Senator: ଭାରତ ଉପରେ ୫୦୦% ଶୁଳ୍କ ଲଗାଇବାକୁ ଦେଇଥିଲେ ଧମକ: ଆମେରିକାର ବରିଷ୍ଠ ସିନେଟର ଲିଣ୍ଡସେ ଗ୍ରାହାମଙ୍କ ପରଲୋକ
"ୱାସିଂଟନ: ଆମେରିକାର ବରିଷ୍ଠ ରିପବ୍ଲିକାନ ସିନେଟର ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଲିଣ୍ଡସେ ଗ୍ରାହାମଙ୍କ ୭୧ ବର୍ଷ ବୟସରେ ପରଲୋକ ଘଟିଛି।
ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଅଳ୍ପ ସମୟର ଅସୁସ୍ଥତା ପରେ ଶନିବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି।
ତାଙ୍କ ମୃତ୍ୟୁରେ ଆମେରିକୀୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି।Advertisment ଆହୁରି ପଢନ୍ତୁ: Accident: ବାଇକକୁ ୪ କିମି ଘୋଷାଡ଼ି ନେଲା ଦ୍ରୁତଗାମୀ ଟ୍ରକ୍, ବାପ-୨ପୁଅ ମୃତ ଦକ୍ଷିଣ କରୋଲିନାର ପ୍ରତିନିଧିତ୍ୱ କରୁଥିବା ଲିଣ୍ଡସେ ଗ୍ରାହାମ ୨୦୦୩ ମସିହାରୁ ଆମେରିକୀୟ ସିନେଟର ଥିଲେ।
ଏହା ପୂର୍ବରୁ ସେ ପ୍ରତିନିଧି ସଭାର ସଦସ୍ୟ ଓ ଆମେରିକୀୟ ବାୟୁସେନାର ଆଇନ ବିଭାଗରେ ମଧ୍ୟ କାର୍ଯ୍ୟ କରିଥିଲେ।
ବୈଦେଶିକ ନୀତି, ଜାତୀୟ ସୁରକ୍ଷା ଓ ପ୍ରତିରକ୍ଷା ପ୍ରସଙ୍ଗରେ ସେ ଦୃଢ଼ ମତ ରଖୁଥିବା ନେତା ଭାବେ ପରିଚିତ ଥିଲେ।
୨୦୧୬ ନିର୍ବାଚନ ସମୟରେ ଟ୍ରମ୍ପଙ୍କୁ ସମାଲୋଚନା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ଟ୍ରମ୍ପଙ୍କ ଅନ୍ୟତମ ବିଶ୍ୱସ୍ତ ସହଯୋଗୀ ପାଲଟିଥିଲେ ଏବଂ ବିଭିନ୍ନ ବୈଦେଶିକ ନୀତି ପ୍ରସଙ୍ଗରେ ପରାମର୍ଶ ଦେଉଥିଲେ।
ଆହୁରି ପଢନ୍ତୁ: Liquor Shop Robbery Gang ଧରାପଡ଼ିଲା ମଦ ଦୋକାନ ଲୁଟେରା ଗ୍ୟାଙ୍ଗ, ୪ ଗିରଫ ନିକଟ ଅତୀତରେ ରୁଷରୁ ତୈଳ କିଣୁଥିବାରୁ ଭାରତ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାକୁ ସେ ଏକ ବିଧେୟକକୁ ସମର୍ଥନ କରିଥିଲେ।
ଗ୍ରାହାମଙ୍କ ମତ ଥିଲା, ରୁଷର ତୈଳ କ୍ରୟକୁ ନିରୁତ୍ସାହିତ କରିବା ପାଇଁ କଠୋର ବାଣିଜ୍ୟିକ ପଦକ୍ଷେପ ଆବଶ୍ୟକ।
ତାଙ୍କ ଦେହାନ୍ତ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ଆମେରିକୀୟ ନେତା ଶୋକ ପ୍ରକାଶ କରିଛନ୍ତି।
ଟ୍ରମ୍ପ ତାଙ୍କୁ ଜଣେ ଦେଶପ୍ରେମୀ, ନିଷ୍ଠାବାନ ସହଯୋଗୀ ଓ ଦୃଢ଼ ନେତା ବୋଲି ବର୍ଣ୍ଣନା କରିଛନ୍ତି।
ଇସ୍ରାଏଲ ସମେତ ବିଭିନ୍ନ ଦେଶର ନେତାମାନେ ମଧ୍ୟ ଶୋକବାର୍ତ୍ତା ଜଣାଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।