Series of Explosions Rock Karachi: ରେଞ୍ଜର୍ସ ମୁଖ୍ୟାଳୟ ନିକଟରେ ଆତ୍ମଘାତୀ ହମଲା; ଆଖିବୁଜା ଗୁଳିମାଡରେ ଏକାଧିକ ମୃତ

Jun 28, 2026 - 09:43
Series of Explosions Rock Karachi: ରେଞ୍ଜର୍ସ ମୁଖ୍ୟାଳୟ ନିକଟରେ ଆତ୍ମଘାତୀ ହମଲା; ଆଖିବୁଜା ଗୁଳିମାଡରେ ଏକାଧିକ ମୃତ

ପାକିସ୍ତାନ କରାଚିରେ ଆତ୍ମଘାତୀ ହମଲା। କରାଚିରେ ସିରିଜ୍ ବିସ୍ଫୋରଣରେ ୪ ମୃତ, ଏକାଧିକ ଗୁରୁତର। ପାକିସ୍ତାନ ରେଞ୍ଜର୍ସ ମୁଖ୍ୟାଳୟ ନିକଟରେ ଏହି ବିସ୍ଫୋରଣ ଘଟିଛି। ୩ଟି ଆତ୍ମଘାତୀ ବିସ୍ଫୋରଣ ସହ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଆକ୍ରମଣରେ ଅନେକ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

ସିନ୍ଧ ପ୍ରଦେଶର ପୋଲିସ ମହାନିର୍ଦ୍ଦେଶକ ଜାଭେଦ୍ ଆଲାମ କହିଛନ୍ତି, ଆତଙ୍କବାଦୀମାନେ ଏକ ଗାଡ଼ିରେ ଆସି ରେଞ୍ଜର୍ସ ମୁଖ୍ୟାଳୟ ଗେଟ୍ ଭାଙ୍ଗି ମୁଖ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ। ଆକ୍ରମଣ ଆରମ୍ଭ ହେବା ମାତ୍ରେ ରେଞ୍ଜର୍ସ ଯବାନମାନେ ତୁରନ୍ତ ନିଜ ପୋଜିସନ୍ ନେଇଥିଲେ। ଦୁଇ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଥିଲା। ଆତଙ୍କବାଦୀଙ୍କୁ ପାଲଟା ଜବାବରେ ପାକିସ୍ତାନ ରେଞ୍ଜର୍ସର ୩ ଜଣ ଯବାନ ପ୍ରାଣ ହରାଇଛନ୍ତି।