Scooter-Car Head-On Collision ସ୍କୁଟି-କାର୍ ମୁଁହାଁମୁହିଁ ଧକ୍କା, ୨ ସାଙ୍ଗଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର
"ଢେଙ୍କାନାଳ: ସହର ଉପକଣ୍ଠ ୫୫ ନମ୍ୱର ଜାତୀୟ ରାଜପଥ ଯାତ୍ରୀମାନଙ୍କ ପାଇଁ ଘାତକ ପାଲଟିଛି ।
ଗତକାଲି ଗୋବିନ୍ଦପୁର ଠାରେ ଦୁର୍ଘଟଣା ଘଟି ଜଣଙ୍କର ମୃତୁ୍ୟ ହୋଇଥିଲା ।
ଆଜି (ବୁଧବାର) ସଂଧ୍ୟାରେ ସହର ଉପକଣ୍ଠ ହୋଟେଲ ନିରୁପମା ଠାରେ ସ୍କୁଟି ଓ କାର ମୁଁହମୁହିଁ ଧକ୍କା ହୋଇଛି।
ଏଥିରେ ସ୍କୁଟି ଚଳାଉଥିବା ଦୁଇସାଙ୍ଗଙ୍କର ମୃତୁ୍ୟ ଘଟିଛି।
ଅନ୍ୟ ଜଣେ ଗୁରୁତର ଆହାତଙ୍କୁ ଉଦ୍ଧାର କରି କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।Advertisment Accident: କଳିଙ୍ଗା ଘାଟିରେ ପୁଣି ହାଇୱା ଦୁର୍ଘଟଣା, ଡ୍ରାଇଭର ସୁରକ୍ଷିତ ସୂଚନା ଅନୁଯାୟୀ, ଗନ୍ଦିଆ ବ୍ଲକ ଯୋରନ୍ଦାଫାଣ୍ଡି କାବେରା ଗ୍ରାମର ୩ ଜଣ ସାଙ୍ଗ ବିଶ୍ୱଜିତ ଦାସ , ବାଲିଆ ପ୍ରଧାନ, ନାଣ୍ଡୁ ପ୍ରଧାନ ଅପରାହ୍ନ ୪ଟାରେ ସ୍କୁଟି ( ଓଡି ୦୬ ଏନ ୯୯୬୯)ରେ କୌଣସି କାର୍ଯ୍ୟରେ ଢେଙ୍କାନାଳ ଆସିଥିଲେ।
ସେମାନେ ସହର ଉପକଣ୍ଠ ୫୫ ନମ୍ୱର ଜାତୀୟ ରାଜପଥରେ ଯାଉଥିବା ବେଳେ ନିରୁପମା ହୋଟେଲ ଠାରେ ଅପରପାଶ୍ୱର୍ରୁ ଆସୁଥିବା ଏକ ଇନୋଭା (ଓଆର୍.୦୫ ଏଭି ୦୦୨୨) ସହ ମୁଁହମୁହିଁ ଧକ୍କା ହୋଇଥିଲା ।
ଏଥିରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।
ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ମୃତକଙ୍କୁ ଛାଡ଼ି, ଆହାତ ଅବସ୍ଥାରେ ଅନ୍ୟ ଦୁଇଜଣ ସାଙ୍ଗଙ୍କୁ ୧୦୮ ଆମ୍ୱୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।
ସେଠାରେ ଅନ୍ୟ ଜଣେ ସାଙ୍ଗଙ୍କର ମୃତ୍ୟୁ ଘଟିଥିଲା।
ବିଶ୍ୱଜିତ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି ।
Car Accident Death: ସୁନ୍ଦରଗଡ଼ରେ କାର୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ସେହି ଜାତୀୟ ରାଜପଥରେ ୩ଟି ସିରିଜ ଦୁର୍ଘଟଣା ଘଟିଛି ।
ସେହିଦିନ ରାତିରେ ୩ ଜଣ ସାଙ୍ଗ ବାଇକରେ ଯାଉଥିବା ବେଳେ ଜାତୀୟ ରାଜପଥର ଗୋବିନ୍ଦପୁର ଠାରେ ରାସ୍ତା ମଝିରେ ହୋଇଥିବା ଏକ ବିରାଟକାୟ ଗାତରେ ବାଇକର ଚକା ପଡିବା ଫଳରେ ୩ ଜଣ ଯାକ ରାସ୍ତା ଉପରେ ଖସିପଡି ଆହାତ ହୋଇଥିଲେ ।
ପରଦିନ ସେମାନଙ୍କ ମଧ୍ୟରୁ ଘଟିପିରି ଅଂଚଳର ଭରତ ମୁଦୁଲିଙ୍କ ପୁଅ ହେମନ୍ତ ମୁଦୁଲିଙ୍କର ଡାକ୍ତରଖାନାରେ ମୃତୁ୍ୟ ହୋଇଥିଲା ।
ସେହିପରି ସେହିଦିନ ଜାତୀୟ ରାଜପଥର ସେହିଖାଲରେ ଅନ୍ୟ ଏକ ଟ୍ରକର ଚକା ପଡିଯିବାରୁ ଭାରସାମ୍ୟ ହରାଇ ସେହି ଟ୍ରକଟି ଅନ୍ୟ ଏକ ଟ୍ରକ ସହ ଧକ୍କା ହୋଇଥିଲା ।
ଅନ୍ୟଏକ ଘଟଣାରେ ସେହିଦିନ ପୂର୍ବାହ୍ନରେ ଗୋବିନ୍ଦପୁରସ୍ଥିତ ସଂପୃକ୍ତ ଖାଲରେ ଢେଙ୍କାନାଳରୁ ଯାଉଥିବା ଏକ କାର୍ର ସମ୍ମୁଖ ବାମଚକ ପଡିଯିବାରୁ ତାହା ଫାଟିଯାଇଥିଲା ।
ହେଲେ କାରର ଗତି ଧିମା ଥିବାରୁ ଦୁର୍ଘଟଣାରୁ ବର୍ତିଯାଇଥିଲା ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।