Scooter Rider Steals Ama Bus Key: ରାସ୍ତା ମଝିରେ ଅଟକିଲା ଆମ ବସ୍‌, ଚାବି ନେଇ ଫେରାର ସ୍କୁଟି ଚାଳକ

Nov 22, 2026 - 12:42
Scooter Rider Steals Ama Bus Key: ରାସ୍ତା ମଝିରେ ଅଟକିଲା ଆମ ବସ୍‌, ଚାବି ନେଇ ଫେରାର ସ୍କୁଟି ଚାଳକ

ଆମ ବସ୍ ଚାବି ଛଡାଇ ନେଇଥିଲେ, ଦୀର୍ଘ ସମୟ ଅଟକି ରହିବା ପରେ ଗଡ଼ିଲା ବସ୍।

କ୍ରୁଟ୍ କର୍ମଚାରୀ ଚାବି ଆଣି ଆସିବା ପରେ ଗଡ଼ିଛି ଗାଡ଼ି।

କଟକ ହାଇକୋର୍ଟ ଛକ ନିକଟରେ ଆଜି ସକାଳେ ଘଟିଥିଲା ଅଭାବନୀୟ ଘଟଣା।

ଆମ ବସ ଡ୍ରାଇଭର ଠାରୁ ଚାବି ଛଡାଇନେଇ ଛୁ ମାରିଥିଲେ ଜଣେ ସ୍କୁଟି ଚାଳକ।

Advertisment ଆମ ବସଟି ହାଇକୋର୍ଟ ଆଡେ ଯାଉଥିବା ବେଳେ ଛକ ଉପରେ ଜଣେ ସ୍କୁଟି ଚାଳକ ବସ ଆଗକୁ ଆସି ଗାଡି ଅଟକାଇବା ସହ ଆମ ବସ ଡ୍ରାଇଭର ସହ ପାଟିତୁଣ୍ଡ କରିଥିଲେ।

ବସଟି ତାଙ୍କ ସ୍କୁଟିକୁ ସାଇଡ ମାରିଥିଲା ବୋଲି ଅଭଯୋଗ କରି ପାଟିତୁଣ୍ଡ କରିବା ସହ ହଠାତ ବସର ଚାବି ଛଡାଇ ନେଇ ଚମ୍ପଟ ମାରିଥିଲେ।

ଫଳରେ ବସଟି ସେହି ସ୍ଥାନରେ ଅଟକି ରହିଥିଲା।

ପୋଲିସ ସମ୍ପୃକ୍ତ ସ୍କୁଟି ଚାଳକଙ୍କୁ ଖୋଜୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)