Screen time: ସବୁବେଳେ କ୍ଷତିକାରକ ନୁହେଁ ସ୍କ୍ରିନ୍ ଟାଇମ୍

Nov 24, 2026 - 09:45
Screen time: ସବୁବେଳେ କ୍ଷତିକାରକ ନୁହେଁ ସ୍କ୍ରିନ୍ ଟାଇମ୍

ସାଧାରଣତଃ ଅଭିଭାବକମାନେ ଚିନ୍ତା କରନ୍ତି ଯେ ମୋବାଇଲ୍‌, କମ୍ପ୍ୟୁଟର କିମ୍ବା ଟିଭି ସ୍କ୍ରିନ୍‌ ସାମ୍ନାରେ ଅଧିକ ସମୟ ବିତାଇବା ପିଲାମାନଙ୍କ ମସ୍ତିଷ୍କ ବିକାଶରେ ବାଧା ସୃଷ୍ଟି କରେ।

କିନ୍ତୁ ଫିନ୍‌ଲାଣ୍ଡ୍‌ରେ ହୋଇଥିବା ଆଠବର୍ଷିଆ ଗବେଷଣା ଏହି ପାରମ୍ପରିକ ଧାରଣାକୁ ବଦଳାଇ ଦେଇଛି।

Advertisment ଫିନ୍‌ଲାଣ୍ଡ୍‌ର ଜ୍ୟଭାସ୍କିଲା ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଯେଉଁମାନେ ବାଲ୍ୟକାଳରେ ସ୍କ୍ରିନ୍‌ ସମ୍ମୁଖରେ ଅଧିକ ସମୟ ବିତାଇଥିଲେ, କିଶୋର ଅବସ୍ଥାରେ ସେମାନଙ୍କର ଚିନ୍ତା କରିବା ଓ ତଥ୍ୟ ବିଶ୍ଳେଷଣ କରିବାର କ୍ଷମତା ଅଧିକ ଉନ୍ନତ ହୋଇଛି।

ଫିନ୍‌ଲାଣ୍ଡ୍‌ର 'ପାନିକ୍‌' ନାମକ ଅଧ୍ୟୟନ ଅଧୀନରେ ୨୬୦ ଜଣ ପିଲାଙ୍କ ଉପରେ ପିଲାଦିନରୁ ଆରମ୍ଭ କରି ପ୍ରାୟ ୧୬ ବର୍ଷ ବୟସ ପର୍ଯ୍ୟନ୍ତ ନଜର ରଖାଯାଇଥିଲା।

ଗବେଷକ ପେଟ୍ରି ଜାଲାଙ୍କୋଙ୍କ ମତରେ, ସବୁ ପ୍ରକାର ସ୍କ୍ରିନ୍ ଟାଇମ୍ ସମାନ ନୁହେଁ।

କେବଳ ନିଷ୍କ୍ରିୟ ଭାବେ ଭିଡିଓ ଦେଖିବା ପରିବର୍ତ୍ତେ ଯେଉଁ ପିଲାମାନେ ସ୍କ୍ରିନ୍‌ରେ ଗେମ୍, ସୃଜନଶୀଳ କାର୍ଯ୍ୟ କିମ୍ବା ଶିକ୍ଷଣୀୟ ବିଷୟବସ୍ତୁ ସହ ଯୋଡ଼ି ହୁଅନ୍ତି, ସେମାନଙ୍କର ସ୍ମରଣଶକ୍ତି ବୃଦ୍ଧି ପାଏ।

ସେଥିପାଇଁ ପିଲାଙ୍କୁ ସ୍କ୍ରିନ୍‌ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଉଚିତ ନୁହେଁ, ବରଂ ଶାରୀରିକ ପରିଶ୍ରମ ଓ ମାନସିକ ବିକାଶକାରୀ ଡିଜିଟାଲ୍ କାର୍ଯ୍ୟକଳାପ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)