Strait Of Hormuz: ହର୍ମୁଜ ପ୍ରଣାଳୀରେ ମାଲବାହୀ ଜାହାଜ ଉପରେ ଇରାନର ଆକ୍ରମଣ

Jun 26, 2026 - 10:20
Strait Of Hormuz: ହର୍ମୁଜ ପ୍ରଣାଳୀରେ ମାଲବାହୀ ଜାହାଜ ଉପରେ ଇରାନର ଆକ୍ରମଣ

"ତେହେରାନ: ବିଶ୍ବରେ ତୈଳ ପରିବହନ ପାଇଁ ଗୁରୁତ୍ବପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ପୁଣି ଥରେ ଗୁଳିଗୋଳା ବର୍ଷଣ ହୋଇଛି।

ଏକ ବାଣିଜ୍ୟିକ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ପାଇଁ ଆମେରିକା ସିଧାସଳଖ ଇରାନର ରିଭଲ୍ୟୁସନାରୀ ଗାର୍ଡକୁ ଦାୟୀ କରିଛି।

ଜାହାଜରୁ ଟୋଲ୍ ଆଦାୟ କରିବାକୁ ତେହେରାନର ଜିଦ୍ ଓ ଏହି ସଦ୍ୟତମ ଆକ୍ରମଣ ଆମେରିକା-ଇରାନ ଶାନ୍ତି ଚୁକ୍ତି ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିଛି।

ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ସିଙ୍ଗାପୁର ପତାକା ବହନ କରୁଥିବା "ଏଭର ଲଭଲି" ନାମକ କଣ୍ଟେନର ଜାହାଜକୁ ଓମାନ ଉପକୂଳରେ ଇରାନୀ ଅର୍ଦ୍ଧସାମରିକ ବାହିନୀର ଡ୍ରୋନ୍ ଦ୍ୱାରା ଟାର୍ଗେଟ କରାଯାଇଥିଲା।Advertisment ଶାନ୍ତି ପାଇଁ ଆହ୍ବାନ ଆମେରିକା ଓ ଇରାନ ଶାନ୍ତି ଚୁକ୍ତି ସୂତାଖିଅରେ ଝୁଲୁଥିବାବେଳେ ଏହି ଆକ୍ରମଣ ଶାନ୍ତି ପାଇଁ ଏକ ଆହ୍ବାନ ବୋଲି କୁହାଯାଉଛି।

ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ଆମେରିକା ଅଧିକାରୀ କହିଛନ୍ତି ଯେ, ଆଇଆରଜିସି ଏହି ମାଲବାହୀ ଜାହାଜ ଉପରେ ଆକ୍ରମଣ କରିଛି।

ବର୍ତ୍ତମାନ ଏହି ଆକ୍ରମଣ ପାଇଁ ଆମେରିକା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ଅନ୍ୟପକ୍ଷରେ ଇରାନର ଇସଲାମିକ ସରକାର ମଧ୍ୟ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ତେବେ ଆମେରିକା ଓ ଇରାନ ମଧ୍ୟରେ ଚୁକ୍ତି ପରେ ଇରାନ ଚେତାବନୀ ଦେଇଥିଲା ଯେ, ଏହାର ବିନା ଅନୁମତିରେ ହର୍ମୁଜରେ ପ୍ରଣାଳୀ ଦେଇ ଯାଉଥିବା ଯେକୌଣସି ଜାହାଜ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

IB Chief: ମହେଶ ଦୀକ୍ଷିତ ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ ନିଯୁକ୍ତ ଏହି ଆକ୍ରମଣ ଉପରେ ବ୍ରିଟେନ ‌ନୌସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଓମାନ ଉପକୂଳ ନିକଟରେ ମାଲବାହକ ଜାହାଜ ସହିତ ଏକ ପ୍ରୋଜେକ୍ଟାଇଲ ମାଡ଼ ହୋଇଛି।

ଏହାଦ୍ବାରା ଜାହାଜର କଣ୍ଟ୍ରୋଲ ରୁମ ନଷ୍ଟ ହୋଇଯାଇଥିଲା।

ତେବେ ଏଥିରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ।

"