Welcome!

Unlock your personalized experience.
Sign Up

Sea: ସମୁଦ୍ରରେ ବୁଡ଼ିଗଲେ ୩ ଜଣ! ଆଇଓସିଏଲ୍‌ରେ କାମ କରୁଥିଲେ ୪ ସାଙ୍ଗ

Oct 11, 2026 - 03:38
Sea: ସମୁଦ୍ରରେ ବୁଡ଼ିଗଲେ ୩ ଜଣ! ଆଇଓସିଏଲ୍‌ରେ କାମ କରୁଥିଲେ ୪ ସାଙ୍ଗ

ଜଗତସିଂହପୁର: ପାରାଦୀପ ବେଳାଭୂମିକୁ ବୁଲିବାକୁ ଯାଇଥିବା ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣ ଆଶ୍ଚର୍ଯ୍ୟଜନକ ଭାବେ ନିଖୋଜ ହୋଇଗଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ପୂର୍ବରୁ ସେମାନେ ତିଆରି କରିଥିବା ରିଲ୍‌ସକୁ ନେଇ ଏବେ ତଦନ୍ତ ଆଗକୁ ବଢୁଛି। ମୃତ ଯୁବକ ହେଲେ ମହମ୍ମଦ ଅମୀର ହୁସେନ୍ (୧୮)। ଦୁଇ ନିଖୋଜ ଯୁବକ ହେଲେ ମହମ୍ମଦ ସାହାନଵାଜ ଓ ମହମ୍ମଦ କାସିଫ୍। ବିହାର ବେଗୁସରାଇ ଜିଲ୍ଲା ବରୌଣି ଥାନା ଅନ୍ତର୍ଗତ ପପ୍ରୌର ଅଞ୍ଚଳର ୪ ଜଣ ସାଙ୍ଗ ପାରାଦୀପଗଡ଼ ଅଞ୍ଚଳରେ ଭଡ଼ାଘର ନେଇ ରହୁଥିଲେ। ସେମାନେ କିଛିଦିନ ତଳେ ଆଇଓସିଏଲ୍ କମ୍ପାନିରେ ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ। ୭ ତାରିଖ ଅପରାହ୍ଣରେ ଅମୀର, ସାହାନଵାଜ, କାସିଫ୍ ଓ ମହମ୍ମଦ ସାହିଲ ପାରାଦୀପ ବେଳାଭୂମି ବୁଲିବାକୁ ଯାଇଥିଲେ।

Education: ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୩ ଦିନିଆ କାର୍ଯ୍ୟକ୍ରମ

ଆଇଓସିଏଲ୍‌ରେ କାମ କରୁଥିଲେ ୪ ସାଙ୍ଗ, ସମୁଦ୍ର କୂଳରେ କରିଥିଲେ ରିଲ୍‌ସ, ମିଳିଲା ଜଣଙ୍କର ମୃତଦେହ

Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ

ସାହିଲ ଫୋନରେ କଥା ହେଉଥିବାବେଳେ ତିନି ସାଙ୍ଗ ସମୁଦ୍ର କୂଳକୁ ଯାଇଥିଲେ। କିଛି ସମୟ ପରେ ସାହିଲ ସମୁଦ୍ର ନିକଟକୁ ଯାଇଥିଲେ ମଧ୍ୟ ତିନି ଜଣଙ୍କର ପତ୍ତା ପାଇ ନ ଥିଲେ। ସେମାନଙ୍କ ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା। ଏ ନେଇ ଜଟାଧାରୀ ମୁହାଣ ଥାନା ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ସାହିଲ। ପରେ ଅମୀରଙ୍କ ମୃତଦେହ ବେଳାଭୂମି ନିକଟରୁ ମିଳିଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟ ଦୁଇ ଜଣ ନିଖୋଜ ଅଛନ୍ତି।  ସାହିଲ କିଛି ଦେଖି ନ ଥିବା ପରିବାର ଲୋକଙ୍କୁ କହିବା ଆହୁରି ସନ୍ଦେହ ବଢ଼ାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)