷ ଫିଲ୍ମ ଦେଖିଥିଲୁ।

ଟ୍ରେଲର୍ ପାଇଁ ଆଉ କେତେ ଆତୁର କରିବେ?

ଏହାର ଉତ୍ତରରେ କିଙ୍ଗ୍ ଖାନ୍ ଲେଖିଥିଲେ, "ଏବେ ସିଧାସଳଖ ସିନେମା ହିଁ ଦେଖନ୍ତୁ।

ମୁଁ ଆପଣଙ୍କୁ ଆତୁର କରାଉନାହିଁ, ବରଂ ଏକ ଭଲ ଫିଲ୍ମ ତିଆରି କରୁଛି ଯେପରି ମନକୁ ଶାନ୍ତି ମିଳିବ।

ଡିସେମ୍ବର ୨୪ ପୂର୍ବରୁ ସବୁ କିଛି (ଟ୍ରେଲର୍ ଓ ପ୍ରମୋ) ଆସିଯିବ।" ଆହୁରି ପଢନ୍ତୁ: Iran Rejects US Talks: ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଆମେରିକା ସହିତ କୌଣସି ଆଲୋଚନାକୁ ପ୍ରତ୍ୟାଖ୍ୟାନ କଲା ଇରାନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସିଦ୍ଧାର୍ଥ ଆନନ୍ଦ।

ଫିଲ୍ମର କାମ ବିଷୟରେ ଶାହରୁଖ କହିଛନ୍ତି ଯେ ନିର୍ଦ୍ଦେଶକ ଏବଂ ପୂରା ଟିମ୍ ଦର୍ଶକଙ୍କ ନିକଟରେ ଶ୍ରେଷ୍ଠ ଜିନିଷ ପହଞ୍ଚାଇବା ପାଇଁ ପୂରା ସମୟ ନେଉଛନ୍ତି। "ସିଦ୍ଧାର୍ଥ କଠିନ ପରିଶ୍ରମ କରୁଛନ୍ତି।

ଟିକେ ବିଳମ୍ବ ହେଉଛି ସତ, କିନ୍ତୁ ସେ ସମୟ ନେଉଛନ୍ତି ଯେପରି ଦର୍ଶକମାନେ ଫିଲ୍ମଟିକୁ ପୂରା ଉପଭୋଗ କରିପାରିବେ ଏବଂ "କିଙ୍ଗ୍‌"କୁ ନେଇ ଗର୍ବିତ ହେବେ," ବୋଲି ଶାହରୁଖ ପ୍ରକାଶ କରିଛନ୍ତି।

ଏହି ଘୋଷଣା ପରେ ଶାହରୁଖଙ୍କ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)