Sensex: ସେନ୍ସେକ୍ସରେ ୬୨୮ ପଏଣ୍ଟ ବୃଦ୍ଧି
"ମୁମ୍ବାଇ: ସୂଚନା ପ୍ରଯୁକ୍ତି ଓ ଆର୍ଥିକ ସେବା କ୍ଷେତ୍ରର ସେୟାରଗୁଡ଼ିକରେ ଅଧିକ ନିବେଶ ହେବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ଆଜି ୬୨୮ ପଏଣ୍ଟ ବୃଦ୍ଧି ପାଇ ୭୭,୫୩୭.୭୨ ପଏଣ୍ଟରେ ବନ୍ଦ ହୋଇଛି।
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୫୩.୫୫ ପଏଣ୍ଟ ବୃଦ୍ଧି ପାଇ ୨୪,୨୩୧.୮୫ ପଏଣ୍ଟରେ ବନ୍ଦ ହୋଇଛି।
ଲଗାତାର ସାତଟି ଅଧିବେଶନରେ ହ୍ରାସ ପାଇବା ପରେ ଆଜି ନିଫ୍ଟି ଏହି ସୁଧାର ଦେଖିବାକୁ ମିଳିଛି।ଗୁରୁବାର ବଜାରରେ ଜୋମାଟୋ, ଶ୍ରୀରାମ ଫାଇନାନ୍ସ, ଆଇଟିସି, ବଜାଜ ଫାଇନାନ୍ସ, ଆକ୍ସିସ୍ ବ୍ୟାଙ୍କ, ଅଲ୍ଟ୍ରାଟେକ୍ ସିମେଣ୍ଟ୍, ଇନ୍ଫୋସିସ୍, ପାୱାରଗ୍ରିଡ୍, ଏଲ୍ଆଣ୍ଡ୍ଟି, ହିନ୍ଦୁସ୍ତାନ ୟୁନିଲିଭର, ଏନ୍ଟିପିସି, ଭାରତୀ ଏୟାରଟେଲ୍, ଏଚ୍ଡିଏଫ୍ସି ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଟ୍ରେଣ୍ଟ, ଆଦାନୀ ପୋର୍ଟସ ଓ କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଥିଲା।Advertisment ସେହିପରି, ଟାଟା ଷ୍ଟିଲ୍, ଇଣ୍ଡିଗୋ, ଏଚ୍ସିଏଲ୍ ଟେକ୍, ଟାଇଟାନ୍, ବିଇଏଲ୍, ଷ୍ଟେଟ୍ ବ୍ୟାଙ୍କ, ସନ୍ ଫାର୍ମା, ଏସିଆନ୍ ପେଣ୍ଟ୍ସ, ବଜାଜ ଫିନ୍ସର୍ଭ, ରିଲାଏନ୍ସ, ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ, ମାରୁତି ସୁଜୁକି ଓ ହିଣ୍ଡାଲ୍କୋର ସେୟାର ମୂଲ୍ୟ ହ୍ରାସ ପାଇଥିଲା।
ଅଶୋଧିତ ତୈଳ ଦରରେ ବୃଦ୍ଧି ଓ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ନିୟମିତ ବ୍ୟବଧାନରେ ବଜାରରେ ହ୍ରାସ ଘଟୁଛି।
କିନ୍ତୁ ଆଜି ସେଥିରେ ବ୍ୟତିକ୍ରମ ଘଟିଥିଲା।
ନିବେଶକମାନେ ସେୟାର କିଣାରେ ନିବେଶ କରିବାରୁ ଉଭୟ ସେନ୍ସେକ୍ସ ଓ ନିଫ୍ଟିରେ ବୃଦ୍ଧି ଘଟିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
