06 JULY 2026

Welcome!

Unlock your personalized experience.
Sign Up

Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

Jul 06, 2026 - 00:36
Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

ଭୁବନେଶ୍ବର: ଅଷ୍ଟମ ବେତନ କମିସନ୍‌ ଦୁଇ ଦିନିଆ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି। ୬ ଓ ୭ ତାରିଖରେ ସେମାନଙ୍କର ଭୁବନେଶ୍ବରରେ ବୈଠକ ହେବ। ଅଂଶଧାରୀମାନଙ୍କ ଠାରୁ ବେତନ, ପେନସନ ଓ ଚାକିରି ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମତାମତ ସଂଗ୍ରହ ସହ ବିଚାରବିମର୍ଶ କରିବେ।

କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ସଂସ୍ଥା, ପ୍ରତିଷ୍ଠାନ, ସଂଘ ଏବଂ କର୍ମଚାରୀ ସଂଘ ଯେଉଁମାନେ କମିସନଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ ସେମାନଙ୍କୁ ଅନ୍‌ଲାଇନ୍‌ ପୋର୍ଟାଲ ଜରିଆରେ ଆବେଦନ କରିବାକୁ ପୂର୍ବରୁ କୁହାଯାଇଥିଲା। ଏପ୍ରିଲରୁ ଜୁନ ମାସ ମଧ୍ୟରେ ଅଷ୍ଟମ ବେତନ ଆୟୋଗର ବୈଠକ ନୂଆଦିଲ୍ଲୀ, ପୁଣେ, ହାଇଦ୍ରାବାଦ, ଶ୍ରୀନଗର ଓ ଲକ୍ଷ୍ନୌଭଳି ସ୍ଥାନରେ ହୋଇସାରିଛି।

Chatisgarh: ଛତିଶଗଡ଼ରେ ବ୍ୟାଙ୍କରୁ ପେନ୍‌ସନ୍‌ ଆଣିବାକୁ ୯୦ ବର୍ଷର ଶାଶୂଙ୍କୁ ୯ କିମି ପିଠିରେ ବୋହିଲେ ‌ବୋହୂ

ଭୁବନେଶ୍ବର ପରେ କମିସନ ୯ ଓ ୧୦ ତାରିଖରେ କୋଲକାତାରେ ବୈଠକ କରି ମତାମତ ସଂଗ୍ରହ କରିବ। ଅଷ୍ଟମ ବେତନ କମିସନଙ୍କ ସୁପାରିସ ଉପରେ କେନ୍ଦ୍ର ସରକାରଙ୍କର ପ୍ରାୟ ୫୦ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀଙ୍କ ସଂଶୋଧିତ ବେତନ ଓ ପେନସନ ରାଶି ନିର୍ଭରଶୀଳ ଥିବାରୁ ସରକାରୀ କର୍ମଚାରୀମାନେ ଏହା ଉପରେ ନଜର ରଖିଛନ୍ତି।