Series Theft: ଗୋଟିଏ ରାତିରେ ତିନୋଟି ଦୋକାନରୁ ଚୋରି

Sep 13, 2026 - 10:20
Series Theft: ଗୋଟିଏ ରାତିରେ ତିନୋଟି ଦୋକାନରୁ ଚୋରି

"ସୋର: ସୋର ଥାନା ମଙ୍ଗଳପୁର ବଜାରରେ ଥିବା ତିନୋଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଦିଗୀ ଭଅଁରା ଗ୍ରାମର ନରେନ୍ଦ୍ର ସାହୁ ବଜାରରେ ଏକ ମିଠା ଦୋକାନ କରିଛନ୍ତି।

ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଯାଇଥିଲେ।Advertisment ଟଙ୍କା ସହ ମିଠା ଚୋରି ଆଜି  ସକାଳେ ଦୋକାନ ଖୋଲିବା ସମୟରେ ଦୋକାନ ଚାବି ଭଙ୍ଗା ଯାଇ ଦୋକାନ କେସ ବାକ୍ସରେ ଥିବା ନଗଦ ଟଙ୍କା ସହ ମିଠା ଚୋରି କରିନେଇଥିବା ଦେଖିବାକୁ ପାଇଥିଲେ।

ସେହିପରି ନିକଟରେ ଥିବା ମହିନ୍ଦ୍ର ପଣ୍ଡାଙ୍କ ତେଜରାତି ଦୋକାନର ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କାର ତେଜରାତି ସାମଗ୍ରୀ ଏବଂ ମାର୍କଣ୍ଡ ଜେନାଙ୍କ କୁକୁଡ଼ା ଦୋକାନରୁ ମାଂସ କାଟିବା ପାଇଁ ବ୍ୟବହାର କରାଯାଉଥିବା ଛୁରୀକୁ ଚୋର ମାନେ ଚୋରି କରି ନେଇଥିଲେ।

ଏ ବାବଦରେ ଦୋକାନୀ ମାନେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଥାନାରେ ଏକ ମାମଲା ରୁଜ୍ଜୁ କରିଛି।

ଟ୍ୟୁବ୍‌ରେ ଚାଲିଛି ସମୁଦ୍ର ବୁଡ଼ିଙ୍କ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)