Security alert: ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସତର୍କତା

Aug 11, 2026 - 21:56
Security alert: ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସତର୍କତା

"ଶ୍ରୀନଗର: ସ୍ବାଧୀନତା ଦିବସ କିମ୍ବା ଏହା ପୂର୍ବରୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛନ୍ତି।

ଗୁଇନ୍ଦା ସଂସ୍ଥାଗୁଡ଼ିକ ଏନେଇ ସୂଚନା ପାଇବା ପରେ ସତର୍କତା ଜାରି କରିଛନ୍ତି।

ଏହି କାରଣ ପାଇଁ ଜମ୍ମୁ କାଶ୍ମୀରରେ ଏବେ ହାଇ ଆଲର୍ଟ ଜାରି କରାଯାଇଛି।

ସମଗ୍ର ଅଞ୍ଚଳ ତଥା ନିୟନ୍ତ୍ରଣ ରେଖାଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଏବେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।Advertisment କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଏବେ ଅଚାନକ ଚଢ଼ଉ ଏବଂ ସର୍ଚ୍ଚ ଅପରେସନ୍‌ କରାଯାଉଛି।

ଶ୍ରୀନଗରର ଲାଲ୍‌ ଚୌକ ଏବଂ ସ୍ବାଧୀନତା ଦିବସ ଉତ୍ସବ ପାଇଁ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳରେ ତଲାସୀ ଅଭିଯାନ ଜୋରଦାର ହୋଇଛି।

ପ୍ରତି ଜିଲ୍ଲାର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ମୁତୟନ ବୃଦ୍ଧି କରାଯାଇଛି।

ସମସ୍ତ ସରକାରୀ ଓ ଘରୋଇ କୋଠା, ସୁରକ୍ଷା ପ୍ରତିଷ୍ଠାନ, ସୁରକ୍ଷା ଶିବିର, କାଶ୍ମୀର ପଣ୍ଡିତ ଟ୍ରାନଜିଟ୍‌ କ୍ୟାମ୍ପ, ରାଜନୈତିକ ଦଳ ଅଫିସ୍‌ ଏବଂ ରାଜନେତାଙ୍କ ବାସଭବନରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Rajasthan: ରାଜସ୍ଥାନରେ ଜୈସ୍‌-ଏ-ମହମ୍ମଦର ଦୁଇ ଆତଙ୍କବାଦୀ ଗିରଫ ବିଭିନ୍ନ ସୁରକ୍ଷା ସଂସ୍ଥାର ଏକାଧିକ ଟିମ୍‌ ମଧ୍ୟ ହୋଟେଲ ରୁମ୍‌ ଚେକ୍‌ କରିଛନ୍ତି ଏବଂ ହୋଟେଲ ରେକର୍ଡ ସମୀକ୍ଷା କରିଛନ୍ତି।

ସେହିପରି ସପିଙ୍ଗ ମଲ୍‌ ଓ ଗାଡ଼ିମୋଟରକୁ ଯାଞ୍ଚ କରାଯାଉଛି।

ଜମ୍ମୁ-କାଶ୍ମୀରର ସମସ୍ତ ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

ଗୁଇନ୍ଦା ସୂଚନାନୁଯାୟୀ, ଲସ୍କର-ଏ-ତୋଇବା ଓ ଏହାର ଶାଖା ଆତଙ୍କୀ ଗୋଷ୍ଠୀଗୁଡ଼ିକ ଟାର୍ଗେଟ୍‌ କିଲିଂ ସହ ସୁରକ୍ଷା ସଂସ୍ଥା ଓ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିପାରନ୍ତି।

ସେହିପରି ସ୍ବାଧୀନତା ଦିବସ ଉତ୍ସବ କାର୍ଯ୍ୟକ୍ରମ ସ୍ଥଳ ନିକଟରେ ମଧ୍ୟ ସେମାନେ ବିସ୍ଫୋରଣ ଘଟାଇ ପାରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media