Serial Road Accident ହାଣ୍ଡିଧୁଆ ଛକରେ ସିରିଜ ଦୁର୍ଘଟଣା, ଏକାଧିକ ଆହତ

Sep 02, 2026 - 16:46
Serial Road Accident ହାଣ୍ଡିଧୁଆ ଛକରେ ସିରିଜ ଦୁର୍ଘଟଣା, ଏକାଧିକ ଆହତ

"ତାଳଚେର : ତାଳଚେର ଆଣ୍ଡିଧୁଆଁ ଛକରେ ଆଜି(ବୁଧବାର)ଏକ ସିରିଜ ସଡ଼କ ଦୁର୍ଘଟଣାରେ ଏକାଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

Advertisment ସୂଚନାନୁସାରେ, ଭୋଟିଏ ଭ୍ୟାନ ୨ଟି ସ୍କୁଟି ସହିତ ଗୋଟିଏ ସ୍କର୍ପିଓ ଓ ଗୋଟିଏ ପଲସର ଗାଡ଼ି ଚୂରମାର ହୋଇଥିବା ଜଣା ପଡ଼ିଛି।

Multi-Vehicle Crash ସିରିଜ୍‌ ଦୁର୍ଘଟଣା: ଶିଶୁ ଓ ମହିଳାଙ୍କ ସମେତ ୧୩ ଆହତ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀରେ, ହାଣ୍ଡିଧୁଆ ଛକ ପାଖରୁ କୋଲିୟାରୀ ଥାନା ପାଖକୁ ଯାଉଥିବା ଏକ ଭ୍ୟାନ(ଓଡି୧୯ ଟି ୦୯୦୫)ର ଚାଳକ ନିଶା ଶକ୍ତ ଭାବେ ଗାଡ଼ି ଚାଳନା କରୁଥିଲା।

ଭାରସାମ୍ୟ ହରାଇ ପ୍ରଥମେ ଏକ ସ୍କୁଟି(ଓଡି୧୯ ଆର୍‌ ୬୨୦୭)ରେ ଧକ୍କା ଦେଇଥିଲା।

ଫଳରେ ସେଥିରେ ଥିବା ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଏହା ଠାରୁ କିଛି ଦୂରରେ ରାସ୍ତା କଡ଼ରେ ଆଉ ଏକ ସ୍କୁଟି (ଓଡି ୩୫ ସି ୭୬୭୮)କୁ ପୁଣି ଗାଡ଼ିଟି ଧକ୍କା ଦେଇଥିଲା।

ସେହିପରି ରାସ୍ତାରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ିରେ ଦୁର୍ଘଟଣା କରିବା ସହିତ ତା ଠାରୁ କିଛି ଦୂରେ ଥିବା ଏକ ପଲସର ବାଇକ(ଓଡି୧୯ ଏମ୍‌୯୭୨୭) ଉପରେ ଚଢ଼ା‌ଇ ଦେଇଥିଲା।

Fatal Chain Collision ସୈନିକ ସ୍କୁଲ ନିକଟରେ ସିରିଜ୍‌ ଦୁର୍ଘଟଣା, ୨ ମୃତ, ୪ ଗୁରୁତର ଦୁର୍ଘଟଣା ଘଟାଇବା ପରେ ଭ୍ୟାନଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ।

ସୂଚନା ପାଇ କୋଲିୟାରୀ ପୁଲିସ୍‌ ପହଞ୍ଚି ଭ୍ୟାନ ଚାଳକଙ୍କୁ ଉଦ୍ଧାର କରିବା ସହିତ ଦୁର୍ଘଟଣା ଘଟାଇଥିବା ସମସ୍ତ ଗାଡ଼ିକୁ ଥାନାକୁ ନେଇଥିବା ଜଣା ପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)