Sensex: ସେନ୍‌ସେକ୍ସ ୫୪୮ ପଏଣ୍ଟ ଖସିଲା

Oct 12, 2026 - 21:15
Sensex: ସେନ୍‌ସେକ୍ସ ୫୪୮ ପଏଣ୍ଟ ଖସିଲା

"ମୁମ୍ବାଇ: ବିଦେଶୀ ନିବେଶକ ଇକ୍ବିଟି ସେୟାର ବିକ୍ରି ଜାରି ରଖିଥିବାରୁ ଦେଶର ଦୁଇ ଷ୍ଟକ୍‌ ବଜାର ଉପରେ ଚାପ ରହିଛି।

ଆଜି ଉଭୟ ବଜାରରେ କାରବାର ଅସ୍ଥିର ଥିଲା।

ତେବେ କାରବାର ଶେଷ ବେଳକୁ ସେଥିରେ ସୁଧାର ହୋଇଥିଲା।

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୫୪୭.୬୫ ପଏଣ୍ଟ ହ୍ରାସ ପାଇ ୭୧,୯୨୪.୬୮ ପଏଣ୍ଟରେ ବନ୍ଦ ହୋଇଥିଲା।

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୫୭.୧୦ ପ୍ରତିଶତ ହ୍ରାସ ପାଇ ୨୨,୩୬୩.୩୫ ପଏଣ୍ଟରେ ବନ୍ଦ ହୋଇଥିଲା।

ବିଦେଶୀ ନିବେଶକମାନେ ଅକ୍ଟୋବରରେ ଭାରତୀୟ ଇକ୍ବିଟି ବଜାରରୁ ୪୪ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

Advertisment ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସେମାନେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣ୍ଠି ନେଇସାରିଲେଣି।

ଆମେରିକା ବଣ୍ଡ୍‌ର ୟିଲ୍‌ଡ ଅଧିକ ରହିବା, ଅଶୋଧିତ ତୈଳ ଦର ଉଚ୍ଚା ରହୁଥିବାରୁ ବିଦେଶୀ ନିବେଶକମା‌ନେ ଭାରତରୁ ପାଣ୍ଠି ପ୍ରତ୍ୟାହାର କରୁଥିବା ବିଶେଷଜ୍ଞମାନେ କହିଛନ୍ତି।

୨୦୨୫ରେ ବିଦେଶୀ ନିବେଶକମାନେ ମୋଟ୍‌ ୧.୬୬ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ।

ଚଳିତ ବର୍ଷ ଶେଷ ହେବାକୁ ଆହୁରି ଅଢ଼େଇ ମାସ ବାକି ଥିବା ବେଳେ‌ ସେମାନେ ତାହାର ଦୁଇ ଗୁଣା ପାଖାପାଖି ପାଣ୍ଠି ଉଠାଇ ନେଲେଣି।

ଭାରତରୁ ପାଣ୍ଠି ପ୍ରତ୍ୟାହାର ଭାରତୀୟ ଷ୍ଟକ୍‌ ବଜାରରେ ଯେଉଁ କିଛିଟା ସ୍ଥିରତା ରହିଛି, ତାହାର ମୁଖ୍ୟ କାରଣ ହେଉଛନ୍ତି ଘରୋଇ ନିବେଶକ।

ସେମାନେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ବିପୁଳ ନିବେଶ ଜାରି ରଖିଛନ୍ତି।

ଆସୋସିଏସନ୍‌ ଅଫ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ସ ଇନ୍‌ ଇଣ୍ଡିଆ (ଆମ୍ଫି) ତଥ୍ୟ ଅନୁସାରେ ଗତ ସେପ୍ଟେମ୍ବରରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ୩୮,୩୦୭ କୋଟି ଟଙ୍କା ନିବେଶ ହୋଇଥିଲା।

ସିଷ୍ଟମେଟିକ୍‌ ଇନଭେଷ୍ଟମେଣ୍ଟ୍‌ ପ୍ଲାନ୍‌ (ଏସ୍‌ଆଇପି) ଜରିଆରେ ରେକର୍ଡ ୩୨,୪୯୦ କୋଟି ଟଙ୍କା ଆସିଥିଲା।

Post Office Scheme: ପୋଷ୍ଟ ଅଫିସ୍‌ର ଏହି ଯୋଜନାରେ ମାସକୁ ୬,୦୦୦ ଟଙ୍କା ଜମା କରନ୍ତୁ, ୫ ବର୍ଷରେ ମିଳିବ ୪.୨୮ ଲକ୍ଷ ଟଙ୍କା!

ଆଜି ନିଫ୍ଟିରେ ଆପୋଲୋ ହସ୍ପିଟାଲ୍‌ସ, ଆଇଟିସି, ଟେକ୍‌ ମହିନ୍ଦ୍ରା, ଏଲ୍‌ଆଣ୍ଡ୍‌ଟି, ମ୍ୟାକ୍ସ ହେଲ୍‌ଥକେୟାରର ସେୟାର ମୂଲ୍ୟ ହ୍ରାସ ପାଇଥିଲା।

ଏଥି ସହିତ ଡକ୍ଟର ରେଡ୍ଡିସ୍‌, ବଜାଜ ଅଟୋ, ଟାଟା‌ ମୋଟର୍ସ, ଭାରତ ଇଲେକ୍ଟ୍ରୋନିକ୍ସର ସେୟାର ମୂଲ୍ୟରେ ବୃଦ୍ଧି ଘଟିଥିଲା।

ସେନ୍‌ସେକ୍ସରେ ଟିସିଏସ୍‌, ଷ୍ଟେଟ୍‌ ବ୍ୟାଙ୍କ, ଏଲ୍‌ଆଣ୍ଡ୍‌ଟି, ହିନ୍ଦୁସ୍ତାନ ୟୁନିଲିଭର୍‌, ଟେକ୍‌ ମହିନ୍ଦ୍ରା ଓ ଆଇଟିସି ସେୟାର ମୂଲ୍ୟ କମିଥିଲା।

ସେହି ସମୟରେ ଭାରତ ଇଲେକ୍ଟ୍ରୋନିକ୍ସ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କ ଓ ଏଚ୍‌ସିଏଲ୍‌ ଟେକ୍‌ର ସେୟାର ମୂଲ୍ୟ ବଢ଼ିଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)